34.1 C
Bhubaneswar
Friday, March 29, 2024
Homeଓଡିଶାଚର୍ଚ୍ଚାରେ ବିଧାୟକ: ବାବାସାହେବଙ୍କୁ ଡିଜିଟାଲ୍ ଶ୍ରଦ୍ଧାଞ୍ଜଳି

ଚର୍ଚ୍ଚାରେ ବିଧାୟକ: ବାବାସାହେବଙ୍କୁ ଡିଜିଟାଲ୍ ଶ୍ରଦ୍ଧାଞ୍ଜଳି

 
ବଲାଙ୍ଗିର/ଲୋଇସିଂହା;- ଗତ କାଲି ସଂବିଧାନ ପ୍ରଣେତା ତଥା ଦେଶର ପ୍ରଥମ ଆଇନ ମନ୍ତ୍ରୀ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ତିଥି ଥିଲା । ଏହି ଅବସରରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ବାବା ସାହେବଙ୍କୁ ମୋବାଇଲ ଛବି ଦ୍ୱାରା ଶ୍ରଦ୍ଧାଞ୍ଜଳି ଦେଇ ଅଡୁଆରେ ପଡିଛନ୍ତି । ବାବାସାହେବଙ୍କ ଫଟୋଚିତ୍ର କିମ୍ବା ପ୍ରତିମୁର୍ତି ପରିବର୍ତ୍ତେ ିର୍ବିଧାୟକଙ୍କ ଏଭଳି ଟେବଲେଟ୍ ଫଟୋ ଶ୍ରଦ୍ଧାଞ୍ଜଳି ତାଙ୍କୁ ଲୋକଙ୍କ ରୋଷର ଶିକାର କରିଛି । ଲୋକେ ଏହାକୁ ବିଧାୟକଙ୍କ ଡିଜିଟାଲ ଶ୍ରଦ୍ଧାଞ୍ଜଳି କହୁଛନ୍ତି । ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଅନେକେ ତାଙ୍କର ଏପରି କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ସିଧା ସିଧା ତାଙ୍କୁ ଟ୍ରୋଲ କରିଛନ୍ତି । ଲୋକଙ୍କ କହିବା ମୁତାବକ ବିଧାୟକ ମହୋଦୟ ନିଜେ ଦଳିତ ସଂପ୍ରଦାୟର ହୋଇଥିବା ବେଳେ, ବାବା ସାହେବଙ୍କ ପ୍ରଣିତ ନିତି ନିୟମ ଦ୍ୱାରା ସେ ଆଜି ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହେବା ପରେ ଲୋଇସିଂହା ଭଲି ରିଜର୍ବ ସିଟରୁ ବିଜୟ ଲାଭ କରି ବିଧାୟକ ହୋଇ ପାରିଛନ୍ତି । ତାଛଡା କିଛି ଦିନ ପୁର୍ବରୁ ତାଙ୍କ ଦଳ ତରଫରୁ ମଧ୍ୟ ବାବାସାହେବଙ୍କ ଜନ୍ମତିଥି ପାଳନ କାରାଯିବା ନେଇ ସ୍ପଷ୍ଟ ନିର୍ଦ୍ଦେଶ ଯାରି କାରଯାଇଥିଲା । ତେବେ ସେ ବାବାସାହେବଙ୍କ ଜନ୍ମ ତିଥି ପାଲନ ନେଇ ପ୍ରସ୍ତୁତ ରହିବା କଥା । କିନ୍ତୁ ଜାତି ପାଇଁ ଆଜିବନ ଲଢିଥିବା ମହାନାୟକଙ୍କୁ ତାଙ୍କର ଜନ୍ମତିଥିରେ ଏଭଳି ବ୍ୟବହାର ବାବାସାହେବଙ୍କ ପ୍ରତି ଏହା ଘୋର ଅପମାନ ବୋଲି ଅନେକେ କହୁଛନ୍ତି ।
ସେହିପରି ବିଧାୟକଙ୍କ ସମର୍ଥକ ଏହାକୁ ଅଯଥା ରାଜନିତି କହିବା ସହ, ଫଟୋ କେବଳ ଏକ ପରି ପ୍ରକାସ ର ମାଧ୍ୟମ । ବାବାସାହେବଙ୍କ ପ୍ରତି ବିଧାୟକଙ୍କ ଗଭିର ଶ୍ରଦ୍ଧା, ସମ୍ମାନ ଓ ବିଶ୍ୱାସ ରହିଛି । କେବଳ ଯେ ଜନ୍ମତିଥିର ଫଟୋ କାହାରି ପ୍ରତି ଶ୍ରଦ୍ଧା ଓ ସମ୍ମାନର ମାପକାଠି ନୁହେଁ ବୋଲି ଯୁକ୍ତି ବାଢିଛନ୍ତି । ତେବେ ଏହି ଘଟଣା ଲୋଇସିଂହା ବିଧାୟକଙ୍କ ଯୋଗ୍ୟତା ଓ କ୍ରମବର୍ଦ୍ଧିଷ୍ନୁ ଲୋକପ୍ରିୟତା ପ୍ରତି ବିରୋଧିଙ୍କ ଅସୁଆ ମନୋଭାବ ବୋଲି ଆଉ କିଛି ମତବ୍ୟକ୍ତ କରୁଛନ୍ତି । ତେବେ ଏସଂପର୍କରେ ବିଧାୟକ ମହାଲିଙ୍ଗଙ୍କ କୌଣସି ମତ ମିଳି ପାରି ନାହିଁ ।

ଅବକାରୀ ବିଭାଗ ର ଚଢାଉ : ୪୦ ଲିଟର ଦେଶୀ ରନ୍ଧା ମଦ ଓ ୬୪୦ କେଜି ମହୁଲ ପୋଚ ଜବତ

 

ବଲାଙ୍ଗିର/କଣ୍ଟାବାଞ୍ଜି,- ଦେଶି ଓ ବିଦେଶି ମଦ ଦୋକାନ ବନ୍ଦ ଥିବା ସତ୍ୱେ ଜିଲ୍ଲାର ବିଭିନ୍ନ ଅଂଚଳରେ ଦୁଇ ଗୁଣା ଦରରେ ମଦ ବିକ୍ରି ଅଭୀଯୋଗ ହୋଇ ଆସୁଛି । ସେହିପରି ଗ୍ରାମାଞ୍ଚଳରେ ରନ୍ଧାମଦ ତିଆରି କାରାଯାଇ ବିକ୍ରି କରାଯାଉଛି । କୌଣସି ସୁତ୍ରରୁ ଖବର ପାଇ ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ପଂଚାୟତ ବେଡାପରା ଗାଁ ରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣ ରେ ଦେଶୀ ମଦ ସହ ମହୁଲ ପୋଚ କୁ ମଧ୍ୟ ଜବତ କରିଥିବା ସୂଚନା ମଳିିଛି । ସୂଚନା ମୁତାବକ, ବିରିପାଲି ପଂଚାୟତ ବେଡାପରା ଗାଁ ରେ ଦିନ କୁ ଦିନ ମଦ କାରବାର ବଢି ଚାଲିଥିବା ବେଲେ ଅବକାରୀ ବିଭାଗ ଚଢାଉ କରି ୪୦ ଲିଟର ଦେଶୀ ମଦ ଓ ୬୪୦ କେଜି ମହୁଲ ପୋଚ କୁ ଜବତ କରିଥିବା ସୂଚନା ମିଲିଛି । ମଦ ତିଆରି କରୁଥିବା ବେଳେ ଅବକାରୀ ବିଭାଗ କୁ ଦେଖି ପ୍ରସ୍ତୁତ କାରୀ ଫେରାର୍ ହୋଇଯାଇଥିଲେ । ମଦ ତିଆରିରେ ଲାଗୁଥିବା ବିଭିନ୍ନ ସାମଗ୍ରୀ କୁ ଅବକାରି ବିଭାଗ ଜବତ କରିଛି । ଜିଲ୍ଲା ଅବକାରୀ ଅଧିକ୍ଷକ ସିଦ୍ଧେଶ୍ୱର ବେସରା ଙ୍କ ନିର୍ଦ୍ଧେଶ କ୍ରମେ ଚଢାଉ ରେ କଣ୍ଟାବାଞ୍ଜି ଅବକାରୀ ନୀରିକ୍ଷକ ଜ୍ଞାନରଞ୍ଜନ ପଣ୍ଡା,ବଙ୍ଗୋମୁଣ୍ଡା ଓଆଇସିି ଗୋବର୍ଦ୍ଧନ ରଣା,କଣ୍ଟାବାଞ୍ଜି ଓଆଇସି ସୁବିନ୍ଦ ନାଗ,ଏସ୍‌ଆଇ ଅଲେଖ ପୁଟେଲ,କନେଷ୍ଟବଳ ଚୁଲେଶ୍ୱର କୁମ୍ଭାର,ପ୍ରଫୁଲ୍ଲ ନାଗ,ମମତା ବେହେରା ପ୍ରମୁଖ ଚଢାଉ ରେ ସାମିଲ ଥିବା ସୁଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking