32.1 C
Bhubaneswar
Thursday, March 28, 2024
Homeଓଡିଶାଓସିଏ ଜୁନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନାଏକ ଏକାଡେମୀ ଓ ପାଟଣାଗଡ କ୍ଳବ ବିଜୟୀ

ଓସିଏ ଜୁନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନାଏକ ଏକାଡେମୀ ଓ ପାଟଣାଗଡ କ୍ଳବ ବିଜୟୀ

ବଲାଙ୍ଗିର (ଦେବାଶିଷ ମିଶ୍ର) -ସ୍ଥାନୀୟ ଗାନ୍ଧୀଷ୍ଟାଡିୟମ ଓ ରାଜେନ୍ଦ୍ର କଲେଜ ଖେଳ ପଡିଆଠାରେ ଚାଲିଥିବା ଓଡିଶା କ୍ରିକେଟ ଏସୋସିଏସନ୍ ଭିଜନ୍ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପଞ୍ଚମ ଦିନର ପ୍ରଥମ ମ୍ୟାଚରେ ନାଏକ କ୍ରିକେଟ ଏକାଡେମୀ ଓ ସାଇଟ ସ୍ପୋଟ୍ସ ସୋସାଇଟି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ନାଏକ ଏକାଡେମୀ ବ୍ୟାଟିଂ କରି ୮ଉଇକେଟ ହରାଇ ୩୩୪ ରନ୍ ସଂଗ୍ରହ କରିଥିଲେ । ବିପକ୍ଷରେ ସାଇଟ ସ୍ପୋଟ୍ସ ସୋସାଇଟି ଦଳ ୩୨.୩ ଓଭର ରେ ସମସ୍ତ ଉଇକେଟ ହରାଇ ୧୪୦ରନ୍ କରିଥିଲେ । ଫଳରେ ନାଏକ ଏକାଡେମୀ ଦଳ ୧୯୪ରନ୍ ରେ ବିଜୟୀ ହୋଇଥିଲା । ନାଏକ ଏକାଡେମୀ ଦଳର ସର୍ବାଧିକ ଗୌରବ ୬୪ ଓ ଅମିୟ ଧରୁଆ ୫୪ ରନ୍ କରିଥିଲେ ।
ସେହିପରି ରାଜେନ୍ଦ୍ର କଲେଜ ଖେଳ ପଡିଆଠାରେ ଦ୍ୱିତୀୟ ମ୍ୟାଚରେ ଭିକ୍ଟୋରିଅସ କ୍ଳବ ଓ ପାଟଣାଗଡ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଭିକ୍ଟୋରିଅସ ଦଳ ବ୍ୟାଟିଂକରି ୨୯.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୩୩ ରନ୍ ସଂଗ୍ରହ କରିଥିଲେ । ବିପକ୍ଷରେ ପାଟଣାଗଡ ଦଳର (ଓପନିଙ୍ଗ୍ ବେଟ୍ସମ୍ୟାନ୍‌) ରାକେଶ ସାହୁ ୮୭ ଓ ରୋହିତ ବେହେରା ୨୬ରନ୍‌ର ଚିତାକର୍ଷକ ଖେଳ ପ୍ରଦର୍ଶନ ବଳରେ ୮.୪ ଓଭରରେ ୧୩୭ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ । ଏହି ମ୍ୟାଚକୁ ଓସିଏ ଅମ୍ପାୟାର ମୁକେଶ ସ୍ୱାଇଁ, ବିଶ୍ୱରଂଜନ ସିଂ,ରାଜେନ୍ଦ୍ର ସେଠ୍ ଓ ଜୟ ନାରାୟଣ ବହିଦାର ପରିଚାଲନା କରିଥିବା ବେଳେ ଅନଲାଇନ ସ୍କୋରର୍ ଭାବରେ ରଜତ ଦାସ ଓ ସୁଶିଲ କୁମାର ସୁନ୍ଦରାୟ ଓ ମେନୁଆଲ ସ୍କୋରର୍ ଭାବେ କୁମାରୀ ନିକିତା ଓ ରଶ୍ମିତା ଚିନାରା ଦାୟିତ୍ୱ ବହନ କରିଥିଲେ । ଆଜିର ଟୁର୍ଣ୍ଣାମେଣ୍ଟରେ ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, କ୍ରିକେଟ ସମ୍ପାଦକ ଓମପ୍ରକାଶ ଚାନ୍ଦ, ଅରୁଣ କୁମାର ନାଏକ, ଚେତନାନନ୍ଦ ପଣ୍ଡା, ବରିଷ୍ଠ ସଦସ୍ୟ ସତୃଘ୍ନ ସିଂ ଓ ସୁଧିରଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking