34.1 C
Bhubaneswar
Friday, March 29, 2024
Homeଓଡିଶାଦୁଇ ଦିବ୍ୟାଙ୍ଗ ଝିଅକୁ ନେଇ ଅସହାୟ ବାପା-ମା’ 

ଦୁଇ ଦିବ୍ୟାଙ୍ଗ ଝିଅକୁ ନେଇ ଅସହାୟ ବାପା-ମା’ 

ବୈପାରିଗୁଡା : କଥାରେ ଅଛି ଭଗବାନ କାହା ମୁଣିରେ ସୁଖ ଦିଅନ୍ତି ତ ଆଉ କାହା ମୁଣିରେ ଦୁଃଖ ଦିଅନ୍ତି । ହେଲେ ଦୁଃଖର ମୁଣି ଭିତରେ ଯୁଝି ହେଉଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡ଼ା ପଞ୍ଚାୟତର ଖରାଗୁଡ଼ା ଗ୍ରାମର ପରଜାସାହି ର ଗୁରୁ ସୁଖିଆ ଙ୍କ ପରିବାର । ଗୁରୁ ସୁଖିଆ ଙ୍କ ସ୍ତ୍ରୀ ଦୈମତୀ ସୁଖିଆ (୩୮) ଆଜକୁ ୧୧ବର୍ଷ ରୁ ଉର୍ଦ୍ଧ୍ବ ହେବ ହଠାତ କୌଣସି ରୋଗରେ ପୀଡିତ ହୋଇ ଦିବ୍ୟାଙ୍ଗ ପାଲଟିଯାଇଥିଲେ । ଏବେ ପୁଣି ତାଙ୍କର ଦୁଇ ଝିଅ ବର୍ଷା ସୁଖିଆ (୦୯) ଏବଂ ରଶ୍ମି ସୁଖିଆ (୦୬) ଏହି ଦୁଇ ଦିବ୍ୟାଙ୍ଗ ଝିଅଙ୍କୁ ନେଇ ଚିନ୍ତାରେ ଏବେ ବାପା ମାଆ ଦିନ କାଟୁଛନ୍ତି । ପିଲାମାନେ ପାଠ ପଢିବେ ବଡ଼ ମଣିଷ ହେବେ ଏମିତି କିଛି ସ୍ୱପ୍ନ ଦେଖୁଥିଲେ ବାପା ମାଆ । ବଡ଼ ଝିଅ ବର୍ଷାକୁ ପାଞ୍ଚ ବର୍ଷ ପୂରଣ ହେବା ପରେ ସେ ବିଦ୍ୟାଳୟକୁ ଯିବା ସ୍ୱପ୍ନ ଦେଖିବା ସମୟରେ ହଠାତ ସେ ଆକ୍ରାନ୍ତ ହୋଇଗଲା ଅଜଣା ରୋଗରେ । ସାନ ଝିଅ ରଶ୍ମିର ଅବସ୍ଥା ମଧ୍ୟ ଘଟିଲା ସେହି ଏକା ଘଟଣା ।

ପାଞ୍ଚ ବର୍ଷ ପୂରଣ ହେଉ ହେଉ ସିଏ ବି ଭଉଣୀ ପରି ଅଜଣା ରୋଗରେ ଆକ୍ରାନ୍ତ ହୋଇଗଲା । ଚାହୁଁ ଚାହୁଁ ଅସୁସ୍ଥ ହୋଇ ପଡ଼ିଲେ ଦୁଇ ଭଉଣୀ । ଚଲା ବୁଲା କରିବା ବି ସମ୍ଭବ ହେଲା ନାହିଁ ଏମାନଙ୍କ ପକ୍ଷେ । ଏଣୁ ପାଠ ପଢାରେ ଡ଼ୋରି ବାନ୍ଧି ଉଭୟେ ପଡ଼ି ରହିଲେ ଘରେ। ବାପା ମୁଲ ଲାଗି ପରିବାରକୁ ପୋଷେ । ଏଣୁ ବହୁ କଷ୍ଟରେ ଅର୍ଥ ଯୋଗାଡ଼ କରି ଦୁଇ ଝିଅଙ୍କୁ ଚିକିତ୍ସା ପାଇଁ ସେମାନଙ୍କୁ କୋରାପୁଟ ସ୍ଥିତ ଡୁରୁଗୁଡ଼ା ଠାରେ ଚିକିତ୍ସା ପାଇଁ ଭର୍ତି କରାଇଲେ । ହେଲେ ସୁଫଳ ମିଳିଲା ନାହିଁ ।

ରୋଗକୁ ନିରୂପଣ କରି ପାରୁନାହାନ୍ତି ଡ଼ାକ୍ତର । ଅପାଠୁଆ ଓ ସରଳ ପ୍ରକୃତିର ହୋଇଥିବାରୁ ସରକାରଙ୍କ ଯୋଜନା ସଂପର୍କରେ ଜ୍ଞାନ ନାହିଁ ସେମାନଙ୍କର । ସାହାସ କରି ସରକାରୀ ବାବୁଙ୍କୁ ଭେଟି ମଧ୍ୟ ପାରୁନାହାନ୍ତି ସେମାନେ । ଏହି ବାବଦରେ ଆମ ପ୍ରତିନିଧି ବନଲତା ଲେଙ୍କା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ଅଧିରାଜ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଉତମ ଚିକିତ୍ସାର ପ୍ରତିଶ୍ରୁତି ଦେଇଛନ୍ତି ଡାକ୍ତର ବାବୁ । ଆଉ ସେପଟେ ଏମିତି କିଛି ଜାଣିବା ପରେ ଗୁରୁ ସୁଖିଆ ଓ ତାଙ୍କ ସ୍ତ୍ରୀ ଦୈମତୀ ସୁଖିଆ ଙ୍କ ଆଶା ଭରସା ମଧ୍ୟ ବଢି ଯାଇଛି । ତେବେ ଗୁରୁ ସୁଖିଆ ଙ୍କ ପରିବାର କେବେ ଖୁସିରେ ହସି ଉଠିବ ତାହା ଦେଖିବା ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking