40.1 C
Bhubaneswar
Thursday, April 25, 2024
Homeଓଡିଶାପରିବାରର ବୋଝ ତିନି ଦୃଷ୍ଟିବାଧିତ ଦିବ୍ୟାଙ୍ଗ, ଶିକ୍ଷାରୁ ବଞ୍ଚିତ

ପରିବାରର ବୋଝ ତିନି ଦୃଷ୍ଟିବାଧିତ ଦିବ୍ୟାଙ୍ଗ, ଶିକ୍ଷାରୁ ବଞ୍ଚିତ

ବୈପାରିଗୁଡା : ଶିକ୍ଷା ହିଁ ସଭ୍ୟତାର ମାପକାଠି, ତେଣୁ ଶିକ୍ଷା ଗ୍ରହଣ ପରେ ଜଣେ ସ୍ବାବଲମ୍ବି ହୋଇପାରିବ, ତେଣୁ ଶିକ୍ଷାକୁ ମୌଳିକ ଅଧିକାର ବୋଲି କୁହାଯାଇଛି ।ସେଥିପାଇଁ ଶିକ୍ଷା ଅଧିକାର ଆଇନ୍ ଅନୁସାରେ ପ୍ରତି ଶିଶୁ ଅତି କମରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ଆବଶ୍ୟକ ।ହେଲେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପେନ୍ଦାପଡ଼ା ପଞ୍ଚାୟତର କାନ୍ଦୁଲିବେଡା ସ୍ଥିତ ରଣାଗୁଡା ଗ୍ରାମରେ ତିନି ଦିବ୍ୟାଙ୍ଗ ନିରକ୍ଷର ହେବା ଏକ ନିନ୍ଦନୀୟ ଘଟଣା ।

ସୂଚନା ଅନୁଯାୟୀ ଏହି ଗ୍ରାମରେ ରହନ୍ତି ବୁଟି ଖରାଙ୍କ ପରିବାର ।ବୁଟି ଜଣେ ଦିନମଜୁରିଆ ଯେକି ମୂଲ ମଜୁରୀ ଲାଗି ସାତଜଣିଆ ପରିବାରର ଭରଣା ପୋଷଣ କରୁଥିଲେ ।ତାଙ୍କ ୪ଜଣ ପୁଅ ଝିଅଙ୍କ ମଧ୍ୟରୁ ତିନି ଜଣ ଦୃଷ୍ଟିବାଧିତ ଦିବ୍ୟାଙ୍ଗ, ଜନ୍ମରୁ ଦୃଷ୍ଟି ହରାଇଥିବା ଏହି ତିନିଜଣ ଏବେ ପରିବାର ପାଇଁ ବୋଝ ହୋଇଛନ୍ତି ।ବୁଟି ଖରା ଆଜକୁ ୧୦ବର୍ଷ ରୁ ଉର୍ଦ୍ଧ୍ବ ହେବ ଦୁନିଆର ଆରପାରିକୁ ଚାଲିଗଲେ ଆଉ ଏବେ ପରିବାର ର ଚିନ୍ତା କହିଲେ ବୁଟି ଖରାଙ୍କ ସ୍ତ୍ରୀ ଚମ୍ପା ଖରାଙ୍କ ଉପରେ । ଚମ୍ପା ଙ୍କ ୪ଟି ପୁଅ ଝିଅ ବଡ଼ ପୁଅ ଧନ ଖରା (୨୮),ମଝିଆ ଝିଅ ମଦନା ଖରା (୨୦),ଗୁରୁବାରୀ ଖରା (୧୭) ଏବଂ ସାନ ପୁଅ ମହେଶ୍ବର ଖରା (୧୪)ଙ୍କୁ ନେଇ ପରିବାର ଦୁଃଖ କଷ୍ଟରେ ଚାଲୁଥିଲା ।ବାପା ଚାଲିଯିବାର କିଛି ବର୍ଷ ପରେ ବଡ଼ ପୁଅ ଧନ ଖରା ମଧ୍ୟ ଦୁନିଆର ଆରପାରିକୁ ଚାଲିଯାଇଥିଲେ ଯାହା ଦ୍ୱାରା କି ପରିବାର ଲୋକେ ଭାଙ୍ଗିପଡିଥିଲେ ଏବଂ ପରିବାର ଚଳାଇବା ମାଆ ଚମ୍ପା ଙ୍କ ପକ୍ଷେ ବହୁ କଷ୍ଟ କର ହୋଇପଡିଥିଲା ।

ମୃତ୍ୟୁ ପୂର୍ବରୁ ବଡ଼ ପୁଅ ଧନ ଖରା ବିବାହ କରି ବର୍ଷେ ନପୁରୁଣୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଦୁନିଆର ଆରପାରିକୁ ଚାଲିଯାଇଥିଲେ ଯାହାକି ସାନ ପୁଅ ସମୀର ଖରା କୁ ଧରି ସାରାଜୀବନ ଅତିବାହିତ କରିବା ବହୁତ କଷ୍ଟ କର ବୋଲି ଧନ ଖରାଙ୍କ ସ୍ତ୍ରୀ ନିଳାଦ୍ରୀ ଖରା କ୍ୟାମେରା ଆଗରେ ଦୁଃଖର ସହ ପ୍ରକାଶ କରିଛନ୍ତି ।ବଡ଼ ପୁଅ ଧନ ଖରା ଚାଲିଯିବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି ମାଆ ଚମ୍ପା ଖରା ।ଏବେ ଆଉ ୩ପୁଅ ଝିଅ ଙ୍କ ସମେତ ବୋହୂ ଏବଂ ନାତି କୁ ଧରି ବହୁ କଷ୍ଟରେ ଜୀବନ କାଟୁଛନ୍ତି ବୋଲି ପ୍ରକାଶ କରିଛନ୍ତି ଚମ୍ପା ।

ବର୍ତ୍ତମାନ ଯେଉଁ ୩ଜଣ ପୁଅ ଝିଅ ଙ୍କୁ ନେଇ ଜୀବନ ବିତାଉଛନ୍ତି ଚମ୍ପା ସେମାନଙ୍କୁ ସରକାର ଙ୍କ ପକ୍ଷରୁ ବଡ଼ ଝିଅ ମଦନା ଖରା (୨୦)ଙ୍କୁ ୭ଶହ ଟଙ୍କା,ମଝିଆ ଝିଅ ଗୁରୁବାରୀ ଖରା (୧୭)ଙ୍କୁ ୫ଶହ ଟଙ୍କା ଏବଂ ସାନ ପୁଅ ମହେଶ୍ବର ଖରା (୧୪)ଙ୍କୁ ୫ଶହ ଟଙ୍କା ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରାଯାଉଛି । ତିନି ଭାଇ ଭଉଣୀ ଙ୍କ ମଧ୍ୟରୁ ସାନପୁଅ ମହେଶ୍ବର ଖରା କୋରାପୁଟ ଠାରେ ଥିବା ଦୃଷ୍ଟିହୀନ ବିଦ୍ୟାଳୟରେ ଏବେ ନବମ ଶ୍ରେଣୀ ରେ ପାଠ ପଢ଼ୁଥିବା ବେଳେ ମଦନା ଖରା ଏବଂ ଗୁରୁବାରୀ ଖରା ଏଯାଏଁ ବିଦ୍ୟାଳୟ ଯାଇନାହାନ୍ତି । ଆଉ ଏକ ଦୁଃଖର ବିଷୟ ବିଦ୍ୟାଳୟ ଏବେ ଛୁଟି ଥିବା ଯୋଗୁଁ ମହେଶ୍ବର ନିଜେ ପଞ୍ଚାୟତ ଅଫିସରୁ ସାଇକେଲରେ ଚାଉଳ ଆଣୁଥିବା ଦୃଶ୍ୟ ଆମ କ୍ୟାମେରା ରେ କଏଦ ହୋଇଛି ।

ପରିବାରର ରେସନ କାର୍ଡ ଅଛି ଯେଉଁଥିରେକି ସମସ୍ତଙ୍କ ନାମ ରହିଛି, ତେଣୁ ପ୍ରତିମାସରେ ଚାଉଳ ମିଳୁଛି, ସରକାରୀ ଆବାସିକ ଯୋଜନାରେ ମଧ୍ୟ ଘରଟିଏ ମିଳିଛି, ଯେଉଁଥିରେ କି ପରିବାରଟି ଖୁସିରେ ରହୁଛନ୍ତି କିନ୍ତୁ ଏଠାରେ ତିନି ଦିବ୍ୟାଙ୍ଗ ପୁଅ ଝିଅମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଚମ୍ପା ।ତେଣୁ ଏହି ଗରିବୀ ପରିବାରର ତିନ ଦୃଷ୍ଟିବାଧିତ ଦିବ୍ୟାଙ୍ଗଙ୍କୁ ଥଇଥାନ କରିବାପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ସାଧାରଣରେ ମତପ୍ରକାଶ ପାଇଛି ।ତେବେ ଏମାନଙ୍କ ଦୁଃଖ କେବେ ଶୁଣୁଛନ୍ତି ସରକାର କିମ୍ବା ପ୍ରଶାସନ ତାହା ଦେଖିବା ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking