31.1 C
Bhubaneswar
Friday, March 29, 2024
Homeକରୋନାଚିନ୍ତା ବଢାଉଛି ସ୍ଥାନିୟ ସଂକ୍ରମଣ : ଆଜି ବଲାଙ୍ଗୀର ହାତିଶାଲ ପଡାରେ ୪ ଓ ଜିଲ୍ଲାରେ...

ଚିନ୍ତା ବଢାଉଛି ସ୍ଥାନିୟ ସଂକ୍ରମଣ : ଆଜି ବଲାଙ୍ଗୀର ହାତିଶାଲ ପଡାରେ ୪ ଓ ଜିଲ୍ଲାରେ ୭ ପୋଜିଟିଭ ଚିହ୍ନଟ

ବଲାଙ୍ଗିର – ବଲାଙ୍ଗୀର ଜିଲ୍ଲାରେ ଆଜି ନୂତନ ଭାବେ ୭ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସରକାରି ସୁତ୍ରରୁ ଖବର ମିଳିଛି । ସେମଧ୍ୟରୁ ସହରର ହାତିଶାଲ ପଡାରେ ପୁଣି ୪ ଜଣ ସ୍ଥାନିୟ ସଂକ୍ରମଣ ର ଶିକାର ହୋଇଥିବା ସୁଚନା ରହିଛି । ସେହିପରି ସୋମବାର ଦିନ ଚିହ୍ନଟ ହୋଇଥିବା ହାତିଶାଲ ପଡାର ସମସ୍ତ ୧୩ ଜଣ ଯାକ ସ୍ଥାନୀୟ ସଂକ୍ରମଣ ର ଶିକାର ହୋଇଥିବା ସୁଚନା ମିଲିଥିଲା । ଅର୍ଥାତ ସହର ର ହାତିଶାଲ ପଡାରେ ସ୍ଥାନିୟ ସଂକ୍ରମଣ ବଢୁଥିବା ସ୍ପଷ୍ଟ ଜଣାପଡୁଛି । ଏହି ପରିପ୍ରକ୍ଷୀରେ ସହର ରେ ଏହି ସ୍ଥାନୀୟ ସଂକ୍ରମଣ ରୋକିବାକୁ ହେଲେ ହାତିଶାଲ ପଡାକୁ ସଠିକ ଭାବେ କନ୍ଟେନମେନ୍ଟ କରାଯିବା ସହ , କନ୍ଟେନମେନ୍ଟ ଜୋନ ର ସମସ୍ତଙ୍କ ପରିକ୍ଷା ନିହାତି କରିବା ଦାବି ହେଉଛି । ତେବେ ପ୍ରଶାସନିକ ଅବହେଳା ଯୋଗୁଁ ଏଅଂଚଳ ର ମହିଳାମାନେ କାଲି ସହର ସାରା ଅଫିସ ଅଫିସ ଘୁରି ବୁଲିଥିବା ବେଳେ, ଏହା ସହରର ଅନ୍ୟ ସ୍ଥାନରେ ସଂକ୍ରମଣ ର ଆଶଙ୍କା ବଢାଇଛି । ସେହିପରି ଆଜି ଯାଏଁ କନ୍ଟେନମେନ୍ଟ ଜୋନ ବାସୀ ସରକାରି ଖାଦ୍ୟ ସହାୟତା ନପାଇଥିବା ସ୍ଥଳେ ଭୋକ ଉପାସରେ ଦିନ କାଟୁଥିବା ଅଭିଯୋଗ ନେଇ ବଫର ଜୋନ କୁ ଆସିଥିଲେ । ଯଥା ଶିଘ୍ର ସେମାନଙ୍କୁ ଖାଇବା ଯୋଗାଇ ନଦେଲେ ସେମାନେ ପୁଣି ଥରେ ବେରିକେଡ ଅତିକ୍ରମ କରିବାକୁ ବାଧ୍ୟ ହେବେ ବୋଲି ଧମକ ଦେଇଛନ୍ତି ।

ତେବେ ଏହି ଘଟଣା ରେ ଉଭୟ ପ୍ରଶାସନିକ ଓ କନ୍ଟେନମେନ୍ଟ ଜୋନ ବାସୀଙ୍କ ଅବହେଳା ସାଧାରଣ ସହରବାସିଙ୍କୁ ଚିନ୍ତା ବଢାଇଥୀବା ବେଳେ ସ୍ଥାନିୟ ସଂକ୍ରମଣ ଓ ଗୋଷ୍ଟି ସଂକ୍ରମଣ ମଧ୍ୟ ରେ ପାର୍ଥକ୍ୟ କଣ ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ହେଉଛି । ତେବେ ଏଭଳି ସ୍ଥଳେ ସ୍ଥାନିୟ ପ୍ରଶାସନ, ନେତା ଓ ଜନତା ଏହି ବିଷୟକୁ ଗୁରୁତ୍ୱ ର ସହିତ ନେଲେ ସମସ୍ତେ ସୁରକ୍ଷିତ ରହି ପାରିବେ ବୋଲି ସାଧାରଣରେ ଦାବି ହେଉଛି ।
ଆଜି ମିଳିଥିବା ସରକାରି ସୁଚନା ରୁ ପ୍ରକାଶ ଯେ, ବଲାଙ୍ଗିର ସହର ର କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ହାତୀଶାଲ ପଡାର ୪ ଜଣ ରହିଥିବା ବେଳେ ନୂତନ ଭାବେ ଚିହ୍ନଟ ଆଗଲପୁର ବ୍ଲକ ପଣ୍ଡକିଟାଲ ପଂଚାୟତର ୨୪ ବର୍ଷ ଓ ୨୭ ବର୍ଷର ଦୁଇଜଣ ପୁରୁଷ ଆକ୍ରନ୍ତ ହୋଇଥିବା ବେଳେ ସୋମନେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି । ସେହିପରି ପୁଇଁନ୍ତଲା ବ୍ଲକ ଜାମସର ପଂଚାୟତର ୪୦ ବର୍ଷର ଜଣେ ମହିଳା ଆକ୍ରାନ୍ତ ହୋଇଥିବା ବେଳେ ସେ ସ୍ଥାନୀୟ କଣ୍ଟାକ୍ଟରେ ଆସିଥିବା ରିପୋର୍ଟ ରୁ ପ୍ରକାଶ । ଆହୁରି ସହର ର କଣ୍ଟେନମେଣ୍ଟ ଜୋନ ଘୋଷିତ ହୋଇଥିବା ହାତୀଶାଲ ପଡାରୁ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବା ବେଳେ ୩ ଜଣ ପୁରୁଷ । ସେମାନଙ୍କ ବୟସ ୩୪,୧୫,୩୦ ଓ ୨୨ । ଏହି ସମସ୍ତେ ସ୍ଥାନୀୟ କଣ୍ଟାକ୍ଟରେ ରହିଥିବା ସରକାରି ରିପୋର୍ଟରୁ ପ୍ରକାଶ ।ଆହୁରି ଗତ ସୋମବାର ପ୍ରକାଶିତ ରିପୋର୍ଟ ରେ ଚିହ୍ନଟ ହୋଇଥିବା ହାତିଶାଲ ପଡାର ସମସ୍ତ ୧୩ ଜଣ ମଧ୍ୟ ସ୍ଥାନିୟ ସଂକ୍ରମଣ ର ଶିକାର ବୋଲି ଜଣାପଡିଛି । ତେବେ ଇତି ମଧ୍ୟରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଙ୍ଖ୍ୟା ୧୯୪ ହୋଇଥିବା ବେଳେ ୪୪ କେସ ସକ୍ରିୟ ରହିଛି ଓ ୧୫୦ ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking