38.8 C
Bhubaneswar
Friday, April 19, 2024
Homeଅପରାଧପୁଣି ଅଲୋଡା ହେଲା ଶିଶୁକନ୍ୟା

ପୁଣି ଅଲୋଡା ହେଲା ଶିଶୁକନ୍ୟା

ମୟୁରଭଞ୍ଜ : ପୁଣି ଅଲୋଡା ହେଲା ଶିଶୁକନ୍ୟା । ଏପରି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ। ଆଜି ଅପରାହ୍ନରେ କେହି ଜଣେ ୧୦/୧୨ ଦିନର ଶିଶୁକନ୍ୟାକୁ ବେତନଟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଛାଡି ଚାଲିଯାଇଛି । କିଏ କଣ ପାଇଁ ଏହି ଶିଶୁକନ୍ୟା ଟିକୁ ଡାକ୍ତରଖାନା ଷ୍ଟାଫରୁମ ସମ୍ମୁଖରେ ଛାଡି ଚାଲିଯାଇଛି ଏପର୍ଯ୍ୟନ୍ତ ଜଣାପଡିନାହିଁ । ଡାକ୍ତରଖାନାରେ ଲୋକମାନେ ଦେଖି ପ୍ରଥମେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ପରେ ବେତନଟୀ ପୋଲିସକୁ ଖବର ଦେଇଥିଲେ । ତେବେ ଡାକ୍ତରଖାନା ପକ୍ଷରୁ ଉଦ୍ଧାର କରାଯାଇ ଶିଶୁକନ୍ୟାର ସ୍ୱାସ୍ଥ୍ୟ ପରୀକ୍ଷା କରି ସ୍ୱାଭାବିକ ଥିବା ଜାଣିବାକୁ ପାଇଥିଲେ। ତେବେ ଯତ୍ନ ସହକାରେ ରଖାଯାଇଛି।ପୋଲିସ ପହଞ୍ଚି ଡାକ୍ତରଖାନା ପରିସରରେ ଲାଗିଥିବା ସିସିଟିଭିକୁ ଜବତ କରିଛନ୍ତି । ସିସିଟିଭି ଯାଞ୍ଚ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ତେବେ ଶିଶୁଟିର ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଖବର ଦିଆଯାଇଥିବା ଜଣାପଡିଛି । ସରକାରଙ୍କ ପରୀ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ମଙ୍ଗଳ ଯୋଜନା ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ଏପରି ୧୦/୧୨ ଦିନର ଶିଶୁକୁ ଡାକ୍ତରଖାନାରେ ଛାଡି ଚାଲିଯିବାକୁ ନେଇ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ପ୍ରଶ୍ନ ଉଠୁଛି ଅସହାୟ ମାଆ ପରିବାର ଚାପରେ ନା ଅନ୍ୟ କୌଣସି କାରଣ ପାଇଁ ମାତୃହୃଦୟକୁ ପଥର କରି ଛାଡି ଯାଇଛନ୍ତି ଏବେ ତଦନ୍ତ ସାପେକ୍ଷ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking