40.1 C
Bhubaneswar
Thursday, April 25, 2024
Homeଅପରାଧପ୍ରେମିକାକୁ ବିବାହ ପ୍ରତିଶୃତି ଦେଇ ପ୍ରେମିକ ଏପରି କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପ୍ରେମିକାକୁ ବିବାହ ପ୍ରତିଶୃତି ଦେଇ ପ୍ରେମିକ ଏପରି କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

 
ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଣ୍ଡାବୁଟୁଲା ଗାଁ’ର ଜଣେ ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ଅପହରଣ କରି ବିବାହ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ନେଇ ପୀଡ଼ିତା ଜଣକ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ପ୍ରେମିକଙ୍କୁ ପୁଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, କୁଣ୍ଡାବୁଟୁଲା ଗ୍ରାମର ସୁବୁଦ୍ଧି ବିଶ୍ୱାଳଙ୍କ ପୁଅ ଅନୀଲ ବିଶ୍ୱାଳ (୨୬) ଗ୍ରାମର ଜଣେ ଯୁବତୀ ମମତା(ଛଦ୍ମନାମ)ଙ୍କୁ ଗତ ୮/୯/୨୦୧୯ ତାରିଖରେ ଗାଁରୁ ଅପହରଣ କରିନେଇଥିଲା । ପରବର୍ତ୍ତୀ ସମୟରେ ଛତିଶଗଡ଼ ରାଜ୍ୟର ରାୟପୁର ସହର  ଟିକ୍ରାପଡ଼ା ଠାରେ ଥିବା ଏକ ଭଡ଼ାଘରେ ବଳପୂର୍ବକ ପଣବନ୍ଦୀ କରି ଦୁଷ୍କର୍ମ କରିଥିଲା । ଖାଲି ସେତିକି ନୁହେଁ ଯୁବତୀଙ୍କୁ ବହୁବାର ମାଡ଼ପିଟ୍ କରିଥିବା ନାବାଳିକା ଅଭିଯୋଗ କରିଛନ୍ତି । ନାବାଳିକା ଜଣକ କାକୁତି ମୀନତି ହୋଇ ବାପା,ମା’ଙ୍କୁ ଫୋନ୍ କରିବାକୁ କହିବାରୁ ଜୀବନରେ ମାରି ଦେବି ବୋଲି ଧମକ୍ ମଧ୍ୟ ଅନେକ ସମୟରେ ଦେଉଥିଲା । ନାବାଳିକାକୁ ଗତ କିଛିମାସ ହେବ ୧୮ବର୍ଷ ପୂରିଯାଇଥିବା ବେଳେ  ଘରକୁ ଯାଇ ବିବାହ କରିବାକୁ ଅନୀଲ କହିଥିଲା । ଉଭୟ ରାୟପୁରରୁ ନିଜ ଗ୍ରାମକୁ ଯିବାପାଇଁ ବାହାରିଥିଲେ । ବଙ୍ଗୋମୁଣ୍ଡା ଆମ୍ବେଦକର ଛକରେ ପହଞ୍ôଚବା ପରେ ଅନୀଲ ଏଟିଏମରୁ ପଇସା କାଢ଼ି ଆସୁଛି ବୋଲି କହି ଫେରାର୍ ମାରିଥିଲା ।  ଯୁବତୀ ଓ ପରିବାର ଲୋକେ ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ । ଏନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବେଲେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking