31.1 C
Bhubaneswar
Friday, March 29, 2024
Homeଓଡିଶାଓସିଏ ଜୁନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଯାପିତ : ନାଏକ ଏକାଡେମୀ ଚାମ୍ପିଆନ

ଓସିଏ ଜୁନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଯାପିତ : ନାଏକ ଏକାଡେମୀ ଚାମ୍ପିଆନ

ବଲାଙ୍ଗିର : ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ଅନୁଷ୍ଠିତ ଓସିଏ ଭିଜନ ୨୦୨୪ ଜୁନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଫାଇନାଲ ଖେଳ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମେ ନାଏକ ଏକାଡେମୀ ଦଳ ବ୍ୟାଟିଂ କରି ୪୫.୩ ଓଭରରେ ସମସ୍ତ ଉଇକେଟ ହରାଇ ୨୨୨ ରନ୍ ସଂଗ୍ରହ କରିଥିଲେ । ଏକାଡେମୀ ପକ୍ଷରୁ ସର୍ବାଧିକ ପୁରୁସୋତ୍ତମ ପ୍ରଧାନ ୫୮, ଆୟୁଷ ଆରର୍ଯ୍ୟନ ପାଣିଗ୍ରାହୀ ୩୬, ଅମିତାବ ସରାବ ୩୩, ପ୍ରିତମ ମାଇତି ୨୦ରନ୍ ଓ ଆୟୁଷ କୁମାର ସାହୁ ୨୦ ରନ୍ କରିଥିଲେ । ନବକିଶୋର ପକ୍ଷରୁ ସଫଳ ବୋଲର ଭାବେ ସର୍ବାଧିକ ଆୟୁଷ୍ମାନ ଦାସ ୩, ରୋଶନ ସାଏ ୩ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ନବକିଶୋର ଦଳ ୪୨.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୪୦ ରନ୍ ସଂଗ୍ରହ କରିଥିଲେ । ନବକିଶୋର ପକ୍ଷରୁ ସର୍ବାଧିକ ସମର୍ପିତ ସୁର୍ଯ୍ୟପ୍ରଭା ପଟେଲ ୨୭, ସୁଜଲ ମହାନ୍ତି ୨୪, ଭବାନିଶେଖର ଜାଲ ୨୨ ଓ ସୌଭାଗ୍ୟ ପଟେଲ ୧୮ ରନ୍ ସଂଗ୍ରହ କରିଥିଲେ । ନାଏକ ଏକାଡେମୀ ପକ୍ଷରୁ ସଫଳ ବୋଲ୍‌ର ଭାବରେ ପ୍ରିତମ ମାଇତି ୪ ଓ ସନ୍ଦିପ ସେଖର ବେହେର ୩ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ନାଏକ ଏକାଡେମୀ ଦଳ ୮୨ରନ୍‌ରେ ନବକିଶୋର ଦଳକୁ ପରାସ୍ତ କରି ଚାମ୍ପିଆନ ହୋଇଛି । ଏହି ମ୍ୟାଚକୁ ଓସିଏ ଅମ୍ପାୟାର ମୁକେଶ ସ୍ୱାଇଁ ଓ ରାଜେନ୍ଦ୍ର ସେଠ୍ ପରିଚାଲନା କରିଥିବା ବେଳେ ଅନଲାଇନ ସ୍କୋରର୍ ଭାବରେ ରଜତ ଦାସ, ମେନୁଆଲ ସ୍କୋରର୍ ଭାବେ କୁମାରୀ ନିକିତା ଓ ରଶ୍ମିତା ଚିନାରା ଦାୟିତ୍ୱ ବହନ କରିଥିଲେ । ଆଜିର ଏହି ଉଦ୍‌ଯାପନି ଉତ୍ସବରେ କ୍ରିଡାସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, କ୍ରିକେଟ ସମ୍ପାଦକ ଓମ୍‌ପ୍ରକାଶ ଚାନ୍ଦ, ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ, କୋଚ୍ ଅରୁଣ କୁମାର ନାଏକ, ପୁର୍ବତନ ଖେଳାଳି ସୁଧିର ଚନ୍ଦ୍ର ପଣ୍ଡା,ଶିବାନନ୍ଦ ବାଗ, ଚେତନାନନ୍ଦ ପଣ୍ଡା, ଯଶବନ୍ତ ସିଂ ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ଉପବିଜେତା ଦଳକୁ ତଥା ଫାଇନାଲ ଖେଳର ମ୍ୟାନ୍ ଅଫ୍ ଦ ମ୍ୟାଚ ପ୍ରିତମ ମାଇତିଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking