26.1 C
Bhubaneswar
Friday, March 29, 2024
Homeଅପରାଧଲାଭବାନ୍ ହେବେ ଉଭୟ କ୍ରେତା-ବିକ୍ରେତା : ସ୍ୱୟଂସହାୟକ ବିକ୍ରୟକେନ୍ଦ୍ର ଉଦଘାଟିତ

ଲାଭବାନ୍ ହେବେ ଉଭୟ କ୍ରେତା-ବିକ୍ରେତା : ସ୍ୱୟଂସହାୟକ ବିକ୍ରୟକେନ୍ଦ୍ର ଉଦଘାଟିତ

 
ବଲାଙ୍ଗିର,(ଦେବାଶିଷ ମିଶ୍ର)- ବଲାଙ୍ଗିର ରେ ଏକ ଜିଲ୍ଲାସ୍ତରୀୟ ସ୍ୱୟଂ ସହାୟକ ଦଳ ସାମଗ୍ରୀ ବିକ୍ରୟ କେନ୍ଦ୍ର ଉଦଘାଟନ ହୋଇଯାଇଛି । ଉକ୍ତ କେନ୍ଦ୍ରଟି ଟିଟିଲାଗଡ ରାସ୍ତା ଜିଲ୍ଳାପରିଷଦ ଅଫିସ ପାଖରେ ଅଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବଲାଙ୍ଗିର ମାଧ୍ୟମରେ ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ୱରୋଜଗାର ଯୋଜନାରେ ବଲାଙ୍ଗିର ଗୋଷ୍ଟି ଉନ୍ନୟନ ଅଧିକାରୀ ସହଯୋଗିତାରେ ଏହି କୋଠାଘର ତିଆରି କରାଯାଇଥିଲା । ଟେଣ୍ଡର ମାଧ୍ୟମରେ ଗ୍ରାମ୍ୟ ଏସଏଚଜି ରୁ ପ୍ରଡୁସର ଗୃପ୍ ମଲମୁଣ୍ଡା ଓ ସହରାଂଚଳ ରୁ ଶିବଶକ୍ତି ଏସଏଚଜି, ରାମେଶ୍ୱର ନଗରର କେନ୍ଦ୍ରଟି ହସ୍ତାନ୍ତରଣ କରାଯାଇଛି ।

ଉକ୍ତ କେନ୍ଦ୍ରରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଏସ୍ଏଚ୍ଜି ମାନଙ୍କର ସାମଗ୍ରି ଯଥା ହେଣ୍ଡିକ୍ରାପ୍ଟ, ହେଣ୍ଡଲୁମ୍, ବମ୍ବୋକ୍ରାପ୍ଟ,ଟେରାକୋଟା, ମସଲା, ଡାଲି, ବଡି, ଆଚାର, ତଥା ଅନ୍ୟାନ୍ୟ ସାମଗ୍ରୀ ସୁଲଭ ମୁଲ୍ୟରେ ଉପଲବ୍ଧ ହେବ । ଏସଏଚଜିମାନେ ନିଜ ଦ୍ରବ୍ୟକୁ ବିକ୍ରୟ କରି ନିଜର ଜୀବନ ଜୀବିକାକୁ ଦୃଢ଼ କରିପାରିବେ ଏବଂ ସିଧାସଳଖ ଗ୍ରାହକ ମାନଙ୍କ ସହିତ କଥା ହୋଇ ସାମଗ୍ରୀ ବିକ୍ରୟ କରିବାର ସୁଯୋଗ ପାଇପାରିବେ । ଉଦଘାଟନି ସମାରୋହରେ ଡ. ମହେଶ୍ୱର ସ୍ୱାଇଁ, ପିଡି, ଡିଆରଡିଏ, ଯୁଗଲେଶ୍ୱରୀ ଦାସ, ପିଡି, ଡୁଡା, କମଲେନ୍ଦୁ ପଲ, ଓରମାସର ଯୁଗ୍ମ ନିର୍ମାହୀ ଅଧିକାରୀ ତଥା ଓଡିଶା ଜୀବିକା ମିଶନର ମୁଖ୍ୟ, ଡିଡିଏମ ନାବାର୍ଡ, ଜିଲ୍ଲା ଶିଲ୍ପ କେନ୍ଦ୍ରର ଅଧିକାରୀ, ମିଶନ ଶକ୍ତି ଅଧିକାରୀ, ପୌରପାଲିକା ଅଧିକାରୀ ବିପିନ ବିହାରୀ ଦିପ, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ତଥା ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ -ରାମେଶ୍ୱର ନଗରର ଶିବଶକ୍ତି, ମଲମୁଣ୍ଡାର କଟେଜ ପ୍ରଡିସର ଗୃପ୍, ପୁଇନ୍ତଲାର କୁରଲ ଚକ୍ର, ଲାଖପାଲିର ମହାଲକ୍ଷ୍ମୀ, ବ୍ରାହ୍ମଣୀଡୁଙ୍ଗରୀର ମା ସରସ୍ୱତୀ, ଲୋଇସିଂହାର କୋଶଳ ଟେରାକୋଟା ହାଣ୍ଡିକ୍ରାଫ୍ଟ ମାର୍କେଟିଂଗ, ଇନ୍ଦ୍ରାନଗର ଘଣ୍ଟାସୁନୀ, କ୍ଳବପଡାର ସିରିଡିସାଇ,ବରଗାଁର ନାରୀଶକ୍ତି, ସଇଁନ୍ତଲାର ମାଁ ସମଲେଇ ପ୍ରଡୁସର ଗୃପ, ସର୍ଗିପାଳିର ବିଶ୍ୱ ମା ଗାୟତ୍ରୀ, କନ୍ଧକେଲ ଗାଁର ଚିଲ୍ଲିକା ପ୍ରଡିଉସର ଗୃପ୍, ବଡବନ୍ଧର ତ୍ରିବେଣୀ ପ୍ରଡୁସର ଗୃପ, ଦେଓଗାଁର ମାର୍କେଟିଙ୍ଗ୍ ବମ୍ବୋ ପ୍ରଡୁସ ଗୃପ୍ ଓ କରମସନୀ ପ୍ରଡୁସର ଗୃପ ଏସ୍ଏଚ୍ଜି ଯେଗାଦାନ କରିଥିଲେ । ତେବେ ଉଦ୍ଘାଟନି ଉତ୍ସବର ପ୍ରଥମ ଦିନରେ ଏସ୍ଏଚ୍ଜିମାନେ ଆଶାନୁରୁପ ବିକ୍ରୟ କରିଥିବାରୁ ବହୁତ ଖୁସି ପ୍ରକାଶ କରିଥିଲେ । ଗ୍ରାହକ ମାନେ ମଧ୍ୟ ଏହି ସାମଗ୍ରୀ ସବୁଦିନ ଏଠାରେ ପାଇପାରିବେ ବୋଲି ସନ୍ତୋଷବ୍ୟକ୍ତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking