30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଏହି କାରଣ ପାଇଁ ପାଟିରୁ ବାହାରେ ଦୁର୍ଗନ୍ଧ

ଏହି କାରଣ ପାଇଁ ପାଟିରୁ ବାହାରେ ଦୁର୍ଗନ୍ଧ

ଭୁବନେଶ୍ୱର: ସାଧାରଣତଃ କଥା କହିବା ବେଳେ ଯେତେବେଳେ ଆମ ପାଟିରୁ ଦୁର୍ଗନ୍ଧ ବାହାରେ ସେତେବେଳେ ଆମକୁ ଅନ୍ୟମାନଙ୍କ ଆଗରେ ଭଲ ଲାଗେ ନାହିଁ । ଆଉ ବେଳେ ବେଳେ ପାଟିରୁ ଏତେ ମାତ୍ରାରେ ଦୁର୍ଗନ୍ଧ ବାହାରେ ଯେ କଥା କହିବା ବି ମୁସ୍କିଲ ହୋଇପଡେ । ତେବେ ଏହାର କାରଣ ଅନେକ ଗୁଡିଏ ରହିଛି, ଆଉ ସେମାନଙ୍କ ମଧ୍ୟରୁ କିଛି ଆମର ପ୍ରତିଦିନର ଖରାପ ଅଭ୍ୟାସ ମଧ୍ୟ ରହିଛି ।
ଅଧିକାଂଶ ସମୟ ଆଲକୋହଲ ନେଲେ ମୁହଁରୁ ଦୁର୍ଗନ୍ଧ ଆସିଥାଏ । ଲିକ୍ୱିଡ ହେବା ପରେ ବି ମଦ ପିଇବା ପରେ ପାଟିରେ ଶୁଖିଯାଏ । ଯାହା ଫଳରେ ବ୍ୟାକ୍ଟେରିଆ ସୃଷ୍ଟି ହେବାକୁ ଲାଗିଥାଏ । ମେଡିକାଲ ଭାଷାରେ କହିବାକୁ ଗଲେ ଏହି ବ୍ୟାକ୍ଟେରିଆଙ୍କ ପାଇଁ ହ୍ୟାଲିଟୋସିସ ଅର୍ଥାତ ମୁହଁରୁ ଦୁର୍ଗନ୍ଧ ବାହାରେ । ଏହା ବାଦ ଅଧିକ ମସଲାଯୁକ୍ତ ଖାଦ୍ୟ କିମ୍ବା ସିଗାରେଟ ଟାଣିବା କାରଣରୁ ବି ଦୁର୍ଗନ୍ଧ ଆସିଥାଏ । ମୁହଁ ଶୁଖିବା କାରଣରୁ ଶୋଇବା ସମୟରେ ଲାଳ ପ୍ରସ୍ତୁତ ହୋଇପାରେନାହିଁ । ଫଳରେ ନିଶ୍ୱାସପ୍ରଶ୍ୱାସ ସମୟରେ ଦୁର୍ଗନ୍ଧ ଆସେ । ସେଥିପାଇଁ ବ୍ରଶ କରି ସାରିବା ପରେ ଜିଭ ସଫା କରନ୍ତୁ । ସେଥିପାଇଁ ପ୍ଲାଷ୍ଟିକ ବଦଳରେ ମେଟାଲ୍ର ଟଙ୍ଗ୍ କ୍ଲିନର ବ୍ୟବହାର କରନ୍ତୁ । ଏହାଦ୍ୱାରା ଆପଣଙ୍କ ଜିଭ ସଫା ରହିବା ସହ ମୁହଁରୁ ଦୁର୍ଗନ୍ଧ ମଧ୍ୟ ବାହାରିବ ନାହିଁ ।
ଲୋ କାର୍ବ ଡାଇଟ ଓ ଅଧିକ ପ୍ରୋଟିନ ନେଉଥିବା ବ୍ୟକ୍ତିଙ୍କ ମୁହଁରୁ ମଧ୍ୟ ଅଧିକାଂଶ ସମୟରେ ଦୁର୍ଗନ୍ଧ ଆସିଥାଏ । ଯଥେଷ୍ଟ ପରିମାଣର ପାଣି ପିଅନ୍ତୁ । ବିନା ଚିନିର ଚୁଇଙ୍ଗ ଗମ୍ ମଧ୍ୟ ଆପଣ ଖାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking