40.1 C
Bhubaneswar
Thursday, April 25, 2024
Homeଓଡିଶାବଲାଙ୍ଗୀର ଲୋକ ମହୋତ୍ସବ ସାଂସ୍କୃତିକ କମିଟି ଓ ମଂଚ କମିଟିର ଯୁଗ୍ମ ବୈଠକ, ୧୭ରେ ଲୋକ...

ବଲାଙ୍ଗୀର ଲୋକ ମହୋତ୍ସବ ସାଂସ୍କୃତିକ କମିଟି ଓ ମଂଚ କମିଟିର ଯୁଗ୍ମ ବୈଠକ, ୧୭ରେ ଲୋକ ଉତ୍ସବ ପାଇଁ ଉଦ୍‌ଘୋଷକ ଚୟନ

ବଲାଙ୍ଗୀର,(ଦେବାଶିଷ ମିଶ୍ର) – ଆସନ୍ତା ଜାନୁଆରୀ ୩ ରୁ ୬ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ବଲାଙ୍ଗୀର ଲୋକ ମହୋତ୍ସବ କମିଟିର ସମ୍ପାଦକ ବିଜୟ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ କମିଟି ଓ ମଂଚ କମିଟିର ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇଛି । ବରିଷ୍ଠ ସଭ୍ୟ ତଥା ସଂସ୍କୃତି ଗବେଷକ ଗୁରୁଶ୍ରୀ ଡ.ଘାସିରାମ ମିଶ୍ରଙ୍କ ପ୍ରସ୍ତାବ କ୍ରମେ ପ୍ରତିଯୋଗୀତାମାନଙ୍କରେ ଯୁବ ଓ ଅଭିଜ୍ଞ ବିଚାରକମାନଙ୍କୁ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଲୋକ ଉତ୍ସବର ପ୍ରଚାର ପତ୍ରିକା ଶୀଘ୍ର ମୁଦ୍ରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମଂଚ ଓ ସାଂସ୍କୃତିକ କମିଟି ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯାଇ ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଦ୍‌ଘୋଷଣା କରିବା ପାଇଁ ୧୦ ଜଣ ଉଦ୍‌ଘୋଷକ ଚୟନ କରାଯିବ । ୧୭ ତାରିଖ ପାଟଣାଗଡ ଓ ୨୦ ତାରିଖରେ ଟିଟିଲାଗଡରେ ଉପ ଖଣ୍ଡସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାସ୍ତରରୁ ପର୍ଯ୍ୟବେକ୍ଷକମାନେ ଯୋଗଦେବେ । ପାଟଣାଗଡ ପାଇଁ ପର୍ଯ୍ୟବେକ୍ଷକ ଭାବେ ସାଂସ୍କୃତିକ କମିଟିର ସଭ୍ୟ ବାସୁଦେବ ସା , ବ୍ରହ୍ମାନନ୍ଦ ବନଛୋର , ଅଭ୍ୟର୍ଥନା କମିଟିର ସହ ଅଧ୍ୟକ୍ଷ ସତ୍ୟ ସୁନ୍ଦର ଭଞ୍ଜ ଓ ପ୍ରଚାର ପ୍ରସାର କମିଟିର ସହ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ମିଶ୍ର ଯୋଗଦେବେ ବୋଲି ସ୍ଥିରିକୃତ ହୋଇଥିବା ବେଳେ ଟିଟିଲାଗଡ ଲୋକ ଉତ୍ସବରେ ପର୍ଯ୍ୟବେକ୍ଷକ ଭାବେ ସାଂସ୍କୃତିକ କମିଟିର ବରିଷ୍ଠ ସଭ୍ୟ ଗୁରୁଶ୍ରୀ ଡ.ଘାସିରାମ ମିଶ୍ର , ସାଂସ୍କୃତିକ କମିଟିର ସହ ଅଧ୍ୟକ୍ଷ କୁନା ବାଗ , ସଭ୍ୟା ଶ୍ରୀରାଧା ଓ ଦେବଦତ୍ତ ପଟ୍ଟନାୟକ ଯୋଗ ଦେବେ । ସେହିପରି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗୀତା ପାଇଁ ବିଚାରକମାନଙ୍କ ନାମ ସ୍ଥିରିକୃତ ହୋଇଛି । ଲୋକବାଦ୍ୟ ପାଇଁ କରୁଣାକର ପୋଢ,ପରମାନନ୍ଦ ମାଝି , ଗୌର କିଶୋର ମହାପାତ୍ର ଓ ହୃଷିକେଶ ମିଶ୍ରଙ୍କ ନାମ ବିଚାରକ ଭାବେ ସ୍ଥିରିକୃତ ହୋଇଥିବା ବେଳେ ଲୋକନୃତ୍ୟରେ ପୁଷ୍ପିତା ମିଶ୍ର , ଶାନ୍ତନୁ ବେହେରା , ରୀମା ବାଗ ଓ ଦୀପକ ବରାଳ , ଲୋକ ସଙ୍ଗୀତରେ କଳ୍ପନା ପାଣିଗ୍ରାହୀ , ବିଥିକା ଚାଟାର୍ଯୀ , ଗଗନ ଦାସ ଓ ନବୀନ କୁଅଁର ଓ ଲୋକନାଟକ ପ୍ରତିଯୋଗୀତା ପାଇଁ ଭାସ୍କର ମେହେଟ୍ଟା , ଦେବଦତ୍ତ ପଟ୍ଟନାୟକ , ଚୈତନ ମଟାରୀ ଓ ଶ୍ରୀରାଧା ଯୋଗ ଦେବେ ବୋଲି ସ୍ଥିରିକୃତ ହୋଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଭାଗ ନେଉଥିବା ସାଂସ୍କୃତିକ ଦଳମାନେ ଯଥେଷ୍ଟ ପୂର୍ବରୁ ସେମାନଙ୍କର କଳାକାର ତାଲିକା ଅଭ୍ୟର୍ଥନା କମିଟି ନିକଟରେ ଦାଖଲ କରିବେ । କଳାକାରମାନଙ୍କ ପଞ୍ଜିକରଣ କିଭଳି ସୁଚାରୁ ରୂପେ ହୋଇ ପାରିବେ ଏବଂ ସମସ୍ତ କଳାକାର ସେମାନଙ୍କର ପ୍ରଦର୍ଶନ ପ୍ରମାଣ ପତ୍ର ଉପଯୁକ୍ତ ଭାବେ ପାଇ ପାରିବେ ସେଥିପାଇଁ ସାଂସ୍କୃତିକ କମିଟିର ସଭ୍ୟ ଦେବାଶୀଷ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଯୁଗ୍ମ ବୈଠକରେ ଗୁରୁଶ୍ରୀ ଡ.ଘାସିରାମ ମିଶ୍ର , କୁନା ବାଗ , ମଂଚ କମିଟିର ସହ ସଂଯୋଜକ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ , ଦେବାଶିଷ ମିଶ୍ର , ମୂରଲୀଧାରୀ ପତି , ଜ୍ୟୋତି ରଞ୍ଜନ ଦେଦବାକ , ଦେବଦତ୍ତ ପଟ୍ଟନାୟକ , ରବର୍ଟସନ ବାରିକ , ସୁବଳ ମହାକୁର ଲଳିତ ପୂଝାରୀ , ଶ୍ରୀରାଧା , ସ୍ୱରୁପା ସିଂ , ବାସୁଦେବ ସା , ଜୟକୃଷ୍ଣ ମିଶ୍ର , ରାମ ପ୍ରସାଦ ଦାସ , ବ୍ରହ୍ମାନନ୍ଦ ବନଛୋର ଓ ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମଂଚ କମିଟିର ଆବାହକ ଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking