30.1 C
Bhubaneswar
Wednesday, April 24, 2024
Homeଓଡିଶାଭିଜିଲାନ୍ସ ଜାଲରେ ଠାକୁରମୁଣ୍ଡା ବ୍ଲକ  କନିଷ୍ଠ ଯନ୍ତ୍ରୀ  : ବିଲ ପାସ ପାଇଁ  ନେଉଥିଲେ ଲାଞ୍ଚ...

ଭିଜିଲାନ୍ସ ଜାଲରେ ଠାକୁରମୁଣ୍ଡା ବ୍ଲକ  କନିଷ୍ଠ ଯନ୍ତ୍ରୀ  : ବିଲ ପାସ ପାଇଁ  ନେଉଥିଲେ ଲାଞ୍ଚ ଟଙ୍କା   

ବଡ଼ସାହି :  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ   ରକ୍ତସିନ୍ଧୁ ସେଠୀ ଏକ ବିଲ ପାସ  କରିଦେବା କହି  ନେଉଥିଲେ  ଲାଞ୍ଚ  ଟଙ୍କା। ଏହାକୁ କାବୁ  କଲା  ମୟୁରଭଞ୍ଜ ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ ବିଭାଗ। ଜଣେ ସ୍ଥାନୀୟ ଯୁବକଙ୍କ ନିକଟରୁ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ର ବିଲ ପାସ  କରାଇ ଦେବା କହି  ନେଉଥିଲେ ୪୦ ହଜାର ଟଙ୍କା। ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ  ଜାଲରେ  ପଡିଲେ ଧରା। ଠାକୁରମୁଣ୍ଡା  ବ୍ଲକ ସାଲେଇବେଡା ପଞ୍ଚାୟତ ଅଧୀନରେ ଥିବା ଡଙ୍ଗାପାଣି ଗ୍ରାମରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେଉଥିବା ମାର୍କେଟ କମ୍ପ୍ଲେକ୍ସ  କାମ ର ବିଲ ପାସ ପାଇଁ ନିର୍ମାଣ କାମ ବୁଝାସୁଝା କରୁଥିବା  ବ୍ୟକ୍ତି ରଣଜିତ ମହାନ୍ତ ଙ୍କୁ  ୪୦ ହଜାର ଟଙ୍କା ଦେବାକୁ ଦାବୀ କରିଥିଲେ ଯନ୍ତ୍ରୀ। ନହେଲେ  ହେବ ନାହିଁ ବୋଲି ତାଙ୍କୁ  ହଇରାଣ  କରୁଥିଲେ। ରଣଜିତ  ଏ ନେଇ ବାରିପଦା ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ।ମଙ୍ଗଳବାର ଦିନ ଭିଜିଲାନ୍ସ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କୁ ଧରିବାକୁ ଯୋଜନା କରି  ଜାଲ  ବିଛାଇ ଥିଲେ।
ମଙ୍ଗଳବାର କନିଷ୍ଠ ଯନ୍ତ୍ରୀ ଭଡାଘରେ ଥିବା ବେଳେ ରଣଜିତ  ତାଙ୍କୁ ୫୦୦ ଟଙ୍କିଆ ୮୦ଟି ସମୁଦାୟ ୪୦ ହଜାର ଟଙ୍କା ଦେବା ସମୟରେ  ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରି ନେଇ ଥିଲେ। ଏଥିରେ ବାରିପଦା ଭିଜିଲାନ୍ସ ଡିଏସପି ଶରତ କୁମାର ମହାପାତ୍ରଙ୍କ ନେତୃତ୍ୱରେ,ବାରିପଦା ଭିଜିଲାନ୍ସ ଇନ୍ସପେକ୍ଟର ସୁଶୀଲ କୁମାର ଇକ୍କା ,ବାଲେଶ୍ଵର ଭିଜିଲାନ୍ସ  ବିଭାଗର ଇନ୍ସପେକ୍ଟର ଦୁଷ୍ମନ୍ତ ନାୟକ,ଏ ଏସ ଆଇ ନବକୁମାର ଦାସ ଓ ଜସ୍ମିତା ପୁଇ ସମେତ ବାରିପଦା ଓ ବାଲେଶ୍ଵର ଜିଲ୍ଲା ର ଭିଜିଲାନ୍ସ କର୍ମଚାରୀ ମାନେ  ଏଥିରେ ସାମିଲ ଥିଲେ। ଭିଜିଲାନ୍ସ ବିଭାଗ କେଶ ନମ୍ବର ୨୨/୨୦ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହିତ ଯନ୍ତ୍ରୀ ଙ୍କୁ  ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking