34.1 C
Bhubaneswar
Friday, March 29, 2024
Homeଓଡିଶାପୋଲିସ ବାବୁଙ୍କ ବଦଳି ଦାବୀ ନେଇ ଆସିଥିଲେ, ଓଲୋଟା ନିଜେ ଫସିଗଲେ..!!

ପୋଲିସ ବାବୁଙ୍କ ବଦଳି ଦାବୀ ନେଇ ଆସିଥିଲେ, ଓଲୋଟା ନିଜେ ଫସିଗଲେ..!!

 
ବଲାଙ୍ଗିର : ବଣିକ ସଂଘ ପୋଲିସର ର୍ଦୁବ୍ୟବହାର କୁ କେନ୍ଦ୍ରକରି ବଲାଙ୍ଗିର ଆଦର୍ଶ ଥାନା ଘେରାଉ କରିବା ସହ ଥାନାବାବୁଙ୍କ ବଦଳି ଦାବୀ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିନ୍ତୁ ବିରୋଧ ପ୍ରଦର୍ଶନକୁ ଆହୁରି ତିବ୍ର କରିବାକୁ ଯାଇ କଚେରି ଛକ ବନ୍ଦ କରିଥିଲେ । ଏହି ସମୟରେ ରାସ୍ତା ବନ୍ଦକୁ କେନ୍ଦ୍ର କରି ଅନ୍ୟ ଜଣେ ଦୋକାନୀଙ୍କୁ ପୋଲିସ ସାମନାରେ ମାଡ ମାରି ସଂଘର ସଭାପତି ଓ ସଂପାଦକ ଖୋଦ ଆଇନ ଜାଲରେ ଛନ୍ଦି ହୋଇଯିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଗତ କିଛି ଦିନ ହେଲା ଶ୍ରମିକ ମାନଙ୍କ ଦେୟକୁ ନେଇ ସ୍ଥାନୀୟ ହେମାଲ ସଂଘର ଶ୍ରମିକ ମାନଙ୍କ ସହିତ କିଛି ଦୋକାନ ମାଲିକଙ୍କ ବିବାଦ ଲାଗି ରହିଥିଲା । ଆଜି ଦୋକାନି ମାନେ ଅନ୍ୟ ଶ୍ରମିକ ମାନଙ୍କ ଦ୍ୱାରା ମାଲ ଓହ୍ଲାଇବା ସମୟରେ ପୁଣି ସଂଘର ଶ୍ରମିକ ମାନଙ୍କ ସହିତ ବଚସା ହୋଇଥିଲା । ଏଥିରେ ଉକ୍ଷୀପ୍ତ ହୋଇ ମାଲିକଜଣକ ପୋଲିସକୁ ରିପୋର୍ଟ କରିଥିଲେ । ତେବେ ଏଥିରେ ଥାନାବାବୁଙ୍କ ବ୍ୟବହାରକୁ ବିରୋଧ କରି ବଣିକ ସଂଘ ଥାନା ଘେରାଉ କରିବା ସହ ୧୨ ତାରିଖ ସୁଦ୍ଧା ଉକ୍ତ ଥାନାବାବୁଙ୍କୁ ବଦଳି କରା ନଗଲେ ଆସନ୍ତା ୧୩ରେ ବଲାଙ୍ଗିର ବନ୍ଦର ଡାକରା ଦେଇଥିଲେ । ତେବେ ଥାନାରେ ଶ୍ରମିକ ସଂଗଠନ ସହ ଶ୍ରମଦେୟ କୁ ବୁଝାମଣା ହୋଇଯାଇଥିଲା କିନ୍ତୁ ପୋଲିସ ବାବୁଙ୍କ ବଦଳିକୁ ନେଇ ବଣିକ ସଂଘ ଅଡି ବସିଥିଲା । ଆହୁରି ମଧ୍ୟ ର‌୍ୟାଲିରେ ବାହାରି ଉକ୍ତ ଘଟଣାର ସମର୍ଥନ ପୁର୍ବକ ସମସ୍ତ ଦୋକାନୀ ମାନଙ୍କୁ ଦୋକାନ ବାଜାର ବନ୍ଦ କରିବା ର ଡାକରା ଦେବା ସହ କଚେରି ଛକ ରାସ୍ତା ବନ୍ଦ କରିଥିଲେ । ସେହି ସମୟରେ ଅନ୍ୟ ଜଣେ ଦୋକାନି ରାସ୍ତା ବନ୍ଦ କରିବାର କାରଣ ପଚାରିବାକୁ ନେଇ ବଣିକ ସଂଘର କିଛି ସଦସ୍ୟ ଉକ୍ତ ଯୁବକକୁ ପୋଲିସ ଏସଡିପିଓଙ୍କ ସାମନାରେ ମାଡ ମାରିଥିଲେ । ତେବେ ଯୁବକ ଜଣକ ଥାନାରେ ଏହାର ଲିଖିତ ଅଭୀଯୋଗ କରିଥିବା ବେଳେ ଥାନାବାବୁଙ୍କ ବଦଳି ଦାବୀରେ ଆସିଥିବା ବଣିକ ସଂଘର ନେତୃବୃନ୍ଦ ଖୋଦ ଆିନ ଜାଲରେ ଛନ୍ଦି ହୋଇଯାଇଛନ୍ତି ।
ତେବେ ଗରିବ ଜନସାଧାରଣ ତଥା ଖଟିଖିଆଙ୍କ ଦ୍ୱାହି ଦେଇ ଦଳିତ ଓ ପଛୁଆଙ୍କ ଦାବୀକୁ ଦମନ କରୁଥିବା ବଣିକ ସଂଘ ବିନା ନୋଟିସରେ କିପରି ଦୋକାନ ବଜାର ବନ୍ଦ କରିବାକୁ ଡାକରା ଦେଲେ ବୋଲି ସହରରେ କିଛି ଲୋକ ପ୍ରଶ୍ନ କରୁଥିବା ବେଳେ, ପୋଲିସ ବାବୁଙ୍କ ବଦଳି ଦାବୀରେ ଆସିଥିବା ଚତୁର ବଣିକମାନେ ନିଜ ଜାଲରେ ନିଜେ ଫସିଗଲେ ବୋଲି କିଛି ଚର୍ଚ୍ଚା କରୁଛନ୍ତି । ସେ ଯାହା ବି ହେଉ ଏହି ଘଟଣାର ନିରପେକ୍ଷ ତଦନ୍ତ ହେଲେ ଅନେକ ତଥ୍ୟ ଜନସାଧାରଣଙ୍କ ସମ୍ମୁଖକୁ ଆସିବ ବୋଲି ସାଧାରଣରେ ଦାବୀ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking