28.1 C
Bhubaneswar
Thursday, March 28, 2024
Homeଓଡିଶାବାଦାମବାଡ଼ିକୁ ଉଠିଲା କଟକର ଛତ୍ରବଜାର ପରିବା ବଜାର

ବାଦାମବାଡ଼ିକୁ ଉଠିଲା କଟକର ଛତ୍ରବଜାର ପରିବା ବଜାର

କଟକ: ବାଦାମବାଡ଼ିକୁ ଉଠିଲା କଟକର ଛତ୍ରବଜାର ପରିବା ବଜାର | ସମଗ୍ର ଭାରତରେ ଲକ୍‌ ଡାଉନ ଘୋଷଣା ହେବା ପରେ ଆଜିଠାରୁ ପରିବା ମାର୍କେଟ ବାଦାମବାଡ଼ିକୁ ଉଠି ଆସିଛି। ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ମାର୍କେଟକୁ କଟକ ଜିଲ୍ଲା ପ୍ରଶାସନ ଏହି ସ୍ଥାନାନ୍ତର ନିଷ୍ପତ୍ତି ନେଇଥିବା ଜଣାଯାଇଛି।
ଠିକ୍ ସେହିପରି ଆଜିଠୁ ଭୁବନେଶ୍ବର ୟୁନିଟ୍-୧ ବଏଜ୍ ହାଇସ୍କୁଲ୍ ଖେଳ ପଡ଼ିଆରେ ଆରମ୍ଭ ହୋଇଛି ହାଟ। କରୋନା ପାଇଁ ଦୋକାନୀଙ୍କ ଭିତରେ ଅତି କମରେ ୮ ଫୁଟ୍ ବ୍ୟବଧାନ ରଖିବାକୁ ନିର୍ଦେଶ ଦିଆଯାଇଛି । ଗ୍ରାହକମାନଙ୍କୁ ଅତିକମରେ ପରସ୍ପରଠାରୁ ୧ ମିଟର ଦୂରତାରେ ରହିବାକୁ ବି ନିର୍ଦେଶ ଦିଆଯାଇଛି । ସାମାଜିକ ଦୂରତ୍ୱ ରକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking