35.1 C
Bhubaneswar
Tuesday, April 23, 2024
Homeଓଡିଶାବୈପାରିଗୁଡା ପୋଲିସର ଚଢ଼ଉ

ବୈପାରିଗୁଡା ପୋଲିସର ଚଢ଼ଉ

ବୈପାରିଗୁଡା : କୋରାପୁଟ ଜିଲ୍ଲା ବୈପାରୀଗୁଡା ଦେଶୀ ମଦ ବିକ୍ରି କରୁଥୁବା ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ଦେଶୀ ମଦ ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି ବୈପାରୀଗୁଡା ପୋଲିସ । ବୈପାରୀଗୁଡା ଥାନା ଅନ୍ତର୍ଗତ ମାଲାଗୁଡା ଗ୍ରାମର ସହଦେବ ଖରା ନାମକ ବ୍ୟକ୍ତି ଦେଶୀ ମଦ ବିକ୍ରି କରୁଥିବା ଜାଣି ବୈପାରୀଗୁଡା ପୋଲିସର ଏକ ଟିମ ଚଢ଼ଉ କରି ୮୫ ଲିଟର ଦେଶୀ ମଦ ଜବତ କରିବା ସହ ସହଦେଵକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ବୈପାରୀଗୁଡା ସହର ସହ ଆଖ ପାଖ ଅଞ୍ଚଳରେ ବିପୁଳ ପରିମାଣ ବିଦେଶୀ ମଦ ଘରେ ଘରେ ବିକ୍ରି ହେଉଛି । କିନ୍ତୁ ପୋଲିସ ଚୋରା ବିଦେଶୀ ମଦ ବ୍ୟବସାୟ ପାଇଁ ଅନ୍ଧ ସାଜି ଦେଶୀ ମଦ ବ୍ୟବସାୟୀକୁ ପ୍ରତି କୋଠାର ହେଉଥିବା ପୋଲିସ ଓ ଅବକାରୀ ବିଭାଗ ଉପରେ ସନ୍ଦେହ ସୃଷ୍ଟି କରିଛି । ଜଣେ ମଦ ବ୍ୟବସାୟୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି କି ଯଦି ବିଦେଶୀ ମଦ ନ ବିକିଲେ ପୋଲିସ ଧରାଇଦେବୁ ବୋଲି ବିହାରୀ ଓ ବିଦେଶୀ ମଦ ମାଲିକମାନେ ଡରେଇବା ସହ ଜବରଦସ୍ତ ବିଦେଶୀ ଓ ବିହାରୀ ବିକିବା ପାଇଁ ବାଧ୍ୟ କରୁଛନ୍ତି ଯିଏ ବିଦେଶୀ ନ ବିକିବ ତାକୁ ପୋଲିସ ଚଢ଼ଉ ସହ ଗିରଫ କରୁଥିବା ନେଇ ଏବେ ଚର୍ଚ୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking