32.1 C
Bhubaneswar
Thursday, March 28, 2024
Homeଓଡିଶାସାରା ରାଜ୍ୟର ବୋଝ ବଲାଙ୍ଗିର ଉପରେ ଲଦା ନଯାଉ ନଗର କଂଗ୍ରେସର ଦାବିପତ୍ର

ସାରା ରାଜ୍ୟର ବୋଝ ବଲାଙ୍ଗିର ଉପରେ ଲଦା ନଯାଉ ନଗର କଂଗ୍ରେସର ଦାବିପତ୍ର

ବଲାଙ୍ଗିର, – ଗତ କିଛି ଦିନ ହେଲା ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ଜିଲ୍ଲାକୁ ଟ୍ରେନ ଯୋଗେ ଫେରିବାରେ ଲାଗିଛନ୍ତି । ପଶ୍ଚିମ ଓଡିଶାର ବଲାଙ୍ଗିରକୁ ନେଇ ଅନ୍ୟାନ୍ୟ ଜିଲ୍ଲା ଶ୍ରମିକମାନେ ମଧ୍ୟ ରେଳ ଯୋଗେ ହଜାର ହଜାର ସଂଖ୍ୟାରେ ନିଜ ନିଜ ଜିଲ୍ଲାକୁ ଫେରୁଛନ୍ତି । ପ୍ରବାସୀ ଫେରିବା ସାଙ୍ଗରେ ସାମ୍ବାବ୍ୟ ସଂକ୍ରମଣର ଆଶଙ୍କା ମଧ୍ୟ ବଢିଛି । ଏପରି ସ୍ଥତିରେ ବଲାଙ୍ଗିର ଷ୍ଟେସନକୁ ସାରା ରାଜ୍ୟର ଶ୍ରମିକମାନେ ଆସି ଏଠୁ ବିଭିନ୍ନ ଜିଲ୍ଲାକୁ ବସ ଯୋଗେ ଯାଉଛନ୍ତି ଜାହା ବଲାଙ୍ଗିର ବିତ୍ତିଭୁମି ପାଇଁ ବୋଝ ଉପରେ ନଳିତା ବିଡା ଭଲି । ଫଳରେ ସହର ମଧ୍ୟରେ ବିଭିନ୍ନ ଅଂଚଳକୁ ବାରମ୍ବାର କର୍ଫୁ ଘୋଷଣା ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଉଛି । ଆହୁରି ମଧ୍ୟ ଭିତ୍ତିଭୁମି ଅଭାବ, ସମନ୍ୱୟ ଅଭାବ ଯୋଗୁଁ ଶ୍ରମିକମାନେ ଯାଉଥିବା ବିଭିନ୍ନ ରାସ୍ତାରେ ବସରୁ ତଳକୁ ଓହ୍ଲାଇ ବୁଲାବୁଲି କରୁଥିବା ଲୋକେ ଅଭିଯୋଗ କରୁଛନ୍ତି । ଏମିତି ବି ସହର ମଧ୍ୟରେ ଥିବା କ୍ୱରାଟେଇନ୍ ସେଣ୍ଟର ବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଗୁଡିକର ବେଶ ଢିଲା ଥିବାର ନଜିରକୁ ଆସିଛି । ରେଳ ଯୋଗେ ଶ୍ରମିକମାନେ ଆସିବା ପରେ କରୋନା ସଂଖ୍ୟା ମଧ୍ୟ ବଢିଚାଲିଛି । ଶ୍ରମିକ ରେଳ ଆସିବା ଯୋଗୁଁ ପ୍ରଶାସନକୁ ହଠାତ୍ କର୍ଫୁ ଘୋଷଣା କରିବାକୁ ପଡୁଛି । ଫଳରେ ଛୋଟ ଛୋଟ ବ୍ୟବସାୟୀ ଯେଉଁମାନେ କି ପାଖ ଆଖ ଗାଁରୁ ଆସି ନିଜ ପେଟ ପୋଷୁଛନ୍ତି, ବଜାରରେ ବିଭିନ୍ନ ପ୍ରକାର ବ୍ୟବସାୟ କରୁଥିବା ଦୋକାନିମାନେ ଘୋର ଆର୍ଥିକ ଦୂରାବସ୍ଥାରେ ଗତି କରୁଛନ୍ତି । ଲକ୍ ଡାଉନ କଟକଣା କିଛି ମାତ୍ରାରେ କୋହଳ ହେଉଥିବା ବେଳେ ଶ୍ରମିକ ରେଳ ଯୋଗୁଁ ଘୋଷଣା ହେଉଥିବା କର୍ଫୁ ଯୋଗୁଁ ତାଙ୍କ ପେଟ ପାଟଣାରେ ଆଘାତ ଲାଗୁଛି । ସହର ମଧ୍ୟରେ ଶ୍ରମିକ ରେଳରୁ ବସ ଯୋଗେ ଶ୍ରମିକ ପରିବହନ ଯୋଗୁଁ କରୋନା ସଂକ୍ରମଣ ଭୟ ମଧ୍ୟ ଲୋକଙ୍କ ଭିତରେ ଦାନା ବାନ୍ଧି ତାଙ୍କ ମନରେ ଏକ ଅସନ୍ତୋଷର ବାତାବରଣ ଧିରେ ଧିରେ ବଢୁଛି । ତେଣୁ ଆଜି ବଲାଙ୍ଗିର ନଗର କଂଗ୍ରେସ ତରଫରୁ ସ୍ଥାନୀୟ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ସେମାନେ ବଲାଙ୍ଗିର ରେଳ ଷ୍ଟେସନକୁ ଶ୍ରମିକ ଆଣିବାରେ କେବଳ ବ୍ୟବହାର କରାଯାଉଥିବାରୁ ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରି ଆଖପାଖରେ ଥିବା ଅନ୍ୟାନ୍ୟ ଜନ ଗହଳି ନ ଥିବା ରେଳ ଷ୍ଟେସନକୁ ବ୍ୟବହାର କରିବା ପାଇଁ ଦାବି ଜଣାଇଛନ୍ତି ।
ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ଦାବିପତ୍ରରେ ଶ୍ରମିକ ରେଳକୁ ସହର ମଧ୍ୟରେ ଲୋକଙ୍କ ମନରେ ଥିବା ଅସନ୍ତୋଷ ଯେପରି ଆଗକୁ ଆହୁରି ଦାନା ନ ବାନ୍ଧିବ ସେ ଉପରେ ପ୍ରତିନିଧି ଦଳ ଉପଜିଲ୍ଲାପାଳକୁ ଆଲୋଚନା ମାଧ୍ୟମରେ ଜଣାଇଛନ୍ତି ଏବଂ ଶ୍ରମିକ ରେଳ ଆସିବା ନିଷ୍ପତ୍ତିକୁ ଉପରୋକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଲୋକଙ୍କ ଭିତରେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି । ଆଜିର ଏହି ଦାବିପତ୍ର ପ୍ରଦାନ ଅବସରରେ ନଗର ସଭାପତିଙ୍କ ବ୍ୟତିତ ନଗର କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା, ଅଜୟ ବାଲି, କଂଗ୍ରେସ କୋଭିଡ ନିୟନ୍ତ୍ରଣ ସଂଯୋଜକ ଅସୀମ ପଟ୍ଟନାୟକ, ସୁଦାମ ସାହୁ, ଜିଲ୍ଲା ଉପ-ସଭାପତି ମନୀଷ ମିଶ୍ର, ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ ମିଶ୍ର,ଯୁବ କଂଗ୍ରେସ ସଭାପତି ପ୍ରେମ ମିଶ୍ର, ନଗର ସଂଯୋଜକ ଜୁଲୁ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ଛାତ୍ର ସଭାପତି ଅଙ୍କିତ ସାହୁ, ପ୍ରବକ୍ତା ସାନନ୍ଦ ମିଶ୍ର, ଆଶୁତୋଷ ମହାନ୍ତି, ଅମୁଲ୍ୟ ସେଠ, ଅଖଣ୍ଡ ସେଠ, ସଂଜିବ ଗୁରୁ, ଅମିୟ ମିଶ୍ର, ଉମାକାନ୍ତ ସାହୁ, କୈଳାସ ମିଶ୍ର,ଟିକିଲ ପୁଟେଲ, ସୁନିଲ ବେହେରା, ଅଜୁ ସାହୁ ପ୍ରମୁଖ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking