40.1 C
Bhubaneswar
Thursday, April 25, 2024
Homeଓଡିଶାବଲାଙ୍ଗିରରେ ପିଇବା ପାଣି ସମସ୍ୟାକୁ ଯଥା ଶିଘ୍ର ଦୁର କରାଯାଉ- ନରସିଂହ

ବଲାଙ୍ଗିରରେ ପିଇବା ପାଣି ସମସ୍ୟାକୁ ଯଥା ଶିଘ୍ର ଦୁର କରାଯାଉ- ନରସିଂହ

ବଲାଙ୍ଗିର;- ଏପଟେ ଖରା ମାସ, ସେପଟେ ଘର ବନ୍ଦି । ଲୋକଙ୍କୁ ପାଣୀ ନ ମିଳିଲେ ଲୋକେ ବଞ୍ଚିବେ କିପରି ବୋଲି ଆଜି ବଲାଙ୍ଗିର ବିଧାୟକ ସରକାର ତଥା ଜିଲ୍ଲା ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ତତଃ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ସରକାରି କର୍ମଚାରୀ ଲୋକାଭିମୁଖି ହୁଅନ୍ତୁ । ଶ୍ରୀ ମିଶ୍ର ଜିଲ୍ଲା ପ୍ରଶାସନକୁ ପିଇବା ପାଣି ସୁଷମ ବଣ୍ଟନ କରିବା ପାଇଁ ଅନୁରୋଧ କରିବା ସହ ତାଗିଦ ମଧ୍ୟ କରିଛନ୍ତି ଯେ କରୋନା ଭୟାବହତା ସମୟରେ ବଲାଙ୍ଗିର ସହରରେ ପିଇବା ପାଣି ଅସୁବିଧା ହେବା କଥା ନୁହେଁ । କିନ୍ତୁ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳୁ ନାହିଁ । ଆହୁରି ବିଭାଗୀୟ ଯନ୍ତ୍ରୀଙ୍କୁ ପିଇବା ପାଣି ସମସ୍ୟାକୁ ନେଇ ଫୋନ ମାଧ୍ୟମରେ ଅଭିଯୋଗ କରିବା ପାଇଁ ଚେଷ୍ଟା କଲେ ମଧ୍ୟ ସେ ଫୋନ ଉଠାଉ ନାହାନ୍ତି ତେଣୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ ସହରର ସମସ୍ତ ଅଂଚଳରେ ପିଇବା ପାଣି ବଣ୍ଟନର ବ୍ୟବସ୍ଥା କରନ୍ତୁ ଏବଂ କାର୍ଯ୍ୟରେ ଅବହେଳା କରୁଥିବା ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ।
ପ୍ରକାଶ ଯୋଗ୍ୟ ଯେ, କରୋନା ସଂକ୍ରମଣରୁ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସାରା ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି । ଜନତାଙ୍କୁ ଘରେ ରହି, ନିଜ ତଥା ନିଜ ପରିବାରର ସୁରକ୍ଷା କରି ଦେଶ ସେବାରେ ଭାଗିଦାର ହେବା ପାଇଁ କୁହାଯାଉଛି । ସେହିପରି ଗରିବ ଜନ ସାଧାରଣଙ୍କୁ ଚାଉଳ, ଗହମ, ରନ୍ଧନ ଗ୍ୟାସ ଓ ଭତ୍ତା ଭଳି ସମସ୍ତ ସୁବିଧା ଘରେ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ଦୁଃଖର ବିଷୟ ଯେ ଏଭଲି ଘଡିସନ୍ଧି ମୁହୁର୍ତ୍ତରେ ବଲାଙ୍ଗିର ସହରର ଅନେକ ଅଞ୍ଚଳରେ ଲୋକେ ପାଣି ପାଈଁ ଡହକ ବିକଳ ହେଉଛନ୍ତି । ସହରର ଅନେକ ଅଞ୍ଚଳରେ କିଛି ଦିନ ହେଲା ଜଳ ଯୋଗାଣ ନହେଉଥିବା ଅଭିଯୋଗ ହେଉଛି । ତେବେ ଏପଟେ କରୋନା ଭୟ ସେପଟେ ଜଳାଭାବ ଲୋକଙ୍କୁ ନା ଘର ଭିତରେ ରହି ଦେଉଛି ନା ପାଣି ଆଣିବା ପାଇଁ ଲୋକେ ଘର ବାହାରକୁ ଯାଇ ପାରୁଛନ୍ତି ବୋଲି ଲୋକେ ଅଭିଯୋଗ କରି ଆସୁଥିଲେ । ବାରମ୍ବାର ଅଭୀଯୋଗ ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ଲୋକେ ସ୍ଥାନିୟ ବିଧ।ୟକଙ୍କୁ ଏ ସଂପର୍କିୟ ଅଭିଯୋଗ ଜଣାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking