28.1 C
Bhubaneswar
Thursday, March 28, 2024
Homeଓଡିଶାଅସହାୟଙ୍କ କରୁଣ କାହାଣୀ : ସାହା ଖୋଜୁଛନ୍ତି ସର୍ବହରା ରାକେଶ

ଅସହାୟଙ୍କ କରୁଣ କାହାଣୀ : ସାହା ଖୋଜୁଛନ୍ତି ସର୍ବହରା ରାକେଶ

ବଲାଙ୍ଗିର (ଦେବାଶିଷ ମିଶ୍ର),- ରାକେଶ ସାହୁ । ସ୍ଥାନୀୟ ୩ ନଂ ଓା୍ୱର୍ଡ ତାଲପାଲିପଡା ନିବାସୀ । ଯାହା ରୋଜଗାର କରି ସଂଚୟ କରିଥିଲେ ସେଥିରେ ଦୁଃଖ କଷ୍ଟରେ ବଡ଼ ତିନି ଝିଅଙ୍କୁ ବାହା ଦେଲେ । ଏବେ ପରିବାରରେ ଅସହାୟା ସ୍ତ୍ରୀ ,ଆହୁରି ତିନି ଝିଅ ଓ ଗୋଟିଏ ପୁଅ ସହିତ ଛଅ ପ୍ରାଣୀ । ଜଣେ ମୋଟର ସାଇକଲ ମେକାନିକ୍ ଭାବେ ସ୍ଥାନୀୟ କଲେଜ ଛକରେ ଚାଳ ଦୋକାନ ଖଣ୍ଡିଏ କରିଥିଲେ । ଦୁଇ ପଇସା ରୋଜଗାର କରି ଜୀବନ ଜୀବିକା ଚଳାଉଥିଲେ । ଗତ ବର୍ଷ ଅଗଷ୍ଟ ମାସର ବନ୍ୟାରେ ଘର ଧୋଇଯିବା ପରେ ରାସ୍ତା ପ୍ରଶସ୍ତିକରଣରେ ତାଙ୍କର ଦୋକାନ ଖଣ୍ଡିକ ବି ହରାଇଥିଲେ । ତେବେ ଶରିର ଖଣ୍ଡିକ ସାହାରାରେ ପରିବାର ବୋଝ ଘୋସାରି ଘୋସାରି ବୋହୁଥିବା ରାକେଶ, ଶେଷରେ ଫୁଟ୍ ଅଲସର୍ ଦ୍ୱାରା ପୀଡ଼ିତ ହେଲେ । ସଂକ୍ରମଣରୁ ବଂଚିବାକୁ ହେଲେ ସଂକ୍ରମିତ ବାମ ଗୋଡଟିକୁ କାଟିବା ପାଇଁ ଡାକ୍ତର ପରାମର୍ଶ ଦେବା ପରେ ଗତ ମାସରେ ଗୋଡ଼ ମଧ୍ୟ ହରାଇଥିଲେ ।

ଏବେ ରାକେଶ ସର୍ବହରା । ତାଙ୍କ ସହ ତାଙ୍କ ପରିବାର ମଧ୍ୟ ବେସାହାରା । ପରିବାର ପ୍ରତିପୋଷଣ ଏବେ ତାଙ୍କ ପାଇଁ ଖୁବ୍ ଅସମ୍ଭାଳ ହୋଇପଡ଼ିଛି । ସ୍ତ୍ରୀ ଲୋଚନାଙ୍କ ଉପାର୍ଜନରୁ କୌଣସି ମତେ ଚଳୁଛି ପରିବାର । ରାସନ କାର୍ଡ଼ଟିଏ ମଧ୍ୟ ନଥିବାରୁ କୌଣସି ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ରାକେଶ । ଅନ୍ୟପଟେ ଗତ ବର୍ଷର ଅଗଷ୍ଟ ମାସର ବନ୍ୟାରେ ତାଙ୍କ ପରିବାର ମୁଣ୍ଡ ଲୁଚେଇବାକୁ ରହିଥିବା ଘର ସହ ବିଭିନ୍ନ କାଗଜପତ୍ର ମଧ୍ୟ ଭାସିଯାଇଥିବା ସେ କହିଛନ୍ତି । ଏବେ ରାକେଶଙ୍କ ଚତୁର୍ଦିଗ ଶୂନ୍ୟ ଶୂନ୍ୟ, ମହାଶୂନ୍ୟ । କାହାକୁ କ’ଣ କହି କି ସାହାଯ୍ୟ ମାଗିବେ, କିଛି ବୁଝି ପାରୁନାହାନ୍ତି । ତେବେ ସରକାରୀ ସହଯୋଗ ପାଇଁ ଏବେ ଅନେଇ ବସିଛନ୍ତି ସେ ଓ ତାଙ୍କ ନିଃସହାୟ ପରିବାର । ଜିଲ୍ଲା ପ୍ରଶାସନ ରାକେଶ ଓ ତାଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼େଇବାକୁ ସାଧାରଣରେ ଦାବୀ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking