୨୩ଜଣ ଦାଦନ ଶ୍ରମିକଙ୍କୁ ବୈପାରିଗୁଡାରେ ଛାଡ଼ି ଗାଡ଼ି ଫେରାର

ବୈପାରିଗୁଡା : ଚିତ୍ରକୋଣ୍ଡାରୁ ଉମରକୋଟ ଫେରୁଥିବା ୨୩ ଜଣ ଦାଦନଙ୍କୁ ବୈପାରୀଗୁଡାରେ ଛାଡି ଗାଡି ଫେରାର। ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁରସୀ ପଂଚାୟତ ର ୨୩ ଜଣ ଦାଦନ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ପିଲବାଇ ଠାରେ ୨ ମାସ ତଳେ ପଥର ମେଟାଲ ମାରିବା କାର୍ଯ୍ୟ କରିବା ପାଇଁ ଯାଇଥିଲେ । ତାଲା ବନ୍ଦ ପ୍ରଭାବରେ କାମ ବନ୍ଦ ହୋଇଯିବାରୁ ଘରକୁ ଫେରିବା ପାଇଁ ଏକ ଟ୍ରକ ଯୋଗେ ବାହାରିଥିଲେ । କିନ୍ତୁ ବୈପାରୀଗୁଡାରେ ପୋଲିସର ଯାଞ୍ଚ ଯୋଗୁଁ ଗାଡିଟି ଅନ୍ୟ ଏକ ପଟେ ଆଣି ବୈପାରିଗୁଡା ଯୁକ୍ତ ଦୁଇ କଲେଜ ଠାରେ ଛାଡି ଚାଲି ଗଲା । ଫଳରେ ଏବେ ବୈପାରୀଗୁଡା ହାଟ ପଦା ଠାରେ ୨୩ ଜଣ ଶ୍ରମିକ ଉପାୟ ଶୂନ୍ୟ ହୋଇ ବସିଛନ୍ତି । ଘରକୁ ଯିବା ପାଇଁ ଗାଡି ମିଳୁ ନଥିବାରୁ ଚାଲି ଚାଲି ଯିବା ପାଇଁ ସ୍ଥିର କରିଥିବା କହୁଛନ୍ତି। ବୈପାରୀଗୁଡା ସ୍ଵେଛାସେବୀ ନଟବର ପଟ୍ଟନାୟକ ଏବଂ ଫ୍ରେଣ୍ଡସ ୟୁନିଟ କ୍ଳବର ସଦସ୍ୟ ମଧୁସୂଦନ ରାଉତ, ଭୀମସେନ ହରିଜନ ଶ୍ରମିକ ମାନଂକୁ ଅଟକାଇବା ସହ ସେମାନଙ୍କୁ ପାଉଁରୁଟି ଏବଂ ବିସ୍କୁଟ ଖାଇବାକୁ ଦେଇଥିଲେ । ଏହା ପରେ ପ୍ରଶାସନକୁ ଖବର ଦେଇଥିଲେ। ତେବେ ପୋଲିସ ଓ ବ୍ଲକ ପ୍ରଶାସନ ସେମାନଙ୍କୁ ପଠାଇବାର ବ୍ୟବସ୍ତା କରାଯିବ ନେଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here