30.1 C
Bhubaneswar
Wednesday, April 24, 2024
Homeଓଡିଶାବାବ ଭୂତେଶ୍ଵର ମହାଦେବଙ୍କ ୨୧ତମ ପ୍ରତିଷ୍ଠା ଉତ୍ସବ

ବାବ ଭୂତେଶ୍ଵର ମହାଦେବଙ୍କ ୨୧ତମ ପ୍ରତିଷ୍ଠା ଉତ୍ସବ

ମୟୂରଭଞ୍ଜ : ଗତକାଲି ବାବା ଭୂତେଶ୍ୱର ମହାଦେବଙ୍କର ୨୧ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ନିର୍ମାଣ ହୋଇଥିବା ମନ୍ଦିରରେ ଗତକାଲି ତିଥିରେ ବାବା ଭୂତେଶ୍ୱର ମହାଦେବ ପ୍ରତିଷ୍ଠା ପାଇ ପୂଜା ପାଇଆସୁଛନ୍ତି । ଗତକାଲି ଏହି ଅବସରରେ ସମସ୍ତଙ୍କ ମନରେ ଆନନ୍ଦଉଲ୍ଲାସ ଦେଖିବାକୁ ମିଳିଥିବା ବେଳେ ଚଳଚଞ୍ଚଳ ହୋଇଉଠିଥିଲା ରାସଗୋବିନ୍ଦପୁର । ତେବେ ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ସାହାଯ୍ୟ ସହଯୋଗରେ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା ପ୍ରତିଷ୍ଠା ମହୋତ୍ସବ । ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଭାବେ ହୋଇଥିଲା ଅନ୍ନପ୍ରସାଦ ସେବନ ବ୍ୟବସ୍ଥା । ତେବେ ପ୍ରତିଷ୍ଠା ଉତ୍ସବ ଆରମ୍ଭ ପୂର୍ବରୁ ପ୍ରଥମେ ପୂଜକ ମନ୍ଦିରରେ ନିୟମିତ ପୂଜାର୍ଚ୍ଚନା ସଂପନ୍ନ କରିଥିଲେ । ପରେ ପ୍ରତିଷ୍ଠା ଉତ୍ସବ ପାଇଁ ପୂଜକଙ୍କ ମନ୍ତ୍ରପାଠ ସହ ଘଟ ଉତ୍ତୋଳନ ହୋଇ ଶ୍ରଦ୍ଧାଳୁଙ୍କ ଗହଣରେ ଶଙ୍ଖଧ୍ୱନି,ଘଣ୍ଟନାଦ ସାଙ୍ଗକୁ ହରିନାମ ସଂକୀର୍ତ୍ତନ ମଧ୍ୟରେ ଅଣାଯାଇ ମନ୍ଦିରରେ ସ୍ଥାପନ କରାଯାଇ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ସାଙ୍ଗକୁ ଚଣ୍ଡୀପାଠ ସହ ହୋମଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟାରେ ପୂର୍ଣାହୁତି ସଂପନ୍ନ ହୋଇଥିଲା ।
ଉତ୍ସବରେ ୪ଟି ଭିନ୍ନଭିନ୍ନ ଦଳ ପକ୍ଷରୁ ପର୍ଯ୍ୟାୟକ୍ରମେ ଅବିଶ୍ରାନ୍ତ ହରିନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଶେଷପର୍ଯ୍ୟନ୍ତ ଜାରୀ ରହିଥିଲା । ଯାହା ମନ୍ଦିର ପରିସରରେ ଏକ ଭାବଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ଶ୍ରଦ୍ଧାଳୁ ମାନଙ୍କୁ ଭାବବିହ୍ଵଳ କରି ରଖିଥିଲା । ସେହିପରି ବିଭିନ୍ନ ଅଞ୍ଚଳରୁ ଆସି ମହୋତ୍ସବରେ ଯୋଗ ଦେଇଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ କମିଟି ପକ୍ଷରୁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କମିଟିର ସଭାପତି ନରୋତ୍ତମ ମହାନ୍ତିଙ୍କ ସମେତ ଅମରେନ୍ଦ୍ର ବାରିକ, ଅଶୋକ ସାହୁ, ତପନ ଘୋଷ ଅନ୍ନପ୍ରସାଦ ବଣ୍ଟନ ଶୁଭାରମ୍ଭ କରିଥିଲା ବେଳେ ଶେଷପର୍ଯ୍ୟନ୍ତ ମହାଆନନ୍ଦରେ ଅନ୍ନପ୍ରସାଦ ସେବନ କରିଥିଲେ ଶ୍ରଦ୍ଧାଳୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking