ନିରାଶ ହେଲେ ରିୟା , ମିଳିଲାନି ଜାମିନ

ମୁମ୍ବାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି ତାଙ୍କ ବାନ୍ଧବୀ ରିୟା ।ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସକୁ ନେଇ ନୂଆ ମୋଡ ଆସିବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଛି ଏନସିବି । ଦୁହେଁ ଭାଇ ଭଉଣୀ ଡ୍ରଗ୍ସ ନେଉଥିବା ସ୍ୱୀକାର କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅନ୍ୟ ୪ଜଣଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି ।ସମସ୍ତଙ୍କ ଆବେଦନ ଖାରଜ କଲେ ମୁମ୍ବାଇ ସେସେନ୍ସ କୋର୍ଟ । ଡ୍ରଗ୍ସ କାରବାର ମାମଲାରେ ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଓ ଅନ୍ୟମାନଙ୍କର ବି ଜାମିନ ଆବେଦନ ଖାରଜ ହୋଇଛି । ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ ସେସନ୍ସ କୋର୍ଟ ଜାମିନ ଦେଲେ ନାହିଁ । ଫଳରେ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ରିୟା  ବିଚାର ବିଭାଗୀୟ ହାଜତରେ ରହିବେ ବୋଲି ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here