27.1 C
Bhubaneswar
Thursday, April 25, 2024
Homeଓଡିଶାରାମ ମନ୍ଦିର ନିକଟରୁ ୩ମାସର ଶିଶୁ କନ୍ୟା ଉଦ୍ଧାର

ରାମ ମନ୍ଦିର ନିକଟରୁ ୩ମାସର ଶିଶୁ କନ୍ୟା ଉଦ୍ଧାର

କୋରାପୁଟ : କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ରାମ ମନ୍ଦିର ନିକଟରୁ ଏକ ୩ ମାସର ଶିଶୁ କନ୍ୟାକୁ ଲୋକଙ୍କଠାରୁ ଖବର ପାଇ ଲକ୍ଷ୍ମୀପୁର ପୁଲିସ ଉଦ୍ଧାର କରିଛି। ଲକ୍ଷ୍ମୀପୁର ଥାନା ଅଧିକାରୀ ଶ୍ଵେତପଦ୍ମା ସେଠ୍ ଖବର ପାଇ ସବ ଇନିସପେକ୍ଟର୍ ମାନସ ରଞ୍ଜନ ପ୍ରଧାନ, ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କୁ ଧରି ରାମ ମନ୍ଦିର ପାଖରେ ପହଞ୍ଚି ଉକ୍ତ ଶିଶୁ କନ୍ୟାକୁ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ପହଞ୍ଚାଇଥିଲେ। ସେଠାରେ ଡାକ୍ତର ପ୍ରତ୍ୟୁଷ ଜେନା ଶିଶୁକନ୍ୟାର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ୩ମାସର ଛୁଆ ହେବ ବୋଲି କହିବା ସହ ଝିଅଟି ଠିକ୍ ଥିବା ପ୍ରକାଶ କରିଛନ୍ତି। କନ୍ୟା ସନ୍ତାନ ଭାବି ଝିଅକୁ ଛାଡ଼ି ଦେଇ ଚାଲିଯାଇଛି ତାର ଜନ୍ମ କଲା ମା କି ପାରିବାରିକ କଳହ କାରଣରୁ ଝିଅକୁ ଆଣି ରାମ ମନ୍ଦିର ନିକଟରେ ଛାଡ଼ି ଦେଇ ଚାଲିଯାଇଛି ମା ତାହା ଜଣାପଡିନାହିଁ। ଶିଶୁଟିକୁ ଛାଡିବା ପୁର୍ବରୁ ତା ହାତରେ ରୁପାର ଖଡୁ ସମେତ ଦାମିକିଆ ପୋଷାକ ଡାଇପର୍ ଇତ୍ୟାଦି ପିନ୍ଧାଇ ତା’ ମା ଛାଡ଼ିକି ଚାଲିଯାଇଛି। ଅନ୍ୟ ପକ୍ଷରେ କେହି ମଦ୍ୟପ ସ୍ବାମୀ ତା ସ୍ତ୍ରୀକୁ ନଜଣାଇ କିମ୍ବା ଘରୋଇ କଳିରୁ ଝିଅକୁ ଆଣି ଛାଡ଼ି ଦେଇଛି ତାହା ସମସ୍ତ ଦିଗକୁ ଅନୁସନ୍ଧାନ କରାଯିବ ବୋଲି ଆଇଆଇସି ପ୍ରକାଶ କରିଛନ୍ତି। ଲକ୍ଷ୍ମୀପୁରରେ ଶିଶୁଟିକୁ ରଖିବା ସକାଶେ ସେମିତି କିଛି ସୁବିଧା ନଥିବା କାରଣରୁ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରାଯିବା ସହ ପରିଚୟ କେଉଁ ପରିସ୍ଥିତିରେ ଶିଶୁଟିକୁ ଛାଡ଼ି ଦିଆଯାଇଛି, ତାହା ତଦନ୍ତ କରାଯିବ ବୋଲି ପୁଲିସ ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking