29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦୁଇ ସପ୍ତାହ ସଟ ଡାଉନ ସହ ଜିଲ୍ଲାରେ କରୋନା ମୁକାବିଲାକୁ ଆହୁରି ସଶକ୍ତ କରାଯାଉ- କଂଗ୍ରେସ

ଦୁଇ ସପ୍ତାହ ସଟ ଡାଉନ ସହ ଜିଲ୍ଲାରେ କରୋନା ମୁକାବିଲାକୁ ଆହୁରି ସଶକ୍ତ କରାଯାଉ- କଂଗ୍ରେସ

ବଲାଙ୍ଗୀର : ବିଗତ କିଛି ସପ୍ତାହ ହେବ ଜିଲ୍ଲାରେ କରୋନା ମହାମାରୀ କରାଳ ରୁପ ଧାରଣ କରିଛି । ପ୍ରତିଦିନ କେହି ନା କେହି ମୃତ୍ୟୁ ବରଣ କରୁଛନ୍ତି । ଅପର ପକ୍ଷରେ କରନା ନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି । ଏପରିକି ସଂକ୍ରମିତ ରୋଗୀଙ୍କ ପାଇଁ ଅତ୍ୟାବଶକୀୟ ଉପକରଣ, ପରୀକ୍ଷା କିଟ ଓ ସେବା ପ୍ରଦାନକାରୀ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଅଭାବ ଜିଲ୍ଲାର ସମସ୍ୟାକୁ ଦ୍ବିଗୁଣିତ କରିଛି । ତେବେ ଏଭଳି ଅବସ୍ଥାରେ ଜିଲ୍ଲାରେ କରନା ମୁକାବିଲାକୁ ଆହୁରି ସଶକ୍ତ କରିବାକୁ ହେଲେ ଆବଶ୍ୟକୀୟ ଉପକରଣ ଓ କର୍ମଚାରୀ ଯଥା ଶୀଘ୍ର ପୁରଣ କରାଯିବା ସହ କରୋନା ସଂକ୍ରମଣର ଶୃଙ୍ଖଳ ରୋକିବା ପାଇଁ ଅନ୍ତତଃ ଦୁଇ ସପ୍ତାହ ଜିଲ୍ଲାକୁ ସଟ ଡାଉନ କରାଯାଉ । ଆଜି ବଲାଙ୍ଗିର ନଗର କଂଗ୍ରେସ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏ ସଂକ୍ରାନ୍ତୀୟ ଏକ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛି । ଆଜି ଦିନ ଏଗାରଟା ସମୟରେ ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ କଂଗ୍ରେସର ଏକ ଦଳ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରୀଙ୍କୁ ସାକ୍ଷାତ କରି ଉପରୋକ୍ତ ବିଷୟରେ ସବିଶେଷ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି। ଉକ୍ତ ଦାବି ପତ୍ରରେ ଜିଲ୍ଲାରେ କରନା ନିୟନ୍ତ୍ରଣ କରିବା ନେଇ ବିଭିନ୍ନ ବିହିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ଦାବି କରାଯାଇଛି । ସରକାର ଯଦି ଏହି ଦାବୀ ଗୁଡିକ ପ୍ରତି ଅଣଦେଖା କରନ୍ତି, କଂଗ୍ରେସ ଦଳ ଆଗାମୀ ଦିନରେ ସାରା ଜିଲ୍ଲାରେ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଦଳ ତରଫରୁ କୁହାଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଉପ ସଭାପତି ମନୀଷ ମିଶ୍ର, ସେବା ଦଳ ମୁଖ୍ୟ ଅସିତ ମିଶ୍ର, ସାନନ୍ଦ ମିଶ୍ର, ଚନ୍ଦ୍ରମଣି ତ୍ରିପାଠୀ, ଚିନ୍ତୁ ପଣ୍ଡା, ସଞ୍ଜୟ ମିଶ୍ର, ଜୟ ନାରାୟଣ ବହିଦାର,ଅସୀମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking