31.1 C
Bhubaneswar
Friday, March 29, 2024
Homeବଲିଉଡହସ୍ପିଟାଲ୍‌ରେ ଭର୍ତ୍ତିହେଲେ ‘ବାଜିରାଓ ମସ୍ତାନୀ’ର ଅଭିନେତ୍ରୀ ଦୀପିକା ପାଦୁକୋନ

ହସ୍ପିଟାଲ୍‌ରେ ଭର୍ତ୍ତିହେଲେ ‘ବାଜିରାଓ ମସ୍ତାନୀ’ର ଅଭିନେତ୍ରୀ ଦୀପିକା ପାଦୁକୋନ

ମୁମ୍ବାଇ: ‘ବାଜିରାଓ ମସ୍ତାନୀ’ର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲ ନେବାକୁ ପଡ଼ିଛି । ଖବରରୁ ଜଣାପଡ଼ିଛି ଯେ ଅଭିନେତ୍ରୀଙ୍କୁ ଭୟ ଲାଗିବା କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀପିକାଙ୍କ ସହିତ ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିସାରିଛି । ତେଣୁ ଫ୍ୟାନ୍‌ମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅଧିକ ଚିନ୍ତିତ ହୋଇ ପଡ଼ିଛନ୍ତି । ସୂଚନା ମୁତାବକ, ଦୀପିକା ପାଦୁକୋନ ୨୬ ସେପ୍ଟେମ୍ବର ବିଳମ୍ବିତ ରାତିରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଅସହଜ ମନେ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେବାକୁ ପଡ଼ିଥିଲା । ପାଖାପାଖି ୧୨ ଘଣ୍ଟା କାଳ ଦୀପିକା ହସ୍ପିଟାଲରେ ବିଭିନ୍ନ ପ୍ରକାର ଟେଷ୍ଟ୍ କରାଇଥିଲେ । ଏଥିପାଇଁ ସେଠାରେ ତାଙ୍କୁ ଆଡ୍‌ମିଟ କରାଯାଇଥିଲା ।

ଦୀପିକା ପାଦୁକୋନଙ୍କ ଟିମ୍ ତରଫରୁ ବର୍ତ୍ତମାନ ଏ ନେଇ କୌଣସି ବି ସୂଚନା ସାମ୍ନାକୁ ଆସିନାହିଁ । ଏପରି କି, ଏହି କଥାକୁ ନିଶ୍ଚିତ ମଧ୍ୟ କରାଯାଇ ନାହିଁ । କିନ୍ତୁ ରିପୋର୍ଟ ମୁତାବକ, ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି । ସେପଟେ ଏହି ଖବରକୁ ନେଇ ଅଭିନେତ୍ରୀଙ୍କ ଫ୍ୟାନମାନେ ବହୁତ ଚିନ୍ତିତ ଅଛନ୍ତି ଏବଂ ତାଙ୍କ ଆରୋଗ୍ୟ କାମନା କରିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ଦୀପିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ହୃଦସ୍ପନ୍ଦନ ଅଚାନକ ବଢ଼ିଯିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଆଡ୍‌ମିଟ କରାଇବାକୁ ପଡ଼ିଥିଲା । ଦୀପିକା ସେହି ସମୟରେ ପ୍ରଭାସଙ୍କ ସହ ସେଠାରେ ଏକ ପ୍ରୋଜେକ୍ଟ ପାଇଁ ଶୁଟ୍ କରୁଥିଲେ । ସେତେବେଳେ ବି ଦୀପିକାଙ୍କୁ ପାଖାପାଖି କିଛି ଘଣ୍ଟା କାଳ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking