29.1 C
Bhubaneswar
Thursday, April 25, 2024
Homeଓଡିଶାପାଟଣାଗଡରେ ଠିକା ରାଜନିତୀ: ଭାଙ୍ଗି ଦିଆଗଲା ଆଇସୋଲେସନ୍ ୱାର୍ଡ

ପାଟଣାଗଡରେ ଠିକା ରାଜନିତୀ: ଭାଙ୍ଗି ଦିଆଗଲା ଆଇସୋଲେସନ୍ ୱାର୍ଡ

ବଲାଙ୍ଗିର/ପାଟଣାଗଡ; – କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ । କରୋନାର ମୁକାବିଲା ପାଇଁ ସ୍ୱଚ୍ଛତା ପରେ ଆଇସୋଲେସନ୍ ର ଗୁରୁତ୍ୱ ସବୁଠୁ ଅଧୀକ । ଉଭୟ ଭାରତ ସରକାର ଏବଂ ଓଡିଶା ସରକାର କରୋନା କୁ ବିପର୍ଯ୍ୟୟ ବୋଲି ଘୋଷଣା କରିବା ସହ ଯୁଦ୍ଧକାଳୀନ ଭିତିରେ ଏହାକୁ ମୁକାବିଲା କରିବା ପାଇଁ ପଞ୍ଚାୟତ ସ୍ତରରୁ ଆସୋଲେସନ ୱାର୍ଡ ମାନ ଖୋଲାଯାଉଛି । କିନ୍ତୁ ପାଟଣାଗଡ ଉପଖଣ୍ଡ ସ୍ତରିୟ ଡାକ୍ତରଖାନା ଲୋକଙ୍କୁ ଏହି ସେବା ଯୋଗାଇଦେବା ପାଇଁ ଏପର୍ଯ୍ୟନ୍ତ ସଂପୁର୍ଣ ଅପ୍ରସ୍ତୁତ । ପାଟଣାଗଡରେ ଚିକିତ୍ସାଳୟ ରେ ରାଜନେତାଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଆଇସୋଲେସନ ୱାର୍ଡ ପ୍ରସ୍ତୁତ ହେବାପରେ ଏହାକୁ ପୁଣି ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ପାଟଣାଗଡ ଚିିକିତ୍ସାଳୟରେ କରୋନା ମୁକାବିଲା ପାଇଁ ଆଇସୋଲେସନ ୱାର୍ଡ କୁ ନେଇ ରାଜନୀତି ଦେଖାଯାଉଥିବା ଲୋକ କହୁଛନ୍ତି । ସୁଚନା ମୁତାବକ ପୂର୍ତ ବିଭାଗ ତରଫରୁ ଡାକ୍ତରଖାନା ପରିସରରେ ଆଇସୋଲେସନ ୱାର୍ଡ ନିର୍ମାଣ ଚାଲିଥିବା ବେଳେ ଗତକାଲି ପୁଣି ସେହି ଆଇସୋଲେସନ ୱାର୍ଡ କୁ ଭାଙ୍ଗି ଦିଆଯାଇଛି । ଜଣେ ଠିକାଦାର ଏହି କାର୍ଯ୍ୟକୁ ପ୍ରାୟ ସମ୍ପୂର୍ଣ୍ଣ କରିସାରିଥିବା ବେଳେ ରାଜନୈତିକ ଚାପରେ ସେହି କାମକୁ ବନ୍ଦ କରିଦିଆଯାଇଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ତେବେ ସ୍ଥାନୀୟ ବିଧାୟକଙ୍କ ଦଳୀୟ ସମର୍ଥକ ମାନେ ସେହି କାର୍ଯ୍ୟ କରିବେ ବୋଲି ନାମ ଗୋପନ ରଖି ଡାକ୍ତରଖାନା କର୍ମଚାରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏ ବିଷୟରେ ପୂର୍ତ ବିଭାଗ ଜେ.ଇ. ଦିପ୍ତିକାନ୍ତ ମହାନ୍ତି ଏବଂ ଏସ.ଡି.ଓ. ଅରୁଣ ଟେଟେ ଙ୍କୁ ଫୌନ ଯୋଗେ ପଚାରିବାରୁ, ଏ ବିଷୟରେ ଦୟାକରି ପଚାରୁନ୍ତୁ ନାହିଁ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ , ନିର୍ବାହୀ ଯନ୍ତ୍ରୀ କଂଟାବାଞ୍ଜିଙ୍କୁ ପଚାରନ୍ତୁ ବୋଲି ଉତ୍ତର ଦେଇଛନ୍ତି ଏପଟେ ନିର୍ବାହୀ ଯନ୍ତ୍ରୀ କଂଟାବାଞ୍ଜି ତପନ କୁମାର ବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇନଥିଲେ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ରାଜନିତୀର ଚକ୍ରବ୍ୟୁହରେ ପାଟଣାଗଡ ଉପଖଣ୍ଡବାସୀ ଆଗାମୀ ଦିନରେ ମୃତ୍ୟୁ ମୁଖରେ ପଡିବା ସ୍ୱାଭାବିକ । ରାଜନେତା ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ନିଜ ତଥା ଦଲିୟ କର୍ମିଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବୃହତ ସ୍ୱାର୍ଥକୁ ବଳିଦେବାକୁ ପଛାଉନାହାନ୍ତି ବୋଲି ଲୋକେ ଦୁଃଖ ପ୍ରକାଶ କରୁଥିବା ବେଳେ ଆଉ କିଛି ଉପଖଣ୍ଡ ଡାକ୍ତରଖାନାର ଏଭଳି ଅବସ୍ଥା ପାଇଁ କାହାକୁ ଉଠ୍ ବସ୍ କରାଯିବ ବୋଲି ପ୍ରଶ୍ନ କରୁଛନ୍ତି । ତେବେ ବର୍ତମାନ କରୋନାକୁ ନେଇ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ତଥା ରାଜନିତୀ କରୁଥିବା ବ୍ୟକ୍ତି ମାନଙ୍କ ଏଭଳି କାର୍ଯ୍ୟକଳାପକୁ ଅଂଚଳବାସୀ ନାପସନ୍ଦ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking