34.1 C
Bhubaneswar
Friday, March 29, 2024
Homeଓଡିଶାକୋଚ୍ ଶିବ ପ୍ରସାଦ ସ୍ମାରକୀ ଫୁଟବଲ ଉଦ୍‌ଯାପିତ, ସ୍ପୋଟ୍ସ ହଷ୍ଟେଲ ବଲାଙ୍ଗିର ଚାମ୍ପିଆନ

କୋଚ୍ ଶିବ ପ୍ରସାଦ ସ୍ମାରକୀ ଫୁଟବଲ ଉଦ୍‌ଯାପିତ, ସ୍ପୋଟ୍ସ ହଷ୍ଟେଲ ବଲାଙ୍ଗିର ଚାମ୍ପିଆନ

 
ବଲାଙ୍ଗିର,(ଦେବାଶିଷ ମିଶ୍ର)- ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋଟିଂ, ଖଲିଆପାଲି ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ମିଳିତ ଆନୁକୁଲ୍ୟରେ କୋଚ ଶିବ ପ୍ରସାଦ ସ୍ମାରକୀ ଓ ଖଲିଆପାଲି କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦୁଇଗୋଟି ଫାଇନାଲ ଖେଳ ଉଦ୍‌ଯାପିତ ହୋଇଯାଇଛି । ଶିବପ୍ରସାଦ ସ୍ମାରକୀ ଫୁଟବଲ ଖେଳରେ ସ୍ପୋଟ୍ସ ହଷ୍ଟେଲ ବଲାଙ୍ଗିର ବନାମ୍ ଅମାମୁଣ୍ଡା ଖେଳ ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ଡ୍ର ରହିଥିଲା । ଟ୍ରାଇବ୍ରେକର ୪-୨ ଗୋଲରେ ସ୍ପୋଟ୍ସ ହଷ୍ଟେଲ ବିଜୟୀ ହୋଇ ଚାମ୍ପିଆନ ହୋଇଛି । ସେହିପରି ଖଲିଆପାଲି କପ୍ ଫୁଟ୍‌ବଲ ଖେଳରେ ଆଠଗାଁ ୨-୧ ଗୋଲରେ କାଲସାଏପାଲି କୁହରାଇ ଚାମ୍ପିଆନ ହୋଇଛି ।

ମୁଖ୍ୟ ଅତିଥିଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ବିଜେତା ଦଳ ସ୍ପୋଟ୍ସ ହଷ୍ଟେଲ ଓ ଆଠଗାଁକୁ ଟ୍ରଫି ସହ ୫ ହଜାର ଟଙ୍କା ଲେଖାଏଁ ଓ ଉପବିଜେତା ଦଳ ଅମାମୁଣ୍ଡା ଓ କାଲସାଏ ପାଲିକୁ ଟ୍ରଫିସହ ୪ ହଜାର ଟଙ୍କା ଲେଖାଁଏ ଅର୍ଥରାଶି ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀମିଶ୍ର କ୍ରିଡାବିତ ଓ କ୍ରିଡାର ବିକାଶ ପାଇଁ ସମୟୋପଯୋଗି ପଦକ୍ଷେପ ନେବାକୁ ବିଭିନ୍ନ ପରାମର୍ଶ ଦେଇଥିଲେ । ଆୟୋଜନ କମିଟିର ସଭାପତି ନାରାୟଣ ବିଶ୍ୱାଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନି ସମାରୋହରେ ଅଭିମନ୍ୟ ପାଣ୍ଡେ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥିଭାବେ ଶିକ୍ଷକ ବଲରାମ ଗଡତିଆ, ଫରେଷ୍ଟର ବ୍ୟାସଦେବ ସାହୁ, କ୍ରିଡାବିତ ଶିବରାମ ମାଝି ଓ କ୍ରିଡାସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର ଯୋଗଦେଇଥିଲେ । କ୍ରୀଡାସଂଗଠକ ଜିତେଶ୍ୱର ବିଶ୍ୱାଲ, ହେମନ୍ତ କୁମାର ବେହେରା, ଫୁଟବଲ କୋଚ୍ ପରାସର ବାଗ, ଅନୁପ ସାଏ, ମନୋରଂଜନ ବିଶ୍ୱାଳ, ପ୍ରସାନ୍ତ ପ୍ରଧାନ,ସୁର୍ଯ୍ୟମଣି ସୁନା, ଓମ୍‌ପ୍ରକାଶ ବିଶ୍ୱାଳ, କହ୍ନାଇ ଗଡତିଆ,ଗୋପାଲ ବିଶ୍ୱାଳ, ଚିତ୍ତରଂଜନ ବିଶ୍ୱାଳ, ହେମସାଗର ମହାନନ୍ଦ,ସୁକଦେବ ସାହୁ ମଂଚାସୀନଥିଲେ । ଅଂଶ ଗ୍ରହଣକାରି ସମସ୍ତ ଦଳ,ସମସ୍ତ ରେଫରି, କ୍ରିଡାବିତ ଓ ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ଖେଳାଳି ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ପୁରସ୍କୃତ କରିଥିଲେ । ଖେଳଦ୍ୱୟକୁ ଶରତ ନନ୍ଦ, ଅବଦୁଲ ମୁଜିବ,ସଂଜିବ ମହାରଣା, ଖଲିଉଲ ରେହେମାନ ଓ ପ୍ରଫୁଲ୍ଲ ବଗତ୍ତିି ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ଜଗନ୍ନାଥ ସ୍ପୋର୍ଟିଂ କ୍ଳବ ଖଲିଆପାଳିର ସମସ୍ତ ସଭ୍ୟ ତଥା ନୂତନ ଓ ପୁରାତନ କ୍ରିଡାଛାତ୍ରବାସର ଖେଳାଳିମାନେ ସହଯୋଗ କରିଥିଲେ । ପରିଶେଷରେ ସୁର୍ଯ୍ୟମଣି ସୁନା ଧନ୍ୟବାଦଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking