28.1 C
Bhubaneswar
Sunday, September 15, 2024
Homeବୁଦ୍ଧ ପୂର୍ଣ୍ଣିମାବୈଶାଖ ବା ବୁଦ୍ଧ ପୂର୍ଣ୍ଣିମା, ଜାଣନ୍ତୁ ଧାର୍ମିକ ମହତ୍ୱ

ବୈଶାଖ ବା ବୁଦ୍ଧ ପୂର୍ଣ୍ଣିମା, ଜାଣନ୍ତୁ ଧାର୍ମିକ ମହତ୍ୱ

ନୂଆଦିଲ୍ଲୀ:ହିନ୍ଦୁ ଧର୍ମ ବୌଦ୍ଧ ଧର୍ମରେ ବୈଶାଖ ମାସ ପୂର୍ଣ୍ଣିମାର ବଡ ମହତ୍ୱ ରହିଛି । ବୈଶାଖ ମାସ ପୂର୍ଣିମା ତିଥିରେ ବୌଦ୍ଧ ଧର୍ମର ସଂସ୍ଥାପକ ଭଗବାନ ବୁଦ୍ଧଙ୍କ ଜନ୍ମ ହୋଇଥିଲା । ସେଥିପାଇଁ ଏହାକୁ ବୁଦ୍ଧ ପୂର୍ଣ୍ଣିମା ବୋଲି କୁହାଯାଇଥାଏ । ସେହିପରି ଆଜି ହେଉଛି ବୈଶାଖ ପୂଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା । ଏହିଦିନ ଭଗବାନ ବୁଦ୍ଧ, ଭଗବାନ ବିଷ୍ଣୁ ଏବଂ ଚନ୍ଦ୍ରଦେବଙ୍କ ଆରାଧନା କରାଯାଇଥାଏ । ସେହିପରି ହିନ୍ଦୁ ଧର୍ମରେ ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପୂର୍ଣ୍ଣିମାର ମହତ୍ୱ ବିଷୟରେ ।ଧାର୍ମିକ ମାନ୍ୟତାନୁସାରେ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ଏବଂ ଚନ୍ଦ୍ରଦେବଙ୍କ ପୂଜା କରାଯାଇଥାଏ । ଏହିଦିନ ଲୋକେ ପୂର୍ଣ୍ଣିମାର ବ୍ରତ ରଖିଥାନ୍ତି । ଭଗବାନ ବିଷ୍ଣୁ ଏବଂ ଚନ୍ଦ୍ରଦେବଙ୍କ ଆଶିଷରେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।ଆଜି ସକାଳ ୬ଟା ୧ ମିନିଟରୁ ରାତି ୧ ଟା ୧୬ ମିନିଟ ପର‌୍ୟ୍ୟନ୍ତ ପୂର୍ଣ୍ଣିମାର ସିଦ୍ଧି ଯୋଗ ରହିଛି । ଏହି ଶୁଭ ଯୋଗରେ ଆପଣ ଯେକୌଣସି ଶୁଭ କାର‌୍ୟ୍ୟ କରିପାରିବେ ।
କେବଳ ବୌଦ୍ଧ ନୁହଁନ୍ତି ହିନ୍ଦୁ ମାନଙ୍କର ମଧ୍ୟ ସେ ହେଉଛନ୍ତି ପରମ ପୂଜ୍ୟ। ସେଥିପାଇଁ ଜୟଦେବ ଗୋସାଇଁ ନିଜ ଗୀତ ଗୋବିନ୍ଦ କାବ୍ୟ ଖଣ୍ଡରେ ତାଙ୍କୁ ଭଗବାନ ବିଷ୍ଣୁଙ୍କ ୯ମ ଅବତାର ଭାବେ ସ୍ଥାନ ଦେଇଛନ୍ତି।ଭଗବାନ ବୁଦ୍ଧଙ୍କର ପିଲାବେଳର ନାଁ ଥିଲା ସିଦ୍ଧାର୍ଥ । ରାଜା ଶୁଦ୍ଧୋଦନଙ୍କ ପୁଅ ହେଉଛନ୍ତି ବୁଦ୍ଧ। ତାଙ୍କର ଜନ୍ମସ୍ଥାନ ନେପାଳର ଲୁମ୍ବିନୀ ପ୍ରଦେଶରେ। ପିଲାଟି ବେଳୁ ସେ ବୈରାଗୀ ମନୋଭାଵର ଥିଲେ। ଏଣୁ ଗୃହତ୍ୟାଗୀ ହୋଇ ସେ ସନ୍ନ୍ୟାସୀ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking