28.1 C
Bhubaneswar
Friday, March 29, 2024
Homeଓଡିଶାଆଶଙ୍କାରେ ସଧାରଣ ଜନତା : ନିରର୍ଥକ ସଙ୍ଗରୋଧ, ଘୁରି ବୁଲିଛନ୍ତି ଅନ୍ତେବାସି

ଆଶଙ୍କାରେ ସଧାରଣ ଜନତା : ନିରର୍ଥକ ସଙ୍ଗରୋଧ, ଘୁରି ବୁଲିଛନ୍ତି ଅନ୍ତେବାସି

ବଲାଙ୍ଗିର,- ପ୍ରବାସି ଶ୍ରମିକ ଓ ସହରବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଯୋଗାଇଦେବା ପାଇଁ ସହରରେ ପ୍ରାୟ ୩୧ ଗୋଟି ଟିଏମସି ର ବ୍ୟବସ୍ଥା କରାଯାଇଛି । ଶ୍ରମିକମାନେ ସହରରେ ଓହ୍ଲାଇବା ପରେ ସେମାନଙ୍କୁ ଟିଏମସି କୁ ନିଆଯାଇ ଖାଇବା ଶୋଇବାର ବ୍ୟବସ୍ଥା କରି ସେଠାରେ ଅନ୍ତତଃ ୧୪ ଦିନ ପାଇଁ ସଙ୍ଗରୋଧ ରଖାଯିବା ବ୍ୟବସ୍ଥା ରହିଛିା କିନ୍ତୁ ଗତ ସାତ ଦିନ ହେବ ଏହି କେନ୍ଦ୍ର ମାନଙ୍କର ଥିବା ଅନ୍ତେବାସି ମାନେ ସଙ୍ଗରୋଧରେ ରହିବା ପରିବର୍ତ୍ତେ ସହର ସାରା ଏଣେ ତେଣେ ବୁଲୁଥୀବା ଅଭୀଯୋଗ ହେଉଛି । ସାଧାରଣ ଜନତାଙ୍କ ସଙ୍ଗେ ବିଭିନ୍ନ ମାଲ କିଣାବିକା କରିବା ସହ କଲେଜ ଛକ, ଶାନ୍ତି ପଡା,ବସସ୍ଟେଣ୍ଡ, ଭାଗିରଥି ଛକ ଓ ବିକ୍ରମ ଛକ, ଶୁଦ ପଡା ଛକ ରେ ବୁଲାବୁଲି କରୁଥିବା ଦେଖା ଯାଉଛି । ଯାଦ୍ୱାରା ସହରବାସୀ ସାମ୍ଭାବିତ କରୋନା ସଂକ୍ରମଣକୁ ନେଇ ଆତଙ୍କିତ ହେବ ସହ ଘୋର ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ସେହିପର,ି କରୋନା ମହାମାରୀ ଭୟରେ ସାଧାରଣ ପରିବହନ ବନ୍ଦ ଥିବା ବେଳେ ସଡକ ମାର୍ଗରେ ଅନେକ ପ୍ରବାସୀ ନିଜ ଭିଟା ମାଟି କୁ ଫେରୁଛନ୍ତି । ସେମାନେ ଫେରୁ ଫେରୁ ତାଙ୍କର ଖାଦ୍ୟ ପେୟ,ପ୍ରାଥମିକ ପରିକ୍ଷା ପରେ ତାଙ୍କୁ ସଙ୍ଗରୋଧରେ ରଖାଯିବା ନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନଥିବା ସେମାନେ ଅଭୀଯୋଗ କରିଛନ୍ତି । ତଦ୍ୱାରେ ସେମାନେ ସହର ବାହାରେ ବସରୁ ଓହ୍ଲାଇବା ପରେ ଚାଲିଚାଲି ସହର ପରିକ୍ରମଣ କରୁଛନ୍ତିା । ଯେଉଁଠି ସହରବାସି ତାଙ୍କର ସଂଷ୍ପର୍ଷରେ ଆସି ସଂକ୍ରମିତ ହେବାର ଆଶଙ୍କା ବୃଦ୍ଧି ପାଉଛି । ଆହୁରି ଟ୍ରେନ ଯୋଗେ ଫେରୁଥିବା ଶ୍ରମିକ ମାନଙ୍କ ପରିବହନ ପଇଁ ଏକ ନିର୍ଦ୍ଦିଷ୍ଟ ତାଲିକା ଥିବା ସତ୍ୱେ ସେମାନଙ୍କୁ ସହର ଭିତରୁ ଦେଇ ତାଙ୍କ ଗନ୍ତବ୍ୟ ସ୍ଥାନକୁ ନିଆଯାଇଛି । ଯାହା ପୁଣି ସହରବାସିଙ୍କ ମନରେ ସଂକ୍ରମଣର ଭୟ ବଢାଉଥିବା ଲୋକେ କହୁଛନ୍ତି । ବିଗତ ଦିନରେ ଶ୍ରମିକଙ୍କୁ ନେଇ ଯାଉଥିବା ଗୋଟିଏ ବସ ହଠାତ ସତ୍ୟନାରାୟଣ ପଡାରେ ଖରାପ ହୋଇଯାଇଥିଲା । ଶ୍ରମିକମାନେ ବସରୁ ଓହ୍ଲାଇ ଜିନିଷ କିଣା ବିକା ଆରମ୍ବ କରିଦେଇଥିଲେ । ତେବେ ିଲ୍ଲାପ୍ରଶାସନ ଖବର ପାଇ ଘଟଣା ସ୍ଥଳକୁ ପାହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । କିନ୍ତୁ ସାମାନ ବିକ୍ରି କରିଥିବା ଅଜାଣତ ରେ ସଂକ୍ରମଣର ସାମ୍ଭାବିକ ଶିକାର ପାଲଟିଥିଲେ । ତେବେ ସଙ୍ଗରୋଧ ବାସିଙ୍କ ସହର ଭ୍ରମଣ ଉପରେ ଜିଲ୍ଲା ପ୍ରଶାସନ ନଜର ରଖିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking