କୃତ୍ରିମଗୋଡ ଖଞ୍ଜା ହୋଇ ଗାଁରେ ପହଞ୍ôଚଲା ‘ପାୟଲ’

ବଲାଙ୍ଗିର, –  ହାତଗୋଡ ହରାଇ ସାରିଥିବା ଝିଅ “ପାୟଲ ନାଗ” କୃତ୍ରିମ ଗୋଡ ଦୁଇଟି ଖଞ୍ଜାଯିବା ପରେ ନିଜ ଗାଁ ଯମୁନାବାହାଲରେ ଆଜି ପହଞ୍ôଚଛି । ଏଠାରେ ପ୍ରକାଶଯୋଗ୍ୟ ଯେ ଗତ ୨୨.୦୨.୨୦୨୦ ଅପରାହ୍ନରେ ମୁରିବାହାଲ ବ୍ଲକର ଯମୁନାବାହାଲକୁ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ କିଛି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ପାୟଲ ନାଗଙ୍କ ଘରେ ପହଞ୍ôଚଥିଲେ । ପାୟଲର ହାତଡଗୋଡର ଅବସ୍ଥା ଦେଖି ତଙ୍କର ମା ଜନତା ଓ ବାପା ବିଜୟଙ୍କୁ ପାୟଲକୁ ନେଇ ବଲାଙ୍ଗିରରେ ଆସି ତାକୁ ଦେଖା କରିବାକୁ କହିଥିଲେ । ସେହି କ୍ରମରେ ପାୟଲର ପିତା ମାତା ପାୟଲକୁ ନେଇ ଜିଲ୍ଲାପାଳଙ୍କୁ ବଲାଙ୍ଗିର କାର୍ଯ୍ୟାଳୟ ଠାରେ ଦେଖା କରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଓ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ମୁଣ୍ଡ, ଜାତୀୟ ସ୍ୱାସ୍ଥ୍ୟ ମିଶନଙ୍କ ସହ ଆଲୋଚନା ପରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଯାୟୀ ଡି.ସି.ପି.ୟୁର ସାମାଜିକ କର୍ମୀ ଅରୁଣ ଖୁଆସଙ୍କ ପ୍ରତିନିଧିତ୍ୱରେ ଭୁବନେଶ୍ୱର ସ୍ଥିତ ଏଡ୍‌ଭାନ୍ସ ରିହାବିଲିଟେସନ୍ ସେଣ୍ଟରକୁ ଯାଇ ପହଞ୍ôଚଥିଲେ । ପାୟଲର ପରୀକ୍ଷା – ନିରୀକ୍ଷା ପରେ ଗୋଡ ଦୁଇଟିର ମାପ ନେଇ ମାର୍ଚ୍ଚ ୨ ତାରିଖ କୁତ୍ରମ ଗୋଡ ଖଞ୍ଜାଯାଇ ପାୟଲ ଚାଲିବା ଅଭ୍ୟାସ କରିବା ପରେ , ଆଜି ନିଜ ଗାଁ ଯମୁନା ବାହାଲକୁ ପହଞ୍ôଚଛି । ପାୟଲ ନିଜ ଗାଁ ଯମୁନାବାହାଲରେ ପହଞ୍ôଚବା ପରେ ତାହାର ସଂମ୍ପର୍କିୟ, ଗ୍ରାମବାସୀ ଖୁସି ହୋଇଥିଲେ । ତେବେ “ପାୟଲ”ର କୁତ୍ରିମ ହାତ ପାଇଁ ସରକାର ଟଙ୍କା ମଞ୍ଜୁର କରିସାରିଥିବା ବେଳେ ୧୩ରୁ୧୬ ମାର୍ଚ୍ଚ ମଧ୍ୟରେ ହାତ ଖଞାଜିବା ପୁଣିଥରେ ଭୁବନେଶ୍ୱରକୁ ନିଆଯିବା ସୁଚନା ରହିଛି ।