28.1 C
Bhubaneswar
Thursday, March 28, 2024
Homeଓଡିଶା ବଲାଙ୍ଗିର ରେ କରୋନା ବ୍ୟବସ୍ଥା :  ହାଟରେ ପଡ଼ି ଦାଣ୍ଡରେ ଗଡୁଛି

 ବଲାଙ୍ଗିର ରେ କରୋନା ବ୍ୟବସ୍ଥା :  ହାଟରେ ପଡ଼ି ଦାଣ୍ଡରେ ଗଡୁଛି

ବଲାଙ୍ଗିର( ଦେବାଶିଷ ମିଶ୍ର) — ବଲାଙ୍ଗିର ରେ କରୋନା ବ୍ୟବସ୍ଥା ହାଟରେ ପଡ଼ି ଦାଣ୍ଡରେ ଗଡୁଛି । ତାହା ସହ ସାରା ପ୍ରସାଶନ ଘରେ ଥିବା ବେଳେ କଣ୍ଟେନମେଣ୍ଟ ଜୋନ ବାସିନ୍ଦାଙ୍କୁ ବିଭିନ୍ନ ଦାବି ନେଇ ଅଫିସ ଅଫିସ ବୁଲୁଥିବା ଆଜି ସହରରେ  ଦେଖାଯାଇଛି ।  ତେବେ ଏଭଳି ଦୃଶ୍ୟ ଦେଖିବା ପରେ ଖୋଦ କଣ୍ଟେନମେଣ୍ଟ ଜୋନ ବାସିନ୍ଦା କେତେ ବ୍ୟବସ୍ଥିତ ଓ ବଲାଙ୍ଗିର ବାସୀ କେତେ ସୁରକ୍ଷିତ ଦର୍ଶକ ନିଜେ ବିଚାର କରିବେ । ସ୍ଥାନୀୟ ହାଟଶାଲ ପଡ଼ାରେ ସୋମବାର ଦିନ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ହାତିଶାଲ ପଡ଼ା କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ । କିନ୍ତୁ ହାତିଶାଲ ପଡ଼ା ରେ କରୋନା ବ୍ୟବସ୍ଥା କେବଳ ଘୋଷଣା ରେ ସୀମିତ ବୋଲି ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଏ ସମ୍ବନ୍ଧୀୟ  ବିଭିନ୍ନ ବ୍ୟବସ୍ଥା କରାଯାଇ ଥିବା ଆଉ ଗୋଟିଏ ଭିଡ଼ିଓ ଖୋଦ ଜିଲ୍ଲାପାଳ ପ୍ରକାଶିତ କରିଥିଲେ । କିନ୍ତୁ ଆଜି ଘଟିଥିବା ଏହି ଘଟଣା ପୁଣି ଜିଲ୍ଲା ପ୍ରଶାସନ ର ସମସ୍ତ ବ୍ୟବସ୍ଥା କେବଳ ଘୋଷଣା ରେ ସୀମିତ ଏହା ପ୍ରମାଣ କରିଛି ।
ଅଭିଯୋଗକାରୀଙ୍କ ଠୁ  ପ୍ରକାଶ ଯେ, ହାତିଶାଲ ପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ  ସମ୍ପୂର୍ଣ ହାତିଶାଲ ପଡାକୁ ବଫର ଜୋନ ଓ ଏହି ଅଂଚଳକୁ ଆସୁଥିବା ସମସ୍ତ ରାସ୍ତା କୁ ସିଲିଂ ପଏଣ୍ଟ ରୂପେ ଘୋଷଣା କରାଯାଇଥିଲା । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ପୋଲିସ ପ୍ରଶାସନ ସମ୍ପୂର୍ଣ ରୂପେ ବିଫଳ ହୋଇଛି । ଏପରିକି ଗତ ରାତି ରେ ସଂକ୍ରମଣର ଆଶଙ୍କା ନେଇ ପଡ଼ା ବାସିନ୍ଦା ଦୁଇ ଗୋଷ୍ଟି ମଧ୍ୟରେ ଗୋଳମାଳ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ସ୍ଥାନୀୟ ବେଆଇନ ଦେଶୀ ମଦ ଦୋକାନ ଗୁଡିକ ଯେମିତି ଖୋଲା ରହିବ , ସେଭଳି ଭାବେ ସିଲିଂ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଅଂଚଳରେ ଅନ୍ୟାନ୍ୟ ସରକାରୀ ଅବ୍ୟବସ୍ଥା ର ଅଭିଯୋଗ ନେଇ ଏହି କଣ୍ଟେନମେଣ୍ଟ ଜୋନ ର  ପ୍ରାୟ ୨୦ ଜଣ ମହିଳା ଜିଲ୍ଲା ପାଳ କାର୍ଯ୍ୟାଳୟ କୁ ଆସିଥିଲେ । କାର୍ଯ୍ୟାଳୟ ରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ କାହାକୁ ନପାଇ ପ୍ରଥମେ ଉପଖଣ୍ଡ ପୋଲିସ ଅଧିକାରୀ ଓ ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଦେଇ ଆରକ୍ଷୀ ଆଧିକାରୀ ଙ୍କ କାର୍ଯ୍ୟାଳୟ କୁ ପହଞ୍ଚିଥିଲେ । ତେବେ କୌଣସି ଅଧିକାରୀଙ୍କୁ ନ ପାଇ , ଶେଷ ରେ ହତାଶ ହୋଈ ଘରକୁ ଫେରିଥିଲେ ।
ତେବେ, କଡ଼ା ସୁରକ୍ଷା ଭିତରେ ଥିବା କଣ୍ଟେନମେଣ୍ଟ ବାସୀ କିପରି ବାହାରକୁ ଆସି, ବିନା ରୋକ ଟୋକ ରେ ଅଫିସ ଅଫିସ ଘୁରି ବୁଲିଲେ । ସହର ର ପୋଲିସ କେବଳ ଚାଲାଣ କାଟିବାରେ ବ୍ୟସ୍ତ , କିନ୍ତୁ ସାଧାରଣ ସୁରକ୍ଷା କୁ ଆଖିବୁଜି ଦେଇଛି ବୋଲି  ମତ ପ୍ରକାଶ ପାଉଛି । ସେହିପରି   ଲୋକଙ୍କ ଦୁଆର ମୁହଁ ରେ ନ୍ୟାୟ ପାଇବାର ହକ ଥିବା ସାଧାରଣ ଜନତା  କିପରି ନିଜ ଦାବି ନେଇ  ଅଫିସ ଅଫିସ ଦୌଡ଼ି ମଧ୍ୟ ଅଧିକାରୀଙ୍କୁ ନପାଇବା ସାଧାରଣ ଚର୍ଚ୍ଚା ର ବିଷୟ ପାଲଟିଛି ।
ଆହୁରି , ଆଜି ସ୍ୱାସ୍ଥ୍ୟ ସଚିବ ରାଜ୍ୟରେ ଗୋଷ୍ଟି ସଂକ୍ରମଣ ହୋଇ ନାହିଁ ବୋଲି ଦମ୍ଭ ଭରୁଥିବା ବେଳେ ଏହି ଘଟଣା ପରେ ବଲାଙ୍ଗିର ରେ ଗୋଷ୍ଟି ସଂକ୍ରମଣ କେତେ ଦୂର ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking