32.1 C
Bhubaneswar
Tuesday, April 23, 2024
Homeଓଡିଶାବିଧାୟକ ପାଣ୍ଠିରୁ କରୋନା ସହାୟତା : ବସ ଡ୍ରାଇଭରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବିଧାୟକ ପାଣ୍ଠିରୁ କରୋନା ସହାୟତା : ବସ ଡ୍ରାଇଭରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗୀର,- କରୋନା ସଂକ୍ରମଣ ଓ ଭୟାବହତା ଯୋଗୁଁ ସାରା ଦେଶରେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ପାଇଁ ଲକ୍ ଡାଉନ ଘୋଷିତ ହୋଇଛି । ତେବେ ତୃତୀୟ ପର୍ଯ୍ୟାୟ ବସ ଚଳାଚଳ କରିବା ପାଇଁ ରାଜ୍ୟ ବସ ମାଲିକ ସଂଘ ଅସହମତି ପ୍ରକାଶ କରିଛି । ତଦ୍ୱାରା ବସ ଡ୍ରାଇଭର ମାନଙ୍କ ବସ ଚଳାଚଳ ଓ ଦରମା ଆରମ୍ଭ ନହେବା ଯାଏଁ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ଆହୁରି କଷ୍ଟକର ହେବା ଆଶଙ୍କା କରାଯାଉଛି । ତେଣୁ ସେମାନେ ତାଙ୍କ ସଂଘ ଜରିଆରେ ସ୍ଥାନୀୟ ବିଧାୟକଙ୍କୁ ଭେଟି ତାଙ୍କ ପାଇଁ କିଛି ସହାୟତା ପାଇଁ ଅନୁରୋଧ କରିଥିଲେ । ତାଙ୍କର ଅନୁରୋଧ କ୍ରମେ ଘରୋଇ ବସ ଡ୍ରାଇଭରମାନଙ୍କୁ ବିଧାୟକ ପାଣ୍ଠିରୁ ସ୍ଥାନୀୟ ଜଲାରାମ ମନ୍ଦିର ନିକଟରେ ବଲାଙ୍ଗିରର ୬୨ ଜଣ ଘରୋଇ ବସ ଚାଳକଙ୍କୁ ବିଧାୟକ ପାଣ୍ଠିରୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଦାନ କରାଯାଇଥିବା ସୁଚନା ମିଳିଛି । ପ୍ରତ୍ୟେକ ସହାୟତା ପ୍ୟାକେଟରେ ଚାଉଳ ୨୦ କେଜି, ଅଟା ୧୦ କେଜି, ଡାଲି ୨ କେଜି, ଖାଇବା ତେଲ ୧ ଲିଟର, ସୋବାବିନ୍ ୧ କେଜି, ପିଆଜ ୧ କେଜି, ଲୁଣ ଗୋଟିଏ ପ୍ୟାକେଟ, ହଳଦି ୧୦୦ ଗ୍ରାମ, ମସଲା ୧୦୦ ଗ୍ରାମ, ବିସ୍କୁଟ ୩ ପ୍ୟାକେଟ ଲେଖାଏଁ ରହିଛି । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ସହରର ଅଟୋ, ରିକ୍ସା ତଥା ଟେକ୍ସି ଚାଳକଙ୍କୁ ମଧ୍ୟ ବିଧାୟକ ପାଣ୍ଠିରୁ ଶିଖିôଲା ରାସନ କରୋନା ସହାୟତା ହିସାବରେ ଯୋଗାଇଦିଆ ସାରିଛି । ଉପ-ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ସହାୟତା ବଣ୍ଟନରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ସଂପାଦକ ଅଜୟ ବାଲି, ଜିଲ୍ଲା ଉପ-ସଭାପତି ମନୀଷ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ନଗର କଂଗ୍ରେସ ସଂଯୋଜକ ଜୁଲୁ ପଟ୍ଟନାୟକ, ପୂର୍ବତନ କାଉନସିଲର ଜୁଲୁ ପଟ୍ଟନାୟକ, ଅନ୍ତ ବେହେରା, ଲବ ବାଗ, ପବିତ୍ର ନେପାକ, ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking