34.1 C
Bhubaneswar
Thursday, April 25, 2024
Homeଓଡିଶାଉପାନ୍ତ ଅଞ୍ଚଳର ବିକଳ ଚିତ୍ର: ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ...

ଉପାନ୍ତ ଅଞ୍ଚଳର ବିକଳ ଚିତ୍ର: ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ନବରଙ୍ଗପୁର: ଗାଁକୁ ରାସ୍ତା ନଥିବା ସହ ନଦୀରେ ପୋଲ ନିର୍ମାଣ ହୋଇପାରିନି । ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ୧କିଲୋମିଟର ଖଟିଆରେ ବୋହିବା ସହ ନଦୀ ପାର କରାଇଛନ୍ତି ସଂପର୍କୀୟ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଡାହିମାଲ ଗ୍ରାମ ଦୁଇମହାଲ ସାହିରେ । ସୂଚନା ଅନୁଯାୟୀ, ଦୁଇମହାଲ ସାହିର ଭଜନ ଭତ୍ରାଙ୍କ ପତ୍ନୀ ଉଷାବତୀ ଭତ୍ରା ପ୍ରସବ ବେଦନା ଅନୁଭବ କରିବାରୁ ପରିବାର ଲୋକ ଘରେ ପ୍ରସବ ପାଇଁ ଉଦ୍ୟମ କରିଥିଲେ ।

କିନ୍ତୁ ଉଷାବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଜି ସକାଳେ ପରିବାର ଲୋକ ସ୍ଥାନୀୟ ଆଶା କର୍ମୀ ନଳିନୀ ହରିଜନଙ୍କୁ ଖବର ଦେଇଥିଲେ । ଉଷାବତୀ ତୁରନ୍ତ ପହଞ୍ଚି ନଳିନୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପାଇଁ ଆମ୍ବୁଲାନ୍‌ସକୁ ଯୋଗାଯୋଗ କରିଥିଲେ । ଖବର ପାଇବା ମାତ୍ରେ ଆମ୍ବୁଲାନ୍‌ସ ଦୁଇମହାଲ ସାହି ଅଭିମୁଖେ ବାହାରିଥିଲା । କିନ୍ତୁ ଦୁଇମହାଲ ସାହି ଠାରୁ ୧ କିଲୋମିଟର ଦୂରରେ ଥିବା ନଦୀରେ ପୋଲ ନିର୍ମାଣ ହୋଇ ନଥିବା ବେଳେ ବର୍ଷା ଯୋଗୁ ଏହି ନଦୀରେ ଅଧିକ ପାଣି ପ୍ରବାହିତ ହେଉଥିବାରୁ ନଦୀ ନିକଟରେ ଆମ୍ବୁଲାନ୍‌ସ ଅଟକି ଯାଇଥିଲା ।

ପରେ ଆମ୍ବୁଲାନ୍‌ସ ଚାଳକ ବଂଶୀ ହରିଜନ ଚାଲି ଚାଲି ଦୁଇମହାଲ ସାହିରେ ପହଞ୍ଚିଥିଲେ । ନଦୀ ନିକଟରେ ଆମ୍ବୁଲାନ୍‌?ସ ଅଟକି ଯାଇଥିବା ଜାଣିବା ପରେ ସ୍ଥାନୀୟ ଆଶା କର୍ମୀ ଓ ଆମ୍ବୁଲାନ୍‌ସ ଚାଳକଙ୍କ ସହାୟତାରେ ସଂପର୍କୀୟମାନେ ଉଷାବତୀଙ୍କୁ ୧ କିଲୋମିଟର ଖଟିଆରେ ବୋହି ନେଇଥିଲେ । ପରେ ଉଷାବତୀଙ୍କୁ ଖଟିଆରେ ବୋହି ନଦୀ ପାର କରାଇ ଆମ୍ବୁଲାନ୍‌ସ ନିକଟରେ ପହଞ୍ଚିଥିଲେ । ଶେଷରେ ଉଷାବତୀଙ୍କୁ ଆମ୍ବୁଲାନ୍‌ସରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking