43.9 C
Bhubaneswar
Friday, April 19, 2024
Homeଓଡିଶାବଲାଙ୍ଗିର ରେ ଆଇନ୍ ବ୍ୟବସ୍ଥା: ନଙ୍ଗା ନାହାଏଗା କ୍ୟା ଅର୍ ନିଚୋଡେଗା କ୍ୟା

ବଲାଙ୍ଗିର ରେ ଆଇନ୍ ବ୍ୟବସ୍ଥା: ନଙ୍ଗା ନାହାଏଗା କ୍ୟା ଅର୍ ନିଚୋଡେଗା କ୍ୟା

ବଲାଙ୍ଗିର : ବିଗତ କିଛି ସମୟ ହେବ ବଲାଙ୍ଗିର ଅପରାଧ ଓ ଅପରାଧିଙ୍କ ପାଇଁ ଚରା ଭୁଇଁ ପାଲଟିଛି । ଚୋରି, ଡକାୟତି, ରାହାଜାନୀ, ହତ୍ୟା ଓ ନିଶାମାଫିଆଙ୍କ ସୁଅରେ ସାରା ଜିଲ୍ଲା ଉବୁଟୁବୁ ହେଉଥିବା ବେଳେ ଜିଲ୍ଲାରେ ଆଇନ ବ୍ୟବସ୍ଥା ଦାଇତ୍ୱରେ ଥିବା ଆଦର୍ଶ ପୋଲିସ ବିଭିନ୍ନ ଘଟଣାରେ ନିଜର ସଂପୃକ୍ତି ଲୁଚାଇବାରେ ସଂଘର୍ଷ କରୁଛି । ନିତି ଆଦର୍ଶ ଓ କର୍ତ୍ତବ୍ୟକୁ ଜଳାଞ୍ଜଳି ଦେଇ କେତେବେଳେ ଭିଜିଲାନ୍ସ୍ ହାବୁଡରେ ପଡି ମାନ ମହତ ହରାଉଛି ତ ଆଉ କେତେବେଳେ ଚୋର ଧରି ଚୋରିଟଙ୍କା ହଡପ କରିଥିବା ଅଧିକାରୀ, ନିଜକୁ ପୋଲିସ ବୋଲାଇବା ପାଇଁ ନ୍ୟାୟର ଲଢେଇ ଲଢୁଛି । ଏହି ଭଳି ଜିଲ୍ଲା ପୋଲିସ ଅପରାଧିଙ୍କ ମନରେ ଭୟ ଓ ଜନମାନସରେ ନିଜସ୍ୱ ସତ୍ତା ହରଉଥିବା ବେଳେ ସିଏ ପୁଣି ଜିଲ୍ଲାବାସୀଙ୍କୁ ସୁରକ୍ଷା ଯୋଗଇ ଦେବା “ନଙ୍ଗା ନାହାଏଗା କ୍ୟା ଅର୍ ନିଚୋଡେଗା କ୍ୟା” ଉକ୍ତିକୁ ଚରିତାର୍ଥ କରିଛି ବୋଲି ବୁଦ୍ଧିଜିବୀମାନେ କଟାକ୍ଷ କରୁଛନ୍ତି ।
ସାଧାରଣତଃ, ନିର୍ଧନ ପାଖରୁ ଅର୍ଥର ଆଶା କରିବାକୁ , ହିନ୍ଦି ସାହିତ୍ୟରେ “ନଙ୍ଗା ନାହାଏଗା କ୍ୟା ଅର୍ ନିଚୋଡେଗା କ୍ୟା” ଉକ୍ତି ଦ୍ୱାରା ପରିପ୍ରକାଶ କରାଯାଇ ଥାଏ । ଗାଧେଇଲା ବେଳେ ଲୋକେ ପ୍ରାୟତଃ ଗାଧେଇବା ସହ ବସ୍ତ୍ରକୁ ଧୋଇ ଦେଇ ତାକୁ ନିଚାଡି ଶୁଖାଇ ଦିଅନ୍ତି । କିନ୍ତୁ, ଯିଏ ନିଜେ ନଙ୍ଗଳା ସିଏ ଧୋଇବ କଣ ଆଉ ନିଚାଡିବ ବା କଣ ? ସେହିପରି ଆଦର୍ଶ ବଲାଙ୍ଗିର ପୋଲିସର ବିଭିନ୍ନ ଅଧିକାରୀ ଖୋଦ ବେଆଇନ କାର୍ଯ୍ୟରେ ଲିପ୍ତ ରହି ନିଜସ୍ୱ ବିଭାଗ ତଥା ଆଇନ ଜାଲରେ ଛନ୍ଦି ହୋଇଥିବା ବେଳେ ଜିଲ୍ଲା ର ସାଧାରଣ ଜନତାଙ୍କୁ କିଭଳି ଆଇନ ସୁରକ୍ଷା ଯୋଗଇଦେବେ ତାହା ଏବେ ବଡ ପ୍ରଶ୍ନବାଚୀ ହୋଇ ରହିଛି । ପୋଲିସ୍ ନାଁ ଶୁଣି ଅପରାଧି ଛତ୍ରଭଙ୍ଗ ଦେବେ ଓ ଜନତା ମୋ ପୋଲିସ କହିବ ଆଶାରେ ରାଜ୍ୟ ସରକାରଙ୍କ ୫ଟି ବିଭାଗ ଚେଷ୍ଟାରତ ଥିବା ବେଳେ ଜିଲ୍ଲା ପୋଲିସର ଏହି ଦୁରାବସ୍ଥା ଅପରାଧିମାନଙ୍କୁ ଅପରାଧ ଘଟାଇବାରେ ମନୋବଳ ଯୋଗାଉଛି । ଅଂଚଳରେ ଅପରାଧ ଏପରି ସୀମା ଲଂଘିଛି ଯେ, ପ୍ରତିଦିନ ଲୁଟ ତରାଜ ରାହାଜାନି ନିତି ଦିନର ଖବର ମଣ୍ଡନ କରୁଥିବା ବେଳେ କେଉଁଠି ବିଚ୍ ରାସ୍ତାରୁ ତ ଆଉ କେଉଁଠି ବୁଦା ତଳୁ ରକ୍ତାକ୍ତ ମୃତ ଦେହ ମିଳୁଛି । ସଦା ସୁରକ୍ଷିତ ମାଁ କୋଳରେ ଥିବା ପୁଅ ବି ଏଠି ସୁରକ୍ଷିତ ନୁହନ୍ତି । ଧର୍ମ କର୍ମ ପାଇଁ ଉଦ୍ଦିଷ୍ଟ ବ୍ରହ୍ମମୁହୁର୍ତ୍ତ ରେ କେହି ଦୁର୍ବୁର୍ତ୍ତଙ୍କ ଖଣ୍ଟା ଭୁଜାଲିର ଶିକାର ହେଉଛନ୍ତି ତ ଆଉ କେହି ଶିକ୍ଷା ଦିକ୍ଷାର ମନ୍ଦିର ପଛପଟେ ନିଶାଶକ୍ତଙ୍କ ହାତରେ ଜିବନ ହରାଉଛନ୍ତି । ବିଗତ ଦିନରେ ଅନ୍ଧାର ରାତି ନିଛାଟିଆ ଅଂଚଳକୁ ଡରୁଥିବା ସହରବାସୀ ଏବେ ସହରର କୌଣସି ଅଂଚଳରେ ନିଜକୁ ସୁକ୍ଷିତ ମଣୁ ନାହାନ୍ତି । କେତେବେଳେ କାହା ମୁଣ୍ଡରେ ଖଣ୍ଡା ମାଡ ହେବା ଭୟରେ ଲୋକେ ଏଠି ଭୟଭୀତ । ଆହୁରି ଅପରାଧି ବେଧଡକ ଭାବେ ଅପରାଧର ଭିଡିଓ କରି ସାମଜିକ ଗଣ ମାଧ୍ୟମରେ ଭାଇରାଲ କରିବା ଜିଲ୍ଲା ପୋଲିସର ପାରିବା ପଣିଆକୁ ସାଧାରଣ ପରିହାସ କରୁଛି । ଆହୁରି, ଅପରାଧର ଅନ୍ୟତମ ନିଶା କାରବାରକୁ ଜିଲ୍ଲାରେ ସରକାରୀ ସ୍ୱିକୃତି ପ୍ରାପ୍ତ ଓ ସରକାରୀ ସୁରକ୍ଷା ପ୍ରାପ୍ତ ଭଳି ଦୁଇ ଭାଗରେ ବିଭକ୍ତ କରାଯାଇଥିବା ଭ୍ରମ ସୃଷ୍ଟି ହେଉଛି । ସରକାରୀ ସ୍ୱିକୃତି ପ୍ରାପ୍ତ ଦୋକାନମାନଙ୍କ ବିଷୟରେ ତ ସମସ୍ତେ ଜାଣନ୍ତି କିନ୍ତୁ ସରକାରୀ ସୁରକ୍ଷା ପ୍ରାପ୍ତ ଦୋକାନମାନଙ୍କରେ ବେରୋକଟୋକ ଭାବେ ମଦ, କଫସିରପ ଓ ନିଶା ବଟିକା ବ୍ୟବସାୟ ହେଉଥିବା ବେଳେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଏହାକୁ ସୁରକ୍ଷା ପ୍ରଦାନ କରୁଥିବା ବହୁ ଦିନରୁ ଅଭିଯୋଗ ରହିଛି । ତା ଛଡା ସହଜ ଅର୍ଥ ଲୋଭ ଓ ନିରଙ୍କୁଶ ନିଶା କାରବାର ବେକାର ଯୁବକଙ୍କୁ ଅପରାଧ କ୍ଷେତ୍ରରେ ଟାଣି ନେଉଛି । ତେଣୁ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତି ସୁଧାରିବାକୁ ହେଲେ ଜିଲ୍ଲା ପୋଲିସ ବ୍ୟବସ୍ଥାରେ ଆମୁଳଚୁଳ ପରିବର୍ତ୍ତନ ଆବଶ୍ୟକ ବୋଲି ବୁଦ୍ଧିଜିବୀ ଦାବୀ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking