38.1 C
Bhubaneswar
Tuesday, April 23, 2024
Homeଓଡିଶାସରକାରି ନିୟମର ଉଲ୍ଲଂଘନ : ମୋଦିଙ୍କୁ ବେଖାତିର କଲେ ସଙ୍ଗିତା...!

ସରକାରି ନିୟମର ଉଲ୍ଲଂଘନ : ମୋଦିଙ୍କୁ ବେଖାତିର କଲେ ସଙ୍ଗିତା…!

ବଲାଙ୍ଗିର /ପାଟଣାଗଡ,- କରୋନାର ଭୟାବହତା ଦୃଷ୍ଟିରେ ରଖି ଗତ ଗୁରୁବାର ଦିନ ସାରା ଦେଶକୁ ଉଦବୋଧନ ଦେଇ ସ୍ୱଛତା ଓ ସଙ୍ଗରୋଧ ର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତା ଛଢା କେନ୍ଦ୍ର ଓ ରାଜ୍ୟ ସରକାର ତରଫରୁ ସଙ୍ଗରୋଧ ପାଇଁ ବିଭିନ୍ନ କଟକଣା ମାନ ଜାରି କରାଯାଇଥିଲା । ଏପରିକି ଜନସାଧାରଣଙ୍କୁ ଭୀଡରୁ ଦୁରେଇ ରଖିବା ପାଇଁ ଜିଲ୍ଲାରେ ୧୧୪ଧାରା ଜାରି କରିବା ସହ କଠୋର ଦଣ୍ଡ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ତେବେ ମୋଦିଙ୍କ ନିବେଦନ ତଥା ରାଜ୍ୟ ସରକାରଙ୍କ କଟକଣାକୁ ଖାତିର ନକରି , ଶନିବାର ଦିନ ସାଂସଦ ସଂଗୀତା ଦେବୀ ପାଟଣାଗଡ ବ୍ଲକ ଡାଙ୍ଗବାହାଲ ଗାଁ ରେ ନିଜ ଦଳୀୟ ସମର୍ଥକଙ୍କ ସହ ଗ୍ରାମୀଣ ଡାକଘର ଉଦଘାଟନ କରିଛନ୍ତି । ଯେଉଁଥିରେ ଦଲିୟ କର୍ମିଙ୍କୁ ଛାଡି ଶହ ଶହ ଗ୍ରାମିଣ ଯମା ହୋଇଥିଲେ । ଯାହା ନିଶ୍ଚିତ ଭାବେ ପ୍ରଧାନ ମନ୍ତ୍ରୀଙ୍କୁ ଅବମାନନା ଓ କରୋନା-୧୯ କଟକଣା ର ଖୋଲାଖୋଲି ଉଲଙ୍ଘନ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ବଲାଙ୍ଗିର ଡାକ ଡିଭିଜନର ଅନୁରୋଧ ପତ୍ର ଡିଓ ନମ୍ବର ଏ/ଜି ୪୦ ସିଏଚ ୧୧ ରେ ଏହି ଉଦଘାଟନ ସିମିତ ଲୋକଙ୍କ ମଧ୍ୟ ରେ ହେବା ସ୍ପଷ୍ଟ ଉଲ୍ଲେଖ ରହିଥିବା ସତ୍ତ୍ୱେ ଶହ ଶହ ଗରିବ ଗ୍ରାମୀଣଙ୍କ ସୁରକ୍ଷାକୁ ଜଳାଞ୍ଜଳି ଦେବାକୁ ନେଇ ବୁିଦ୍ଧିଜିବୀ ତଥା ପାଟଣାଗଡ ବାସୀ ଙ୍କ ମଧ୍ୟ ରେ ଚର୍ଚ୍ଚା ଜୋର ଧରିଛି । ତେବେ ଏ ସଂକ୍ରାନ୍ତରେ ସାଂସଦ ସଂଗିତା ଦେବିଙ୍କୁ ପଚରାଯିବାରୁ, ଏହି ଘଟଣାର ରାଜନୈତିକରଣ କରା ନ ଯାଉ ବୋଲି କହିବା ସହ ମୁଁ କାହାକୁ ଏହି କାର୍ଯ୍ୟକ୍ରମରେ ଡାକି ନଥିଲି, ଲୋକେ ମତେ ଦେଖିବାକୁ ଆସିଥିଲେ ବୋଲି କହିଛନ୍ତି । ଏପଟେ, ତୃତିୟ ଥର ପାଇଁ ସାଂସଦ ହୋଇଥିବା ସଂଗିତା ଦେବି ବିଜେପି ଦଳର ଜଣେ ବିଶିଷ୍ଟ ନେତ୍ରି ହେବା ବେଳେ ଦଳର ଶ୍ରେଷ୍ଟ ନେତା ତଥା ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏହା ବେଖାତିର ବୋଲି କହିବା ସହ ନିୟମର ଉଲଂଘନ କରିଥିବା ସାଂସଦଙ୍କ ଉପରେ କଟୋର କାର୍ଯ୍ୟାନୁଷ୍ଠାନ ହେବ ନା ଦଳୀୟ ନେତ୍ରୀଙ୍କୁ ସାତ ଖୁଣ ମାଫ କରାଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking