34.1 C
Bhubaneswar
Friday, March 29, 2024
HomeUncategorized୩ ଦିନ ପରେ ଚେଇଁଲା ପ୍ରଶାସନ,ସୁଦ ପଡା ଓ ତାଲପାଲି ପଡା କନ୍ଟେନମେନ୍ଟ ଜୋନ୍ ଘୋଷିତ

୩ ଦିନ ପରେ ଚେଇଁଲା ପ୍ରଶାସନ,ସୁଦ ପଡା ଓ ତାଲପାଲି ପଡା କନ୍ଟେନମେନ୍ଟ ଜୋନ୍ ଘୋଷିତ

 
ବଲାଙ୍ଗିର,- ଗତ ମଙ୍ଗଳବାର ଦିନ ସ୍ଥାନିୟ ସୁଦ ପଡା ଓ ତାଲପାଲି ପଡାରୁ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ବୁଧବାର ଦିନ ଏହା ନିଜ ରିପୋର୍ଟରେ ପ୍ରକାଶ କରିଥିଲା । ଉଭୟ ସଂକ୍ରମିତ ସ୍ଥାନିୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଥିବା ବେଳେ, ପରିବାର ସଦଶ୍ୟ ତଥା ଅନ୍ୟମାନେ ମଧ୍ୟ ସଂକ୍ରମିତ ହେବା ସ୍ୱାଭାବିକ । ତେବେ ଜିଲ୍ଲା ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଉଭୟ ସଂକ୍ରମିତଙ୍କ ଆଖ ପାଖ ଅଂଚଳକୁ ତୁରନ୍ତ କନ୍ଟେନ୍ କରିବା ଆବଶ୍ୟକ ଥିଲା । କିନ୍ତୁ ଆଜି ଉଭୟ ପଡାରୁ ଆଉ ଦୁଇ ଜଣ ଲେଖାଏଁ ସଂକ୍ରମିତ ହେବା ସହିତ ଦିର୍ଘ ତିନି ଦିନ ପରେ ପ୍ରଶାସନ ନିଦରୁ ଚେଇଁ ଉକ୍ତ ଅଂଚଳକୁ କନ୍ଟେନମେନ୍ଟ ଜୋନ ଘୋଷଣା କରିଛି । ଏହା ପ୍ରଶାସନ ର ଦୁରଦୃଷ୍ଟି ର ଅଭାବ ନା ଖାମଖିଆଲି ମନୋଭାବ ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଏହି ତିନି ଦିନରେ ଆଉ କେତେ ଜଣ ସଂକ୍ରମଣର ଶିକାର ହୋଇଥିବେ ତାହା ସମୟ ହିଁ କହିବ । ତେବେ ଯଦି ଗତ ବୁଧବାର ଦିନ ହିଁ ସଂମ୍ପୃକ୍ତ ଅଂଚଳ ଦ୍ୱୟ କୁ କନ୍ଟେନମେନ୍ଟ କରାଯାଇ ଥିଲେ ଆହୁରି ଅନେକଙ୍କୁ ଏହି ସାମ୍ଭବ୍ୟ ସଂକ୍ରମଣ ରୁ ବଞ୍ଚାଯାଇ ପାରିଥାନ୍ତା ବୋଲି ଲୋକେ ଅଭିଯୋଗ କରୁଛନ୍ତି ।
ପ୍ରକାଶ ଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ସଂକ୍ରମିତଙ୍କ ରିପୋର୍ଟ ମିଳିବା ପରେ ପ୍ରଶାସନ ଉଭୟ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲ।। ଉଭୟ ସଂକ୍ରମିତଙ୍କ ଅନେକ ସାମାଜିକ ଓ ବ୍ୟବସାୟିକ ସମ୍ବନ୍ଧ ରହିଥିବା ସ୍ଥଳେ ତାଙ୍କର କନ୍ଟାକ୍ଟ ଟ୍ରେସିଂ କରାଯିବା ସହ ତୁରନ୍ତ ସଂମ୍ପୃକ୍ତ ଅଂଚଳକୁ କନ୍ଟେନ କରିବା ଆବଶ୍ୟକ ଥିଲା, କିନ୍ତୁ ତାହା କରାଗଲା ନାହିଁ । ତିନି ଦିନ ପରେ ,ଗତ କାଲି ଉଭୟ ସଂକ୍ରମିତଙ୍କ ୨ ଜଣ ଲେଖାଏଁ ସମ୍ପର୍କିୟଙ୍କ ରିପୋର୍ଟ ପୋଜିଟିଭ ଆସିବା ପରେ, ସେମାନଙ୍କୁ ହସପିଟାଲ ନିଆଯିବା ସହ ଅଂଚଳକୁ କନ୍ଟେନମେନ୍ଟ ଜୋନ କରିବା ନିଷ୍ପତ୍ତି ନିଆଯାଇଥିବା ଖବର ରହିଛି । ତେବେ ଆଜି ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗରୁ ମିଳିଥିବା ସୁଚନା ଅନୁଯାୟୀ, ସହରର ସୁଦପଡା ଓ ତାଲପାଲି ପଡକୁନ୍ନନ୍ତ୍ରେନମେନ୍ଟ ଜୋନ ଘୋଷଣା କରାଯାଇଛି । ସୁଦପଡାର (ବିହାରି ଗଲି) ରାମ ବାବୁ ଙ୍କ ଘର ରୁ ରାଧାରମଣ ୟାଦବଙ୍କ ଘର ପର୍ଯ୍ୟନ୍ତ କନ୍ଟେନମେନ୍ଟ ଜୋନ ଓ ସିଲିଂ ପଏନ୍ଟ କାରଯିବା ସହ ସୁଦ ପଡାର ଅନ୍ୟ ଅଂଚଳକୁ ବଫର ଜୋନ ଘୋଷଣା କରାଯାଇଛି । ସେହିପରି ତାଲପାଲି ପଡାର ସତ୍ୟ ସାଏଙ୍କ ଘର ରୁ ଜୟକୃଷ୍ଣ ସାଏ ଙ୍କ ଘର କୁ କନ୍ଟେନମେନ୍ଟ ଜୋନ ଓ ସିଲିଂ ପଏନ୍ଟ କରାଯିବା ସହ ତାଲପାଲି ପଡାର ଅନ୍ୟ ଅଂଚଳ ଗୁଡିକୁ ବଫର ଜୋନ ରୁପେ ଘୋଷଣା କରାଯାଇଛି । ତେବେ ବିଳମ୍ବରେ କନ୍ଟେନମେନ୍ଟ ଜୋନ ଘୋଷଣା କରିବା ପଛରେ ପ୍ରଶାସନ ର କିଛି ପ୍ରସ୍ତୁତି ରହିଛି ନା ଏହି ପଡା ମାନଙ୍କର ଅବସ୍ଥା ମଧ୍ୟ ହାତିଶାଳ ପଡା ପରି ହେବ ତାହା ଦେଖିବାକୁ ରହିଲ।।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking