27.1 C
Bhubaneswar
Thursday, April 25, 2024
Homeଓଡିଶାଏକତା ଓ ସହଯୋଗିତାର ନିଆରା ଶୈଳି : ରୁଗୁଡି ପଡା ଦୁର୍ଗାପୂଜା ଟ୍ରଷ୍ଟ୍ ର ବାର୍ଷିକ...

ଏକତା ଓ ସହଯୋଗିତାର ନିଆରା ଶୈଳି : ରୁଗୁଡି ପଡା ଦୁର୍ଗାପୂଜା ଟ୍ରଷ୍ଟ୍ ର ବାର୍ଷିକ ଉତ୍ସବ

ବଲାଙ୍ଗିର,(ଦେବାଶିଷ ମିଶ୍ର)-ରୁଗୁଡି ପଡା ର୍ଦୁଗା ପୂଜା କମିଟି ତାରଫରୁ ଚଳିତ ବର୍ଷ ଏକ ନୂତନ ଶୈଳିରେ ନୂଆଁ ବର୍ଷକୁ ସ୍ୱାଗତ କରାଯାଇଛି । ପୂଜାମଣ୍ଡପ ପରିସରରେ ରାମାୟଣର ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ କରାଯାଇ ମହାଆଡମ୍ବରରେ ବାର୍ଷିକ ଉତ୍ସବ ପାଳିତ କରାଯାଇଛି । ଏହା ସହ କାର୍ଯ୍ୟକ୍ରମ ପରେ ସମସ୍ତେ ପଡାପରିକ୍ରମା କରି, ପଡାବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହ ତାଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହି ଅବସରରେ ପୂଜା ଆୟୋଜନ ପରମ୍ପରାକୁ ସଂଜୀବିତ ରଖି ଆସିଥିବା ବରିଷ୍ଠ କର୍ମକର୍ତ୍ତା ସର୍ବଶ୍ରୀ ଅଶୋକ କୁମାର ମହାନ୍ତି, ପୁର୍ଣ୍ଣଚନ୍ଦ୍ର ବହିଦାର, ନିରେନ୍ଦ୍ର ମହାନ୍ତି, ଭାଗରଥି ମହାକୁର, ବନବିହାରୀ ଜାଲ, ପ୍ରଦ୍ୟୁମ୍ନ ପୁରୋହିତ, ସଂଜୟ ପୁଜାରୀ, ବିନୟ ପୁଜାରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସ୍ୱର୍ଗତ ଜୟଶଙ୍କର ଭୋଇ, ଲାଲୁ ମହାନ୍ତିଙ୍କ ଉଦ୍ଦେ୍ୱଶ୍ୟରେ ପରିଜନଙ୍କ ହସ୍ତରେ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା । ସଭା ରେ କମିଟିର ସଭାପତି ଲଲିତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଉପସଭାପତି ଚେତନାନନ୍ଦ ପଣ୍ଡା, ଜିନୁ ଶତପଥି, ସମ୍ପାଦକ ହରିନାରାୟଣ ପୂଜାରୀ ଓ ସହସମ୍ପାଦକ କାହ୍ନୁ ବଗର୍ତ୍ତି, କୋଷାଧ୍ୟକ୍ଷ ଦେବାଶିଷ ମହାକୁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସ୍‌ବିଆଇ ଚିଫ୍ ମ୍ୟାନେଜର ପ୍ରଭାତ ରଂଜନ ନାଏକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । କର୍ତ୍ତାଭାବେ ଶ୍ରୀମତୀ ଚିନ୍ମୟୀ ପଣ୍ଡା ଓ ଶ୍ରୀ ଚେତନାନନ୍ଦ ପଣ୍ଡା ବ୍ୟାସାସନରେ ବସିଥିଲେ । ପଡାର ତଥା ଆଖପାଖ ଅଂଚଳର ହଜାରେରୁ ଉର୍ଦ୍ଧ ମହିଳା ତଥା ପୁରୁଷ ଯୋଗଦେଇ ସୁନ୍ଦରାକାଣ୍ଡ ଶ୍ରବଣ କରିଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଦୁର୍ଗାପୂଜା ଟ୍ରଷ୍ଟ କର୍ମକର୍ତ୍ତା ଓ ପଡାବାସୀ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking