36.7 C
Bhubaneswar
Tuesday, April 16, 2024
Homeଅପରାଧବନ୍ଧକ ରଖିଛି ବନ୍ଧୁକଧାରୀ

ବନ୍ଧକ ରଖିଛି ବନ୍ଧୁକଧାରୀ

ବଲାଙ୍ଗୀର : ବଲାଙ୍ଗୀର ଟାଉନ୍ ଥାନା ଅଞ୍ଚଳରେ ଉନ୍ମତ୍ତ ଯୁବକର ଆତଙ୍କରାଜ । ଶନ୍ତିପଡ଼ାରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଆତଙ୍କ ଚଳାଇଛନ୍ତି ଯୁବକ । ଯୁବକ ହାତରେ ବନ୍ଧୁକ ଧରିଥିବାରୁ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଛି । ଘର ମାଲିକ ଓ ପରିବାର ଲୋକଙ୍କୁ ବନ୍ଧକ ରଖିଛି ବନ୍ଧୁକଧାରୀ । ନିଜ ଛାତିରେ ବନ୍ଧୁକ ଲଗାଇ କେହି ଆସିଲେ ନିଜକୁ ଗୁଳି କରି ମାରିଦେବି ବୋଲି କହୁଛି ଯୁବକ । ଘଟଣାସ୍ଥଳରେ ଏସ୍‌ଡିପିଓ, ଥାନାଅଧିକାରୀ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି । ଯୁବକକୁ କାବୁ କରିବାକୁ ପୋଲିସର ଉଦ୍ୟମ ଜାରି ରହିଛି। ସିଡ଼ି ପକାଇ ଝରକା ବାଟେ ଘରେ ପଶିଲେ ସଦର ଏସ୍‌ଡିପିଓ । ଯୁବକକୁ କାବୁ କରିବାକୁ ଝରକା ବାଟେ ସନ୍ତର୍ପଣରେ ପଶିଲେ ଏସ୍‌ଡିପିଓ। ଘର ଚାରିପଟେ ଘେରି ରହିଛନ୍ତି ପୋଲିସ । ଯୁକକୁ ଧରିବାକୁ ଚାଲିଛି ପ୍ରୟାସ । ପିସ୍ତଲ ଧରି ଘରେ ପଶିଛି ଉକ୍ତ ଯୁବକ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ସହ ଆଲୋଚନା ଚଳାଇଛି। କିନ୍ତୁ ଯୁବକଟି ଭିତର ପଟୁ କବାଟ ଦେଇ ରହିଛି। ଏଣେ ଅଗ୍ନିଶମ ବିଭାଗ ବି ପହଞ୍ଚିଲାଣି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking