ବ୍ୟୁରୋ: ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି । ତାଙ୍କ କହିବା ଅନୁସାରେ୨୦୨୩ ମସିହା ଅତ୍ୟନ୍ତ ଅଶାନ୍ତ ରହିବ ବୋଲି ବାବା ଭେଙ୍ଗା ଦଶନ୍ଧି ପୂର୍ବରୁ କହିଥିଲେ । ଆଗରୁ ଭୂମିକମ୍ପ, ଅଦିନିଆ ବର୍ଷା ଓ ମରୁଭୂମିରେ ବନ୍ୟା ଭଳି ଅନେକ ପୂର୍ବାନୁମାନ କରାଯାଇଥିଲା ଯାହା ସତ ସାବ୍ୟସ୍ତ ହୋଇଥିଲା । ଏପରିକି ବାବା ଭେଙ୍ଗା ମଧ୍ୟ ସୌର ଝଡ଼ର ପୂର୍ବାନୁମାନ କରିଥିଲେ । ତେବେ ଏହା କେବେ ଓ କେଉଁଠି ଆସିବ ତାକୁ ନେଇ ସାରା ବିଶ୍ୱର ଲୋକେ ଭୟଭୀତ ହୋଇପଡିଛନ୍ତି । ଜାଣନ୍ତୁ, ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବାବା ଭେଙ୍ଗା ଏବଂ ତାଙ୍କ ଭବିଷ୍ୟବାଣୀରେ ବିଶ୍ୱାସ କରନ୍ତି । ଯଦି ପ୍ରକୃତରେ ସୌର ଝଡ଼ ଆସେ ତେବେ ପୃଥିବୀରେ କେତେ କ୍ଷୟକ୍ଷତି ହୋଇପାରେ ତାହା ଆକଳନ କରିବା କଷ୍ଟକର ବୋଲି ଲୋକେ ଆଶଙ୍କା କରୁଛନ୍ତି । ସୂଚନା ଅନୁସାରେ, ଚଳିତ ବର୍ଷ ବିଶ୍ୱରେ ଯେଉଁ ସବୁ ଘଟଣାର ପୂର୍ବାନୁମାନ କରାଯାଇଥିଲା ତାହା ସବୁ ସତ ହେଉଥିବା ଦେଖିବାକୁ ମିଳୁଛି । ବାବା ଭେଙ୍ଗା କହିଥିଲେ ଯେ ଯଦି ଅଦିନିଆ ବର୍ଷା ହୁଏ, ତେବେ ଏହା ଘଟୁଛି । ସେପ୍େଟମ୍ବର ଅଧାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବର୍ଷା ଥମିବାର ନାଁ ନେଉନାହିଁ ।
ବାବା ଭେଙ୍ଗା କହିଥିଲେ ଯେ ଯଦି ୨୦୨୩ରେ ଭୂମିକମ୍ପ ହୁଏ ତେବେ ତୁର୍କୀ ଓ ମୋରକ୍େକାରେ ଏହା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହେବ । ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ବାବା ଭେଙ୍ଗା ପ୍ରକୃତରେ ଜଣେ ମହିଳା ଥିଲେ ଏବଂ ସେ ବୁଲଗେରିଆର ବାସିନ୍ଦା ଥିଲେ । ୧୨ ବର୍ଷ ବୟସରେ ସେ ଦୃଷ୍ଟିଶକ୍ତି ହରାଇଥିଲେ । ସେବେଠାରୁ ସେ ଦେଖି ପାରିନଥିଲେ । ତେବେ ଆଜି ତାଙ୍କର ନାମ ବିଶ୍ୱର ପ୍ରସିଦ୍ଧ ଭବିଷ୍ୟଦ୍ରଷ୍ଟାମାନଙ୍କ ମଧ୍ୟରେ ରହିଛି । ନାଷ୍ଟ୍ରାଡମସଙ୍କ ଭଳି ଲୋକମାନେ ମଧ୍ୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀଉପରେ ବହୁତ ବିଶ୍ୱାସ କରନ୍ତି । ବାବା ଭେଙ୍ଗା ମଧ୍ୟ ପୂର୍ବାନୁମାନ କରିଛନ୍ତି ଯେ ୨୦୨୩ ରେ ପୃଥିବୀ ଏହାର କକ୍ଷପଥ ପରିବର୍ତ୍ତନ କରିବ । ଯଦି ଏପରି ହୁଏ ତେବେ ଏହାର ଭୟାବହ ପରିଣାମ ଦେଖିବାକୁ ମିଳିଥାଏ । ଏଥିପାଇଁ ପୃଥିବୀବାସୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିପାରେ । ଏହାର ପ୍ରଭାବ ଏତେ ଖରାପ ହୋଇପାରେ ଯେ ତାହା ଅନୁମାନ କରିବା ମଧ୍ୟ କଷ୍ଟକର ।