33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପଦ୍ମ ଧରିଲେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ

ପଦ୍ମ ଧରିଲେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ

ନୂଆଦିଲ୍ଲୀ: ପ୍ରସିଦ୍ଧ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ ଆଜି ବିଜେପିରେ ଯୋଗଦେବେ। ତେବେ ଜଣେ କ୍ରୀଡ଼ାବିତ ହିସାବରେ ସେ ରାଜନୀତିକୁ ଆସିବାରେ ପ୍ରଥମ ନୁହନ୍ତି। ତାଙ୍କ ପୂର୍ବରୁ ଅନେକ କ୍ରୀଡ଼ାବିତ ରାଜନୀତିରେ ପାଦ ଦେଇଛନ୍ତି ।  ସାଧାରଣ ନିର୍ବାଚନରେ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀରୁ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି।
ଦେଶର ଅଗ୍ରଣୀ କ୍ରୀଡ଼ାବିତଙ୍କ ମଧ୍ୟରେ ଅନ୍ୟତମ ସାଇନା। ବ୍ୟାଡମିଣ୍ଟନ୍‌କୁ ଭାରତରେ ଲୋକପ୍ରିୟ କରାଇବାରେ ତାଙ୍କୁ ଅନେକ ଶ୍ରେୟ ଦିଅନ୍ତି। ସେ ତୃତୀୟ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମ ଭୂଷଣ ସହ ଦୁଇ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପାଇସାରିଛନ୍ତି। ଦାନ ଓ ସମାଜସେବା କରୁଥିବା ଆଥଲେଟ୍‌ଙ୍କ ମଧ୍ୟରେ ତାଙ୍କ ସ୍ଥାନ ବିଶ୍ୱରେ ୧୮ ରହିଛି। ତାଙ୍କର ବର୍ତ୍ତମାନ ରାଙ୍କ ହେଉଛି ୯ । ଅଲିମ୍ପିକ୍‌ରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ନେହୱାଲ ଦ୍ୱିତୀୟ ପ୍ରୟାସରେ କାଂସ୍ୟ ପଦକ ପାଇଥିଲେ। ୧୧ଟି ସୁପରସିରିଜ୍ ଟାଇଟଲ୍ ସହ ୨୪ ଅନ୍ତର୍ଜାତୀୟ ଟାଇଟଲ୍ ଜିତିସାରିଛନ୍ତି।୨୦୧୫ ମସିହାରେ ସାଇନା ବିଶ୍ୱର ନମ୍ବର ୧ ବ୍ୟାଡମିଣ୍ଟନ୍ ଖେଳାଳି ହୋଇପାରିଥିଲେ। ଏହାପୂର୍ବରୁ ୨୦୦୯ରେ ସେ ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ବ୍ୟାଡମିଣ୍ଟନ୍ ଖେଳାଳି ହୋଇପାରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking