16.1 C
Bhubaneswar
Friday, January 28, 2022
Homeଓଡିଶାଶୁଣିଲାନି ପ୍ରଶାସନ, ଶେଷରେ ରାସ୍ତା ନିର୍ମାଣ କଲେ କୋଟ୍ରାଗୁଡ଼ା ଗ୍ରାମବାସୀ 

ଶୁଣିଲାନି ପ୍ରଶାସନ, ଶେଷରେ ରାସ୍ତା ନିର୍ମାଣ କଲେ କୋଟ୍ରାଗୁଡ଼ା ଗ୍ରାମବାସୀ 

ବୈପାରିଗୁଡା : ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ମାନଙ୍କୁ ଗୁହାରି କଲେ ହେଲେ କେହି ଶୁଣିଲେନି ।ଶେଷରେ କୋଟ୍ରାଗୁଡ଼ା ଗ୍ରାମବାସୀ କାନ୍ଧରେ କାନ୍ଧ ମିଶାଇ ହାତରେ କୋଡି, କୋଦାଳ ଧରି ତାଲା ବନ୍ଦ ସମୟରେ ଶ୍ରମଦାନ କରି ଗାଁକୁ ନିର୍ମାଣ କଲେ ରାସ୍ତା ।ନିଜ ଗାଁ କାମକୁ ହାତକୁ ନେଲେ ଲୋକେ ।ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଗୁହାରି କରିବା ପରେ କେହି ଶୁଣିଲେ ନାହିଁ ।ଶେଷରେ ଗ୍ରାମବାସୀ କାନ୍ଧରେ କାନ୍ଧ ମିଶାଇ ଶ୍ରମଦାନ କରି ଗାଁକୁ ନିର୍ମାଣ କଲେ ରାସ୍ତା ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ପଞ୍ଚାୟତର କୋଟ୍ରାଗୁଡ଼ା ଗାଁ ରେ ।ବର୍ଷ ବର୍ଷ ଧରି ରାସ୍ତା ସମସ୍ୟା ରେ ଘାଣ୍ଟି ହେଉଥିଲେ ଗଦ୍ରାଗୁଡ଼ା ଗ୍ରାମର ପ୍ରାୟ ୧ଶହ ପଚାଶ ରୁ ଉର୍ଦ୍ଧ୍ବ ପରିବାର ।

ବର୍ଷା ଦିନ ଆସିଲେ ଗ୍ରାମ ଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଏ ।ଶେଷରେ କେହି ନ ଶୁଣିବାରୁ ଶ୍ରମଦାନ କରି ରାସ୍ତା ତିଆରି କରିଛନ୍ତି କୋଟ୍ରାଗୁଡ଼ା ଗାଁ ଲୋକେ ।ପଲ୍ଲୀ ସଭା, ଗ୍ରାମସଭା ରେ ବାରମ୍ବାର ଲେଖା ଦେଲା ପରେ ମଧ୍ୟ କିଛି ସୁଫଳ ମିଳି ନଥିବା କଥା କହିଛନ୍ତି ଗ୍ରାମବାସୀ ।ଶେଷରେ ଗ୍ରାମରେ ଯୁବକ ମାନେ ହାତରେ କୋଦଲ, ଝୁଡ଼ି ଧରି ତିଆରି କରି ଦେଖାଇଛନ୍ତି ନୂଆ ରାସ୍ତା ।ଗ୍ରାମବାସୀ ଙ୍କ ଏପରି ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିବା କହନ୍ତି ଲୋକେ ।ଗାଁ ଗାଁକୁ ପକ୍କା ରାସ୍ତା ଯୋଡିବାକୁ ଅନେକ ଯୋଜନା ହୋଇଛି ।ହେଲେ ପ୍ରଶାସନିକ ଅବହେଳା ଯୋଗୁଁ କୋଟ୍ରାଗୁଡ଼ା ଗାଁଲୋକଙ୍କ ନିକଟରେ ଏହା ଅପହଞ୍ଚ ।

କୋଟ୍ରାଗୁଡ଼ା ଗ୍ରାମରୁ ଭାଟ୍ଟିପଡ଼ା ଗ୍ରାମକୁ ପ୍ରାୟ ୩କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି ଗ୍ରାମବାସୀ ।ଏହି ୩କିଲୋମିଟର ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ମାନେ ନିଜ ନିଜ ମଧ୍ୟରେ ଟଙ୍କା ଆଦାୟ କରି ବହୁ କଷ୍ଟରେ ରାସ୍ତା ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି ।ଉକ୍ତ ରାସ୍ତା ନିର୍ମାଣ କରିବା ସମୟରେ ଗ୍ରାମର ବଳରାମ ପୂଜାରୀ, ଦାମୋଦର ଖିଲ, ସଦନ ନାୟକ, ଇନ୍ଦ୍ର ନାୟକ, ଦୀନବନ୍ଧୁ ନାୟକ, ଡମୁ ଶ୍ରୀକର୍ଲିଆ, ମଣିମା ଚୋପାଡ଼ି, ସୁବର୍ଣ୍ଣ ପୂଜାରୀ, ମାମି ହନ୍ତାଳ, ଲଛମା ଖିଲ ପ୍ରମୁଖ ଉପସ୍ଥିତ ରହି ରାସ୍ତା ନିର୍ମାଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking