35.1 C
Bhubaneswar
Tuesday, April 23, 2024
Homeଓଡିଶାଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ

ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର : ଆଜି ବିଜେପିର ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ମଧ୍ୟ କରିଛି ବିଜେପି । ତେବେ ଏହି କ୍ରମରେ ଆଜି ସକାଳୁ ସକାଳୁ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଗାଡ଼ି ଚଳାଚଳ ଓ ଦୋକାନ ବଜାର ସବୁକିଛି ବନ୍ଦ ରହିଛି ।

ଏହାଛଡ଼ା ସ୍କୁଲ, କଲେଜ ଓ ଅଫିସ୍ ସବୁ କିଛି ବନ୍ଦ କରାଯିବ ବୋଲି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ସୂଚନା ଦେଇଛନ୍ତି। ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରୁଥିବାର ଖବର ମିଳିଛି। ମମିତାଙ୍କୁ ନ୍ୟାୟ ଦିଆଯାଉ ବୋଲି ବିଜେପି ଦାବି କରିବା ସହ ଘଟଣାର ସିବିଅଆଇ ତଦନ୍ତ ଏବଂ ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ ବୋଲି ଜିଲ୍ଲା ସଭାପତି କହିଛନ୍ତି। ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ବାକି ସବୁ ବନ୍ଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking