43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶଆଜିଠାରୁ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ଆରମ୍ଭ

ଆଜିଠାରୁ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ବେ ଆଜିଠାରୁ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ଆରମ୍ଭ ହୋଇଛି। କରୋନା ସଂକ୍ରମଣ ଯୋଗୁଁ ଗତ ୫ ମାସ ଧରି ବୈଷ୍ଣୋ‌ଦେବୀ ପୀଠ ଭକ୍ତ ଓ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ବନ୍ଦ ରଖାଯାଇଥିଲା। ତେବେ ଆଜିଠାରୁ ବୈଷ୍ଣୋଦେବୀ ଯାତ୍ରା ପୁନର୍ବା‌ର ଆରମ୍ଭ କରିବାକୁ ଜମ୍ମୁ-କାଶ୍ମୀର ପ୍ରଶାସନ ଘୋଷଣା କରିଥିଲେ। ଏଥିନେଇ ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ମନ୍ଦିରକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରାଯିବା ସହ କରୋନା ଗାଇଡଲାଇନ୍‌ ନିୟମ ମାନି ଯାତ୍ରା ପାଳନ କରାଯିବ ବୋଲି ମନ୍ଦିର ବୋର୍ଡ ପକ୍ଷରୁ କୁହାଯାଇଛି। ଅନ୍‌ଲାଇନ୍‌ ଜରିଆରେ ଭକ୍ତ ଓ ତୀର୍ଥଯାତ୍ରୀଙ୍କର ରେଜିଷ୍ଟ୍ରେସନ କରାଯିବାକୁ ମନ୍ଦିର ବୋର୍ଡ ନିଷ୍ପତ୍ତି ନେଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking