32.1 C
Bhubaneswar
Thursday, March 28, 2024
Homeକରୋନା ଓଡିଶାସାରା ଜିଲ୍ଲାରେ ବ୍ୟାପୁଛି  ସଂକ୍ରମଣ : ସହରରେ ଅବସ୍ଥା ଗୁରୁତର,  ସହରରୁ ୧୮ , ୩...

ସାରା ଜିଲ୍ଲାରେ ବ୍ୟାପୁଛି  ସଂକ୍ରମଣ : ସହରରେ ଅବସ୍ଥା ଗୁରୁତର,  ସହରରୁ ୧୮ , ୩ କରୋନା ଯୋଦ୍ଧାଙ୍କ ସମେତ ଜିଲ୍ଲାରୁ ୩୮ ଚିହ୍ନଟ

ବଲାଙ୍ଗୀର : ସାରା ଜିଲ୍ଲାରେ ସଂକ୍ରମଣ ଏବେ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ବଲାଙ୍ଗିର ସହରର ଅବସ୍ଥା ଗୁରୁତର ଜଣାପଡୁଛି । ସହରର ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାନୁଷ୍ଠାନ, ବ୍ୟାଙ୍କ, ଡାକ୍ତରଖାନା ପରେ ଏବେ ସଂକ୍ରମଣ ସହର ପ୍ରାୟ ସମସ୍ତ ପଡ଼ାରେ ବ୍ୟାପିବାରେ ଲାଗିଛି ।  ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ ଭାବେ ୩୮ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।  ଚିହ୍ନଟଙ୍କ ମଧ୍ୟରେ ୧୦ଜଣ ମହିଳା ଓ ୨୮ ଜଣ ପୁରୁଷ ରହିଛନ୍ତି  । ବଲାଙ୍ଗିର ସହରରୁ ସର୍ବାଧିକ ୧୮ ଜଣ , ବଲାଙ୍ଗୀର ବ୍ଲକ ରୁ ୨ ଜଣ , ବେଳପଡ଼ା ବ୍ଲକ ରୁ ୪ ଜଣ, ଲୋଇସିଂହା ବ୍ଲକରୁ ୩ ଜଣ , ମୁରିବାହଲ ବ୍ଲକରୁ ୨ଜଣ, କଣ୍ଟାବାଞ୍ଜି, ପୁଇଁତଲା, ସଇନ୍ତଲା,ବେଳପଡ଼ାଗୁଡ଼ଭେଳା, ପଟଣାଗଡ଼ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ତିନି ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା  ସରକାରୀ ରିପର୍ଟ ରେ ପ୍ରକାଶ ପାଇଛି  ।  ତେବେ ଏହି ରିପୋର୍ଟ ଅନୁସାରେ ସାରା ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଅନିୟନ୍ତ୍ରିତ ଭାବେ ତଥା ଦ୍ରୁତ ଗତିରେ ବଢୁଥିବା ସ୍ପଷ୍ଟ ଜଣ ପଡୁଛି । ଏପଟେ ଏହାକୁ ରୋକିବାକୁ ଯାଇ ଜିଲ୍ଲା ପ୍ରଶାସନ ତରଫରୁ ୪ ଦିନ ଜିଲ୍ଲାକୁ ସମ୍ପୂର୍ଣ ସଟଡାଉନ ଘୋଷଣା କରାଯାଇଛି । ତେବେ ଜିଲ୍ଲା ସାରା ବିଶୋଧନ ଓ ପରୀକ୍ଷା ନ ବଢ଼ାଯିବା ବେଳେ , କେବଳ  ସଟ ଡାଉନ ସଂକ୍ରମଣ କୁ ରୋକିବାରେ କେତେ ସହାୟକ ହେବ ତାହା ସମୟ କହିବ ।  ଆଜି ସୁଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୬୩ କୁ ପହଁଚିଥିବା ବେଳେ , ୧୬୫ ଜଣ ଚିକିତ୍ସିତ ହେଉଛନ୍ତି ଓ ୨୯୮ ଜଣ ସୁସ୍ଥ ହୋଇ ଫେରିଥିବା ରିପୋର୍ଟରେ ଦର୍ଶାଯାଇଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking