29.1 C
Bhubaneswar
Wednesday, April 24, 2024
Homeଓଡିଶାଛେର୍ ଛେର୍ ଛେର୍‌ଛେରା .. ପୁସପୁନିରେ ନରସିଂହଙ୍କ ଜୁହାର ଭେଟ

ଛେର୍ ଛେର୍ ଛେର୍‌ଛେରା .. ପୁସପୁନିରେ ନରସିଂହଙ୍କ ଜୁହାର ଭେଟ

 
ବଲାଙ୍ଗିର (ଦେବାଶିଷ ମିଶ୍ର )- ପଶ୍ଚିମ ଓଡିଶାର ପାରମ୍ପାରିକ ତିହାର ପୁସପୁନି ଆଜି ଲୋଇସିଂହା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଆଜି ଅପରାହ୍ନ ୪ଟା ରେ ମାନ୍ୟବର ନରସିଂହ ମିଶ୍ର ଲୋଇସିଂହା ରେ ପହଞ୍ôଚ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଲୋଇସିଂହା ଗ୍ରାମବାସୀ ପାରମ୍ପାରିକ ରୀତି ନିତି ରେ ଆଦିବାସୀ ନୃତ୍ୟ ବାଦ୍ୟ,ଦଳଙ୍କ ସହିତ ଶ୍ରୀ ମିଶ୍ରଙ୍କୁ ପୁସପୁନିର ଶୁଭେଚ୍ଛା ଜଣାଇଥିଲେ । ପରେ ଶ୍ରୀ ମିଶ୍ର ମଧ୍ୟ ୍‌ଲୋଇସିଂହା ଗ୍ରାମର ପ୍ରତ୍ୟେକ ପଡା ପଡା ବୁଲି ଛୋଟ ରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁଭେଚ୍ଛା ଜଣାଇବା ସହ ପିଠା ଖୁଆଇଥିଲେ । ଏହି କାର୍ଯ୍ୟକ୍ରମ ଦିର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଗାଁର ଆବାଳ ବୃଦ୍ଧ ବନିତା ସାମିଲ ହୋଇଥିଲେ । ଏହି ଅବସରରେ ଶ୍ରି ମିଶ୍ର କହିଥିଲେ ଯେ, ପଶ୍ଚିମ ଓଡିଶାର ଏହି ମହାନ କୃଷିଭିତ୍ତିକ ଗଣପର୍ବ ପୁସପୁନି କାହିଁ କୋଉ କାଳରୁ ଲୋକଙ୍କୁ ପରିଶ୍ରମ,ପ୍ରକୃତି ତଥା ସମାଜର ପ୍ରତ୍ୟେକ ବର୍ଗ ପ୍ରତି ନିଜସ୍ୱ ଦାଇତ୍ୱ ପ୍ରତି ସଚେତନ କରି ଆସୁଛି । ମୁ ପ୍ରତି ବଷ,ର୍ ଏହି ଦିନ ଏଠାକୁ ଲୋକଙ୍କ ଗହଣରେ ପୁସପୁନି ପାଳନ କରି, ଏହି ଉତ୍ସବକୁ ଉପଭୋଗ କରେ । ମଣିଷର ତାର ମାଟି ଓ ଲୋକଙ୍କ ସହିତ ଯୋଡିହେବା ର ଏହି ନିଆରା ପରମ୍ପରା ଆସନ୍ତା ସମୟରେ ମଧ୍ୟ ଆମ ସମାଜରେ ବଞ୍ଚି ରହୁ ତାହାର ପ୍ରୟାଶ କରେ ।

ପ୍ରକାଶଯୋଗ୍ୟ ଯେ, ପ୍ରକୃତରେ ମାଟି ଓ ମଣିଷ ପ୍ରତି ନିଜସ୍ୱ ଦାଇତ୍ୱ ର ଏହି ପରମ୍ପରା ବେଶ ନିଆରା ଓ ଅନୁକରଣିୟ । ପୁଶପୁନି ପଶ୍ଚିମ ଓଡଶା ର ବହୁ ପରୁଣା କୃଷି ଭିତ୍ତିକ ପାରମ୍ପାରିକ ଉତ୍ସବ । ପୌଷ ମାସ ପୁର୍ଣମି ତିଥିରେ ଏହା ପାଳନ କାରାଯାଏ । ଚାଷୀ ପରିବାର ମାନେ ବର୍ଷ ତମାମ କଡା ପରିଶ୍ରମ କରି, ଉତ୍ପାଦିତ ଫସଲ ଘରକୁ ଆଣିବା ପରେ ଉତ୍ପାଦିତ ଫସଲ ଦେଖି ଖୁସି ରେ ଏହି ଉତ୍ସବ ପାଳନ କରନ୍ତି । ମଣ୍ଡା, ପିଠ. ଛ ତିଅଣ ନ ଭଜା ତିଆରି କରି ସାରା ପରିବାର ଖୁସି ମନାନ୍ତି । ତା ଛଡା,ଏହିଦିନ ନିଜ ଉତ୍ପାଦିତ ଶସ୍ୟରୁ କିଛି ଅଂଶ ପ୍ରକୃତି ଓ ପକ୍ଷୀଙ୍କୁ ଦିଆଯାଏ, ଯାହାକୁ ଏ ଅଂଚଳରେ ଛେର୍ ଛେରା କୁହାଯାଏ । ସେହିକ୍ରମରେ ଅଣ ଉତ୍ପାଦନକ୍ଷମ ଛୋଟ ଛୁଆମାନେ ଗାଁ ସାରା ବିଭିନ୍ନ ଘର ବୁଲି ତାଙ୍କର ଛେର୍ ଛେରା ଗ୍ରହଣ କରିଥାନ୍ତି । ଗାଁର ବିଭିନ୍ନ ଗରିବ ପରିବାରଙ୍କୁ ମଧ୍ୟ ଛେର୍ ଛେରା ବଣ୍ଟାଯାଏ । ସେହିପରି ଏହି ଦିନ ଚାଷକାମରେ ଲାଗିଥିବା ସମସ୍ତ ଶ୍ରମିକଙ୍କୁ (ଭୁତି ଓ ନିସ୍ତାର) ତାଙ୍କର ବାର୍ଷିକ ମଜୁରି ତଥା ବିଭିନ୍ନ ଉତ୍ସବ ସକାଶେ ଖର୍ଚ ମଧ୍ୟ ଦିଆଯାଇ, ତାଙ୍କର ବାର୍ଷିକ ଚୁକ୍ତିରୁ ମୁକ୍ତ କାରାଯାଏ । ଉଭୟ ଚାଷୀ ଓ ଶ୍ରମିକ ଏହି ଉତ୍ସବକୁ ବର୍ଷସାରା ଜଗି ରହିଥାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking