27.1 C
Bhubaneswar
Thursday, April 25, 2024
Homeଓଡିଶାଆସନ୍ତା ୧୯ରୁ ମଠଖାଇ ମହୋତ୍ସବ

ଆସନ୍ତା ୧୯ରୁ ମଠଖାଇ ମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) ଆସନ୍ତା ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୧୩ତମ ମଠଖାଇ ମହୋତ୍ସବ    ବଲାଙ୍ଗିର ରେ ଅନୁଷ୍ଠିତ ହେବ ।  ମଠଖାଇ ମହୋତ୍ସବ  ର ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର   ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପରିସର ରେ ଅୟୋଜିତ ଏକ  ସାମ୍ବାଦିକ ସମ୍ମିଳନୀ ରେ ଏହି ସୂଚନା ଦେଇଛନ୍ତି ।  ଦୀର୍ଘ ୫ଦିନ  ଧରି  ହେବାକୁ ଥିବା ଏହି ମହୋତ୍ସବଟି ମଠଖାଇ ଏବଂ ଭୂମିକା ର ମିଳିତ ତତ୍ୱାବଧାନ ରେ ଅୟୋଜିତ ହେବ। ଉକ୍ତ ମହୋତ୍ସବରେ ଦେଶର ବିଭିନ୍ନ କୋଣ ଅନୁକୋଣ ରୁ ନାମକରା  ନାଟ୍ୟ ଅନୁଷ୍ଠାନ ଏଠାରେ ସେମାନଙ୍କ ନାଟକ ପରିବେଷଣ କରି ଦର୍ଶକଙ୍କ ମନ ମୋହିବା ସହ ଅଞ୍ଚଳରେ ନାଟକ ପାଇଁ ନୂଆ ଉତ୍ସାହ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି  ।

  ଉତ୍ସବର ପ୍ରଥମ ଦିନରେ ସଂସ୍କ୍ରୁତିକ କାର୍ଯ୍ୟକ୍ରମ ପୁତୁଳି ବିହ ଓ  ଓଡ଼ିଆ ନାଟକ ପୁନଶ୍ଚ ସତ୍ୟାଗ୍ରହ,  ଦ୍ଵତୀୟ ଦିନରେ ସଂସ୍କ୍ରୁତିକ କାର୍ଯ୍ୟକ୍ରମ ବଜନିଆ ଓ  ହିନ୍ଦୀ ନାଟକ ନାଗିନ୍ ତେରେ ବଂଶ୍ ବଢ଼େ ସେହିପରି ତୃତୀୟ ଦିନରେ ସଂସ୍କ୍ରୁତିକ କାର୍ଯ୍ୟକ୍ରମ ନଚନିଆ ଓ ହିନ୍ଦୀ ନାଟକ  ଅଜବ ମଦାରି ଗଜବ ତମାସା ତଥା ଚତୁର୍ଥ ଦିନରେ  ସଂସ୍କ୍ରୁତିକ କାର୍ଯ୍ୟକ୍ରମ କୁଆଁରୀ ସପନ  ଓ ଲଖନୋ କଳାକାର ଙ୍କ ଦ୍ଵାରା ଭାଗବଦଜ କୀୟମ  ଓ ପଞ୍ଚମ ତଥା ଅନ୍ତିମ ଦିନରେ ସଂସ୍କ୍ରୁତିକ କାର୍ଯ୍ୟକ୍ରମ ବଜନିଆ ସହ ସମ୍ବଲପୁର ର କୋଶଳୀ ନାଟକ ପାଗଲ୍ ହେଇଯିବ’ ପରିବେଷିତ ହେବ ବୋଲି ସମିତି ତରଫରୁ ପ୍ରକାଶ କରଯାଇଛି ।

ସେହିପରି ଏହି ମହୋତ୍ସବ ରେ  ଅମନ ଛତରିଆ, ଗଦାଧର ବାରିକ,  ମମତା ଭୋଇ, ପ୍ରଣତି ମିଶ୍ର ତଥା ଛାତ୍ର ଓଁ ପ୍ରକାଶ ଦାସଙ୍କୁ ବିଭିନ୍ନ କ୍ଷେତ୍ର ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ଏଥର ମଟ ଖାଇ ସମ୍ମାନରେ ସମ୍ମାନିତ କରାଯିବା ସ୍ଥିର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking