30.1 C
Bhubaneswar
Wednesday, April 24, 2024
Homeଓଡିଶାପି.ଡି.ଏସ. ଗହମ ବଂଟନରେ ଅନିୟମିତତା

ପି.ଡି.ଏସ. ଗହମ ବଂଟନରେ ଅନିୟମିତତା

ବଲାଙ୍ଗିର/ପାଟଣାଗଡ; –କରୋନା ସମୟରେ ଗରୀବ ଜନସାଧାରଣଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୩ ମାସର ଗହମ ଏବଂ ଚାଉଳ ଓ ପ୍ରତ୍ୟେକ ଖାଉଟୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଦେବାକୁ ନିଷ୍ପତି ନେଇଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ, କିଛି ଅସାଧୁ କର୍ମଚାରୀ ଏହାର ଫାଇଦା ଉଠାଇ କେବଳ କାଗଜ ପତ୍ରରେ ଲେଣ ଦେଣ ଦର୍ଶାଇ ମାଲାମାଲ ହେଉଥିବା ଅଭିଯୋଗ ହେଉଛି । ପାଟଣାଗଡ ବ୍ଲକ ଅନ୍ତର୍ଗତ ଘସିଏନ ଗ୍ରାମ ପଂଚାୟତରେ ଏଭଳି ଏକ ଘଟଣା ସାମନାକୁ ଆସିଛି । ଏହି ପଂଚାୟତରେ ଗତ ଜାନୁୟାରୀ, ଫେବୃୟାରୀ ଏବଂ ମାର୍ଚ୍ଚ ମାସର ଗହମ ଉଠିଥିବା ବେଳେ ହିତାଧିକାରିଙ୍କୁ ଯୋଗାଣ ସହାୟକ କେବଳ କାଗଜ ପତ୍ର ରେ ବଂଟନ ଦର୍ଶାଇଥିବା କୁହାଯାଉଛି । ପଂଚାୟତ ଗୋଦାମ ଗୃହରେ ଗହମ ଗଚ୍ଛିତ ଥିବା ବେଳେ ମାର୍ଚ୍ଚ ୩୧ ତାରିଖ ଦିନ ଗହମ ବିକ୍ରି ହୋଇଛି ବୋଲି ସରକାରଙ୍କୁ ଦର୍ଶାଯାଇଛି । ସେହି ଗଚ୍ଛିତ ଗହମକୁ ହିତାଧିକାରୀ ମାନଙ୍କୁ ୦୭.୦୪.୨୦୨୦ ତାରିଖ ଦିନ ଗହମ ବଂଟନ କରାଯାଇଛି । ତେବେ ଏପ୍ରିଲ ମାସର ଗହମ ଉଠିନଥିବା ବେଳେ ଜୁନ ମାସ ପର୍ଯ୍ୟନ୍ତ ତିନି ମାସର ଗହମ କିଭଳି ଭାବରେ ବଂଟନ କରାଗଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ତେବେ ହିତାଧିକାରୀ ମାନଙ୍କୁ କେବଳ କାଗଜ ପତ୍ରରେ ଗହମ ବଂଟନ କରିଛନ୍ତି ଏବଂ ଏପ୍ରିଲ ମାସରେ ସରକାର ଦେଇଥିବା ୩ ମାସର ଆଗତୁରା ଗହମକୁ ସମ୍ପୂର୍ଣ୍ଣ ଭାବରେ ହଡପ କରିବା ଯୋଜନା କରିଛନ୍ତ ବୋଲି ସ୍ଥାନିୟ ଲୋକେ ଆଶଙ୍କା କରୁଛନ୍ତି । ଆହୁରି ଏନେଇ ପାଟଣାଗଡ ବ୍ଲକ ଯୋଗାଣ ଅଧିକାରୀ ସନ୍ତୋଷ ସିଂ ଏବଂ ଗୋଷ୍ଠି ଉନ୍ନୟନ ଅଧିକାରୀ ନୀଳମାଧବ ସୁନାଙ୍କୁ ପଚାରିବାରୁ ବର୍ତମାନ କରୋନା ମହାମାରୀ ପାଇଁ ସମସ୍ତେ ବ୍ୟସ୍ତ ଅଛନ୍ତି, ବର୍ତମାନ କିଛି କରି ହେବନାହିଁ ଏବଂ ପରେ ଦେଖିବା ବୋଲି କହିଥିବା ଅଭିଯୋଗ ହେଉଛି । ତେବେ ରାଜ୍ୟ ସରକାର କରୋନା କୁ ଆଖି ଆଗରେ ରଖି ହିତାଧିକାରୀଙ୍କୁ ୩ ମାସର ଗହମ ଚାଉଳ ଆଗତୁରା ବଂଟନ ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ଗହମ ଯଦି ହିତାଧିକାରୀ ପ୍ରକୃତ ସମୟରେ ପାଇ ପାରିବେ ନାହିଁ ତେବେ ରାଜ୍ୟ ସରକାରଙ୍କ ଏଭଳି ମହତ ଉଦ୍ଦେଶ୍ୟ କାହା ପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣୁ ଏ ଦିଗରେ ବଲାଙ୍ଗିର ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଘଟଣାର ତଦନ୍ତ କରାଗଲେ ଘଟଣାର ସତ୍ୟା ସତ୍ୟ ଲୋକଲୋଚନକୁ ଆସିବ ବୋଲି ଅଂଚଳବାସୀ ଦାବୀ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking