26.1 C
Bhubaneswar
Friday, March 29, 2024
Homeଓଡିଶାଅଲୋଡ଼ା ହେଲା ଶିଶୁକନ୍ୟା : ଜନ୍ମ ପରେ ରାସ୍ତାକଡକୁ ଫିଙ୍ଗିଦେଲା ମା’

ଅଲୋଡ଼ା ହେଲା ଶିଶୁକନ୍ୟା : ଜନ୍ମ ପରେ ରାସ୍ତାକଡକୁ ଫିଙ୍ଗିଦେଲା ମା’

ଅନୁଗୁଳ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । କନ୍ୟାଭ୍ରୁଣ ହତ୍ୟା ରୋକିବା ପାଇଁ ସରକାର ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ହେଲେ ଅନେକ ସ୍ଥାନରେ ଏହା କେବଳ ସଚେତନତାରେ ହିଁ ସୀମିତ ରହୁଛି । ଆଜି ବି ଲୋକଙ୍କ ମାନସିକତା ବଦଳିନି । ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ଅନୁଗୁଳ ବ୍ଲକ ବନ୍ତଳା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଶିଶୁକନ୍ୟାକୁ ଜନ୍ମ ଦେଇ ରାସ୍ତାକଡ଼କୁ ଫିଙ୍ଗିଦେଇ ଚାଲିଗଲା ମା’ । ଗୁରୁବାର ଭାଲିଆପାଳ ଗ୍ରାମର ଜଣେ ଯୁବକ ନିକଟସ୍ଥ ନାଳକୁ ଗାଧୋଇବା ପାଇଁ ଆସିଥିଲେ। ସେଠାରେ ଏକ ଶିଶୁକନ୍ୟା ପଡିଥିବା ଦେଖି ଘରକୁ ନେଇଯାଇଥିଲେ । ଏହି ଖବରପାଇ ସ୍ଥାନୀୟ ଅଶାକର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ସହ ସରପଞ୍ଚ ସେଠାରେ ପହଞ୍ଚି ଏସମ୍ପର୍କରେ ବନ୍ତଳା ଥାନାକୁ ଜଣାଇଥିଲେ । ତେବେ ଶିଶୁକନ୍ୟା ଅସୁସ୍ଥ ଥିବାରୁ ତାକୁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରୁ ବନ୍ତଳା ପୁଲିସ ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ଅଧିକ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking