28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ‘ବଚ୍ଚନ ପାଣ୍ଡେ’

ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ‘ବଚ୍ଚନ ପାଣ୍ଡେ’

ମୁମ୍ବାଇ : ଅକ୍ଷୟ କୁମାର ବର୍ତ୍ତମାନ ଇଣ୍ଡଷ୍ଟ୍ରୀର ଫିଟନେସ ଷ୍ଟାର ବୋଲି କୁହାଯାଏ । ତାଙ୍କ ପାଖରେ ଫିଲ୍ମର ଲମ୍ବା ଲାଇନ ଲାଗିଛି। ତାଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କଲେ ସେ ନିଜର ଆଗାମୀ ଫିଲ୍ମ ‘OMG 2’ ଏବଂ ରାମସେତୁର ଆସିବ ତାହା ସୁଟିଂ ମଧ୍ୟ ଆରମ୍ଭ ହୋଇ ଯାଇଛି । ହେଲେ ଏହାରି ମଧ୍ୟରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଆସିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଓ କ୍ରିତି ସାନନ୍ ମଧ୍ୟ ନଜର ଆସିବେ ଓ ଏଥିରେ ଅକ୍ଷୟ କୁମାର ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳୁଛନ୍ତି। ଫିଲ୍ମର ଦୁଇଟି ପୋଷ୍ଟର ୧୮ ଜାନୁଆରୀରେ ରିଲିଜ କରି ଦିଆଯାଇଛି। ଅର୍ଥାତ୍ ଅକ୍ଷୟ ଏବଂ କ୍ରିତି ବର୍ତ୍ତମାନ ହୋଲି ପର୍ବରେ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାକୁ ଆସିବେ । ଅକ୍ଷୟ ଫିଲ୍ମର ଦୁଇଟି ନୂଆ ପୋଷ୍ଟର ସେୟାର କରି ତାରିଖ ଘୋଷଣା କରିଛନ୍ତି। ଫିଲ୍ମର ପୋଷ୍ଟରକୁ ଅକ୍ଷୟ କୁମାର ଓ କ୍ରିତି ସାନନ ନିଜ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ସେପଟେ ଦ୍ୱିତୀୟ ପୋଷ୍ଟରରେ ଅକ୍ଷୟ ଅସ୍ତ୍ରଶସ୍ତ୍ରରେ ପରିପୂର୍ଣ୍ଣ ଟ୍ରାକ୍ଟର ଉପରେ ବସିଥିବାର ଦେଖିବାକୁ ମିଳୁଛନ୍ତି। ପୋଷ୍ଟରକୁ ଇନଷ୍ଟାଗ୍ରାମରେ ସେୟାର କରି ଅଭିନେତା ଲେଖିଛନ୍ତି, ‘ଆକ୍ସନ, କମେଡି, ରୋମାନ୍ସ, ଡ୍ରାମା, L-O-A-D-I-N-G, ଚଳିତ ହୋଲି। ମାର୍ଚ୍ଚ ୧୮, ୨୦୨୨ରେ ସିନେମା ଘରେ ରିଲିଜ୍‌ ହେବ। ତେବେ ଏହି ଫିଲ୍ମ ମାର୍ଚ୍ଚରେ ସିନେମା ହଲରେ ରିଲିଜ୍‌ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking