27.1 C
Bhubaneswar
Thursday, April 25, 2024
Homeଓଡିଶାଅସ୍ତାୟୀ କେନ୍ଦୁପତ୍ର କର୍ମଚାରୀଙ୍କ ପ୍ରତିବାଦ: ଦାବୀ ପୁରଣ ନହେଲେ ହେବ ଆନ୍ଦୋଳନ

ଅସ୍ତାୟୀ କେନ୍ଦୁପତ୍ର କର୍ମଚାରୀଙ୍କ ପ୍ରତିବାଦ: ଦାବୀ ପୁରଣ ନହେଲେ ହେବ ଆନ୍ଦୋଳନ

ବଲାଙ୍ଗିର: କେନ୍ଦୁ ପତ୍ର କର୍ମଚାରୀଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରକୁ କେନ୍ଦୁପତ୍ର କର୍ମଚାରୀ ସଂଘ ନିନ୍ଦା କରିଛି । ଆଜି ପ୍ରଥମେ ସଂଘର ବିଧିବଦ୍ଧ ସଭା ଦ୍ୱାରା ଏହାର ପ୍ରତିବାଦ କରିବା ସହ ସ୍ଥାନୀୟ ସମ୍ବାଦିକ ଭବନରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ସୁଚନା ଦେଇଛି । ଯେଉଁ କେନ୍ଦୁପତ୍ର କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମରେ ରାଜ୍ୟ ରାଜକୋଷ ବୃଦ୍ଧି ପାଉଛି, ଖରା, ବଷ,ର୍ ଶିତରେ ପରଶ୍ରମ କରି ଯେଉଁ ମାନେ ଶ୍ରମଦାନ କରୁଛନ୍ତି ସାମନଙ୍କୁ ସରକାର ବାରମ୍ବାର ଉଦ୍ଦେଶ୍ୟମୁଳକ ଭାବେ ଅଣଦେଖା କରୁଛନ୍ତି ବୋଲି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଚିତ୍ରସେନ ବଗର୍ତ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୪-୧୫ଆର୍ଥିକ ବର୍ଷରେ କେବଳ କେନ୍ଦୁପତ୍ରରୁ ସରକାର ପ୍ରାୟ ୬୦୦କୋଟି ଲାଭ ପାଇଛନ୍ତି ତେବେ ପରବର୍ତ୍ତି ସମୟରେ ଏହା କାହିଁକି କମୁଛି ଓ ଏଥିପାଇଁ ଦାୟୀ କିଏ ତାହାର ବିଚାର ନକରି, ସରକାରଙ୍କୁ ଭୁଲ ତଥ୍ୟ ପ୍ରଦାନ କରିବା ସହ ବିଭାଗିୟ କର୍ତ୍ତୁପକ୍ଷ ଏଥିପାଇଁ ଶ୍ରମିକ ମାରଣ ନୀତି ଅବଲମ୍ବନ କରୁଛନ୍ତି । ସଂଘର ସାଧାରଣ ସଂପାଦକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହି କହିଛନ୍ତି ଯେ, କେନ୍ଦୁପତ୍ର ସିଜନାଲ କର୍ମଚାରୀଙ୍କ ଯୁକ୍ତିଯୁକ୍ତ ଦାବୀ ଗୁଡିକୁ ସରକାର ଓଦ୍ଦେଶ୍ୟ ମୁଳକ ଭାବେ ଅଣଦେଖା କରୁଛନ୍ତି ।
ସାରା ରାଜ୍ୟରେ ପାଖାପାଖି ୧୮୦୦୦ କେନ୍ଦୁପତ୍ର କର୍ମଚାରୀ କାମ କରୁଛନ୍ତି । ଏମାନଙ୍କ ପାଇଁ ସ୍ଥାୟୀ ମାନ୍ୟତା, ଗତବଷର୍ରୁ ନିର୍ଧାରିତ ହୋଇଥିବା ପାଉଣା ପ୍ରଦାନ, କର୍ମଚାରୀଙ୍କୁ ଇପିଏଫ ଓ ଇଏସଆଇ ରେ ସାମିଲ କରାଯିବା, ଫଡି ବନ୍ଦ କରାଯୀବା ନିଷ୍ପତ୍ତି ଉପରେ ପୁନଃ ବିଚାର କରାଯିବା , ତଥା ସିଜନାଲ କର୍ମଚାରୀଙ୍କୁ ବାର ମାସିଆ କାମ ସମେତ ଅନ୍ୟାନ୍ୟ ମୌଳିକ ଦାବୀ ଗୁଦିକ ନେି ସଂଘ ଗତ ୧୩ ଫେବୃଆରି ରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଭୁବନେଶ୍ୱର ସ୍ଥିତ ଅରଣ୍ୟ ଭବନ ରେ ବିକ୍ଷୋଭ ପ୍ରଦର୍ଶନ କରି କାମ ବନ୍ଦର ଆହ୍ୱାନ ଦେଇଥିଲେ । ତେବେ ସେହି ସମୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ମାସିଏ ଭିତରେ ସମସ୍ତ ଦାବୀ ପୁରଣ କାରଯିବା ନେଇ ନିର୍ଭର ପ୍ରତିଶୃତି ଦେଇଥିଲେ । କିନ୍ତୁ ପରିତାପର ବିଷୟ ଯେ, ବର୍ତ୍ତମାନ ତାହାର ସମ୍ପୁର୍ଣ୍ଣ ଓଲୋଟା ହେଉଛି । ତେବେ ଆସନ୍ତା ୧୦ମାର୍ଚ ଶୁଦ୍ଧା ସରକାର ତଥା ବିଭାଗ କର୍ମଚାରୀ ସଂଘର ଦାବୀ ଗୁଡିକୁ ପୁରଣ ନକଲେ ସଂଘ ସାରା ଓଡିଶାରେ ଆନ୍ଦୋଳନ ମୁହାଁ ହେବାକୁ ପଛାଇବ ନାହିଁ ଏବଂ ଏଥିପାଇଁ ସରକାର ତଥା ବିଭାଗିୟ ଅଧୀକାରି ଦାୟୀ ରହିବେ ବୋଲି ସଂଘ ଚେତାଇ ଦେଇଛି । ଏହି ସମ୍ମିଲନୀରେ ସଂଘ ପକ୍ଷରୁ ସଂଘର ଜିଲ୍ଳା ସଭାପତି ସିଭି ଚନ୍ଦ୍ର ବଡମାଲି, ସମ୍ପାଦକ କୃଷ୍ଣଚନ୍ଦ୍ର ରାଜପୁତ, ଛବିଲ ସିଂ ଛେନ୍ଦା, ନାରାୟଣ ଉଦୁର କୁଲିଆ, ସନ୍ତୋଷ ମିଶ୍ର, ନରେନ୍ଦ୍ର ନାଗ, ବିପିନ ନାଏକ, ସୁଜିତ ମନହିରା, ଏକାଦଶିଆ ବାରିକ , ଲିଙ୍ଗରାଜ ପୋଡ, ବେଣୁଧର କାଲସାଏ ଓ ରାଧେ ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking