28.1 C
Bhubaneswar
Wednesday, April 24, 2024
Homeଅପରାଧ୪୦ ହଜାର ଟଙ୍କା ପାଇଁ ନବଜାତ ଶିଶୁକନ୍ୟା ସହ କ’ଣ ହେଲା ଜାଣନ୍ତୁ

୪୦ ହଜାର ଟଙ୍କା ପାଇଁ ନବଜାତ ଶିଶୁକନ୍ୟା ସହ କ’ଣ ହେଲା ଜାଣନ୍ତୁ

ଲକ୍ଷ୍ନୌ: ଯେତେବେଳେ ଘରେ ଶିଶୁଟି ଜନ୍ମ ହୋଇଥାଏ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥାଏ । ଆଜିକାଲି ନବଜାତକ ଜନ୍ମ ପରେ ଯେଉଁ ଭଳି ସବୁ ଘଟଣା ଘଟୁଛି ତାହା ଚିନ୍ତାର ବିଷୟ ପାଲଟିଛି । କେଉଁଠି ପିଲା ବଦଳ ତ କେଉଁଠି ନବଜାତକୁ ଛାଡ଼ି ବାପା ମା ଫେରାର । କେଉଁଠି ହସ୍ପିଟାଲ୍ ଅବହେଳାରେ ଯାଉଛି ନିରୀହ ଶିଶୁଙ୍କ ଜୀବନ ତ କେଉଁଠି ଶିଶୁ କନ୍ୟା ଜନ୍ମ ହେବା ପରେ କେହି ନାଳନର୍ଦ୍ଦମାରେ ଫିଙ୍ଗି ଦେଉଛନ୍ତି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ବାଗପତ ଜିଲ୍ଳାର ଏକ ବେସରକାରୀ ନର୍ସିଂହୋମରେ ଦେଖିବାକୁ ମିଳିଛି । ୪୦ ହଜାର ଟଙ୍କାପାଇଁ ନର୍ସିଂହୋମ କର୍ମଚାରୀ ନବଜାତ ଶିଶୁ କନ୍ୟାକୁ ବନ୍ଧକ ରଖିଛନ୍ତି ।
ସୂଚନା ଅନୁସାରେ, ଜଣେ ଗର୍ଭବତୀ ମହିଳା ୨୦୧୮ ମସିହା ସେପ୍ଟେମ୍ବର ମାସରେ ଉତ୍ତରପ୍ରଦେଶର ବାଗପତ ଜିଲ୍ଳାର ଏକ ବେସରକାରୀ ନର୍ସିଂହୋମରେ ଶିଶୁକନ୍ୟା ଜନ୍ମ ଦେଇଥିଲେ । ହେଲେ ନର୍ସିଂହୋମରୁ ଫେରିବା ସମୟରେ ତାଙ୍କର ୪୦ ହଜାର ଟଙ୍କାର ବିଲ ହୋଇଥିଲା । ତେବେ ବିଲ୍ ପୈଠ କରିବାରେ ଅସମର୍ଥ ହେବା କାରଣରୁ ତାଙ୍କୁ ଡାକ୍ତର କହିଥିଲେ କି , ‘ଯେତେଦିନ ପର‌୍ୟ୍ୟନ୍ତ ତୁମେ ଟଙ୍କା ଦେଇନ, ସେତେଦିନ ପର୍ଯ୍ୟନ୍ତ ଶିଶୁଟି ହସ୍ପିଟାଲରେ ବନ୍ଧକ ରହିଲା । ଟଙ୍କା ପୈଠ କରିବା ପରେ ଶିଶୁଟିକୁ ନେଇଯିବ’ । ସେପଟେ ଶିଶୁଟିର ବାପା ମୋହର ସିଂହ କହିଛନ୍ତି କି ‘ଆମେ ନର୍ସିଂହୋମରେ ୩୦ ହଜାର ଟଙ୍କା ଜମା କରି ସାରିଲୁଣି । ହେଲେ ଆମ ପିଲାକୁ ଆମେ ଫେରି ପାଇନାହୁଁ ।’ ଶିଶୁଟିର ପରିବାର ଲୋକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ କେନ୍ଦ୍ର କରି ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି । ତେବେ ‘ତଦନ୍ତ ସମୟରେ ଏ ବିଷୟରେ ଜଣେ ଡାକ୍ତରଙ୍କୁ ପଚରା ଯିବାରୁ ସେ କହିଥିଲେ କି ତାଙ୍କ ଶିଶୁକୁ ନର୍ସିଂହୋମରେ ବନ୍ଧକ ରଖାଯାଇଛି ବୋଲି ସେମାନେ ମନରୁ କାହାଣୀ ଗଢ଼ି କହୁଛନ୍ତି । ବାସ୍ତବ କଥା ହେଲା ସେମାନେ ତାଙ୍କ ନିଜ ପିଲାକୁ ମୁଜାଫର୍ନଗରରେ ବିକ୍ରି କରି ଦେଇଛନ୍ତି ।’ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ୍ ଅଧୀକ୍ଷକ ଅନୀଲ କୁମାର ସିଂହ କହିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking